ସର୍ଟ ସର୍କିଟ ଯୋଗୁଁ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ

By ETV Bharat Odisha Team

Published : Aug 29, 2023, 7:40 AM IST

thumbnail

ଜଗତସିଂହପୁର:  ସର୍ବସ୍ବାନ୍ତ କରିଦେଲା ବିଦ୍ୟୁତ ସର୍ଟ ସର୍କିଟ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ୮ ବଖରା ଘର ।  ଜଳିପୋଡି ପାଉଁଶ ହୋଇଗଲା ଆସବାବପତ୍ର । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସରଣା ମଠସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ, ସରଣା ମଠସାହିର କୁସୁମ ଲେଙ୍କାଙ୍କ ଘରେ ଇଣ୍ଡକ୍ସନ ଚୁଲାରେ ରୋଷେଇ କରାଯାଉଥିବା ସମୟରେ ହଟାତ୍‌ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗି ଘର ପୋଡ଼ି ଯାଉଥିବା ଦେଖି ପଡୋଶୀ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ବାଲିକୁଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେକୁ ୮ ବଖରା ଘର ସମ୍ପୁର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଦୁଇଟି ପରିବାରର ଘର ସମ୍ପୁର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଧାନ ଚାଉଳ ନଷ୍ଟ ହୋଇଛି । ତେବେ ବାଲିକୁଦା ତହସିଲଦାରଙ୍କ ନିର୍ଦ୍ଦେଶରେ ଅଗ୍ନି ବିପନ୍ନ ପରିବାରକୁ ପଲିଥିନ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.