ETV Bharat / state

ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଓ ଜରୁରୀ କାଗଜପତ୍ର - CENTRAL BANK FIRE

author img

By ETV Bharat Odisha Team

Published : Apr 17, 2024, 11:53 AM IST

Fire Breaks Out At Central Bank: ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କମ୍ପ୍ୟୁଟର ଏବଂ ଜରୁରୀ କାଗଜପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଏବଂ ଜରୁରୀ କାଗଜପତ୍ର
ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଏବଂ ଜରୁରୀ କାଗଜପତ୍ର

ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଏବଂ ଜରୁରୀ କାଗଜପତ୍ର

ବୌଦ୍ଧ: ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି । ରାତିର ଅନ୍ଧକାର ମଧ୍ୟରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ କମ୍ପ୍ୟୁଟର ସହ ବହୁ ଜରୁରୀ କାଗଜପତ୍ର ଜଳିଯାଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ବ୍ୟାଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।

ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ପାରିଜାତ ପ୍ୟାଲେସର ଉପରେ ମହଲାରେ ସେଣ୍ଟ୍ରାଲ ବ୍ୟାଙ୍କ ରହିଛି । ଏହି ଅଗ୍ନିକାଣ୍ଡ ମଧ୍ୟରାତ୍ରରେ ହୋଇଥିବା ବେଳେ କାହାର ମୃତ୍ୟୁ ଘଟି ନଥିବା ସୂଚନା ମିଳିଛି । ହେଲେ ଏହି ଅଗ୍ନିକାଣ୍ଡ ଯୋଗୁଁ ବହୁ ଜରୁରୀ କାଗଜପତ୍ର, କମ୍ପ୍ୟୁଟର, ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ରାତି ପ୍ରାୟ ୧୦ଟା ବେଳକୁ ଉପରେ ମହଲାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେପଟେ କୌଣସି ବଡ଼ ଧରଣର ଅଘଟଣ ହେବା ପୂର୍ବରୁ ବ୍ୟାଙ୍କ ପରିଚାଳକଙ୍କ ପ୍ରକୋଷ୍ଠରେ ଲାଗିଥିବା ନିଆଁ ଆୟତ୍ତ କରାଯାଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡିଛି । ଏଥିସହ ବ୍ୟାଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ନିଆଁରେ ବ୍ୟାଙ୍କର ଅନେକ ଜରୁରୀ କାଗଜପତ୍ର ଜଳିପୋଡି ଯାଇଥିବା ବେଳେ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ: ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ; ଜଳିଗଲେ ୩ ଭାଇ ଭଉଣୀ, ପୋଲିସର ଯାଞ୍ଚ ଆରମ୍ଭ

ତେବେ ବୁଧବାର ସକାଳୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ବ୍ୟାଙ୍କରେ ପହଞ୍ଚି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଦନ୍ତ ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାର ଅଧିକାଂଶ ବ୍ୟାଙ୍କ ଓ ବହୁତଳ କୋଠା ତଥା ବ୍ୟବସାୟିକ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ବେଳେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.