ETV Bharat / state

ଅଗ୍ନିକାଣ୍ଡରେ ପୋଡିଗଲା ୫ ବଖରା ଘର, ଦୁଇ ପରିବାର ସର୍ବସ୍ବାନ୍ତ

author img

By ETV Bharat Odisha Team

Published : Jan 30, 2024, 11:17 AM IST

Fire broke out in bhadrak
Fire broke out in bhadrak

Fire breaks out in Bhadrak: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଯଶିପୁର ପଞ୍ଚାୟତରେ ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଧିକ ପଢନ୍ତୁ

Fire broke out in bhadrak

ଭଦ୍ରକ: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର । ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ୨ଟି ପରିବାରର ଲୋକେ ସର୍ବସ୍ବାନ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଯଶିପୁର ପଞ୍ଚାୟତ କୁଦକାନ୍ଥି ଗ୍ରାମରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଶେଖ୍ ମନସୁର୍ ଏବଂ ଶେଖ୍ ସକୁର୍ ନାମକ ଦୁଇ ବ୍ୟକ୍ତିଙ୍କ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି(ସୋମବାର) ଅପରାହ୍ନ ସମୟରେ କୌଣସି କାରଣରୁ ପ୍ରଥମେ କୁଦକାନ୍ଥି ଗ୍ରାମର ଶେଖ ମନସୁରଙ୍କ ଘରେ ନିଆଁ ଲାଗି ଯାଇଥିଲା । ତେବେ ନିଆଁ ଲାଗିବାର ପ୍ରଥମ ପର୍ଯ୍ୟାୟରେ କେହି କିଛି ଜାଣି ପାରି ନଥିଲେ । ଯେତେବେଳେ ନିଆଁର ପ୍ରଭାବ ବଢ଼ିଥିଲା, ସେତେବେଳେ ନିଆଁ ଲାଗିଥିବା ଜାଣି ପାରିଥିଲେ । ଏହାରି ମଧ୍ୟରେ ଶେଖ୍ ସକୁରଙ୍କ ଘରେ ମଧ୍ୟ ଧୀରେ ଧୀରେ ନିଆଁ ବ୍ୟାପୀ ଯାଇଥିଲା । ଏହାଦେଖି ସମସ୍ତ ପରିବାର ଲୋକେ ପ୍ରାଣ ବିକଳରେ ଚିତ୍କାର କରି ଘରୁ ବାହାରି ଆସିଥିଲେ । ହେଲେ ଘରର କୌଣସି ଜିନିଷପତ୍ର ବାହାର କରିପାରି ନଥିଲେ । ତେବେ ପ୍ରଥମେ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା କରିବା ସହ ଏ ସମ୍ପର୍କରେ ଚାନ୍ଦବାଲି ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସର୍ଟ ସର୍କିଟ ଯୋଗୁଁ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ

ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଅଧିକ ଥିବାରୁ ଗଦି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଏହାପରେ ଚାନ୍ଦବାଲି ଏବଂ ଗଦି ଦୁଇଟି ଦମକଳ କେନ୍ଦ୍ରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶେଷରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ସେମାନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘରର ସମସ୍ତ ଆସବାପତ୍ର ଜଳି ପୋଡି ପାଉଁଶ ହୋଇଯାଇଥିଲା ।

ପ୍ରଥମେ ଶେଖ ମନସୁରଙ୍କ ଘରେ ନିଆଁ ଲାଗିଯିବା ପରେ ତାହା ପରବର୍ତ୍ତୀ ସମୟରେ ଶେଖ ସକୁର୍‌ଙ୍କ ଘରକୁ ବ୍ୟାପୀ ଯାଇଥିଲା । ଫଳରେ ଉଭୟ ପରିବାରର ପ୍ରାୟ 5 ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏହାରି ସହିତ ଘରେ ଗଚ୍ଛିତ ଥିବା ଧାନ, ଚାଉଳ, ନଗଦ ଟଙ୍କା, ସମସ୍ତ ଆସବାବପତ୍ର ସହ ଜରୁରୀ କାଗଜପତ୍ର ଆଦି ସବୁକିଛି ପୋଡି ଯାଇଛି । ତେବେ ଶୀତ ଦିନ ହୋଇଥିବାରୁ ଏହି ଦୁଇଟି ପରିବାର କେମିତି କାଳତିପାତ କରିବେ ସେନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ତଥା ଅଗ୍ନି ବିପନ୍ନ ଦାବି କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.