ETV Bharat / state

ଢେଙ୍କାନାଳ ନର୍ଭେରାମ କାରଖାନାରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ - Fire Breaks Out

author img

By ETV Bharat Odisha Team

Published : Apr 18, 2024, 12:34 PM IST

Fire Breaks Out
Fire Breaks Out

Fire Breaks Out At Narbheram Factory: ଢେଙ୍କାନାଳ ଗୁଣ୍ଡିଚାପଡା ସ୍ଥିତ ନର୍ଭେରାମ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଧିକ ପଢନ୍ତୁ

ଢେଙ୍କାନାଳ ନର୍ଭେରାମ କାରଖାନାରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ

ଢେଙ୍କାନାଳ: ନର୍ଭେରାମ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଢେଙ୍କାନାଳ ଗୁଣ୍ଡିଚାପଡା ସ୍ଥିତ ନର୍ଭେରାମ କାରଖାନାରେ ଆଜି (ଗୁରୁବାର) ଭୋରରୁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଥିବା ସୂଚନା ମିଳିଛି । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ମୁତାବକ, ଜିଲ୍ଲାର ଗୁଣ୍ଡିଚାପଡା ସ୍ଥିତ ସଦର ଥାନା ନିକଟରେ ଥିବା ଏହି ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କାରଖାନାରେ ଆଜି ଭୋର ପ୍ରାୟ ୪ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଟର୍ବାଇନ ତଳେ ଥିବା ଡ୍ରାଇ ସେଲ ବ୍ୟାଟେରୀରୁ ପ୍ରଥମେ ନିଆଁ ଧରିଥିଲା । ଟର୍ବାଇନରେ ବ୍ୟବହୃତ ଡିଜେଲରୁ ଏହି ନିଆଁ ଭୟଙ୍କର ରୂପ ନେଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି । ଫଳରେ କାରଖାନାର ଟର୍ବାଇନ ଜଳିଯାଇଥିଲା । ଏନେଇ ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଦମକଳ ବାହିନୀକୁ ପ୍ରାୟ ଏକ ଘଣ୍ଟାରୁ ଦେଢଘଣ୍ଟା ପାଖାପାଖି ସମୟ ଲାଗିଥିଲା । ଦୁଇଟି ଦମକଳ ଗାଡି ଓ ଫୋମ ମାଧ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏନେଇ କାରଖାନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଓ ଜରୁରୀ କାଗଜପତ୍ର

ଏହା ମଧ୍ୟ ପଢନ୍ତୁୃ- ଢେଙ୍କାନଳରେ ଅଗ୍ନିଶମ ସେବା ସପ୍ତାହ ପାଳିତ, ସୁରକ୍ଷା ନେଇ ଲୋକଙ୍କୁ କରାଗଲା ସଚେତନ

ସେହିପରି ଏହି ଦୁର୍ଘଟଣା ପରେ କାରଖାନାର କାମ ବନ୍ଦ ରହିଥିବା ଜଣାପଡିଛି । ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସମୟରେ କାରଖାନାର ଶ୍ରମିକମାନେ ସୁରକ୍ଷିତ ଥିବାବେଳେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ କାରଖାନାରେ ଶ୍ରମିକମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । କିଛି ଦିନ ପୂର୍ବେ ଅନୁଗୋଳ ଜିଲ୍ଲାର ତାଳଚେର କଣିହାଁ ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ଏହି ନିଆଁ ଲାଗିଥିବା ଜଣାପଡିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.