ETV Bharat / state

ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ, ମୁଖା ପିନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା

author img

By ETV Bharat Odisha Team

Published : Feb 23, 2024, 1:47 PM IST

Loot From Finance Company Staff
Loot From Finance Company Staff

Loot From Finance Company Staff: ଶାଳିଆଡ୍ୟାମ ନିକଟରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ । 7ଲକ୍ଷ 52 ହଜାର 250 ଟଙ୍କା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ପୁଣି ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ । ଶାଳିଆଡ୍ୟାମ ଠାରେ ଏହି ଲୁଟ ହେଇଥିବା ବେଳେ ଛୁରୀ ଏବଂ ଠେଙ୍ଗାରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଖୋର୍ଦ୍ଧାର ଏକ ଜଣାଶୁଣା ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କ ଠାରୁ ଛୁରୀ ଓ ଠେଙ୍ଗା ଦେଖାଇ ମାଡ଼ ମାରି ଭୟଭୀତ କରି ଟଙ୍କା ଲୁଟ କରିଥିବା ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । 10 ଜଣ ଦୁର୍ବୃତ୍ତ ଆସି ଏଭଳି ଲୁଟ କରିଥିବା ଅଭିଯୋଗ ହୋଇଛି । କିଛି ଦିନର ନିରବତା ପରେ ପୁଣି ଥରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି ଲୁଟେରା ।

ସୂଚନା ଅନୁସାରେ, ଗତକାଲି(ଗୁରୁବାର) ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗ୍ରୁପ ଲୋନ ଟଙ୍କା କଲେକ୍ସନ ସାରି ରାତି ପ୍ରାୟ 9ଟା ସମୟରେ ଫେରୁଥିଲେ l ତେବେ ମୋଟର ସାଇକେଲ ଏବଂ ସ୍କୁଟି ଯୋଗେ ଫେରୁଥିଲେ । ତେବେ 5ଜଣ କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିଲେ । ତେବେ ଫେରିବା ବାଟରେ ଶାଳିଆଡ୍ୟାମ ନିକଟରେ ହଠାତ 10ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ । ସେମାନଙ୍କ ମଧ୍ୟରୁ ଫାଇନାନ୍ସ ସଂସ୍ଥାର ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ । ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ନେଇଥିଲେ । ଏହାପରେ ଗଞ୍ଜାମକୁ ସଂଯୋଗ କରୁଥିବା ରାସ୍ତା ଦେଇ ଚାଲିଯାଇଥିଲେ । ତେବେ ତିନିଜଣଙ୍କ ନିକଟରୁ ସମୁଦାୟ 7ଲକ୍ଷ 52 ହଜାର 250 ଟଙ୍କା ଲୁଟ ହୋଇଥିବା ନେଇ ମହିଳା କର୍ମଚାରୀ ଦୀପାଞ୍ଜଳି ଚ୍ଛାଟୋଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭ ଲକ୍ଷ ଲୁଟ୍

ତେବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାମାନଙ୍କ ଠାରେ ପହଞ୍ଚିବାରେ ବିଫଳ ହୋଇଛି ପୋଲିସ । ଅନ୍ୟପଟେ ଫାଇନାନ୍ସ କର୍ମଚାରୀମାନେ ଲକ୍ଷାଧିକ ଟଙ୍କା ଧରି ବେପରୁଆ ଭାବରେ ରାତିରେ ନିଛାଟିଆ ରାସ୍ତା ଦେଇ କାହିଁକି ଫେରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଲୁଟ ପଛରେ କେଉଁ ଦୁର୍ବୃତ୍ତଙ୍କ ହାତ ଅଛି ନା ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କ ଏହି ଘଟଣାରେ ସମ୍ପୃକ୍ତ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.