ETV Bharat / bharat

ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ; ଜଳିଗଲେ ୩ ଭାଇ ଭଉଣୀ, ପୋଲିସର ଯାଞ୍ଚ ଆରମ୍ଭ - 3 Children Died In Fire Mishap

author img

By ETV Bharat Odisha Team

Published : Apr 14, 2024, 7:07 PM IST

3 Children Died In Fire Accident: ଛତିଶଗଡର ବରିମା ଗାଁରେ ତିନି ଭାଇଭଉଣୀଙ୍କ ଘରେ ଶୋଇଥିବା ବେଳେ ନିଆଁ ଲାଗି ଜୀବନ୍ତ ଦଗ୍ଧ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଯାଞ୍ଚ କରୁଛି। ଅଧିକ ପଢନ୍ତୁ

ଶୋଇଥିବା ଅବସ୍ଥାରେ ନିଆଁରେ ଜଳିଗଲେ ୩ ଭାଇ ଭଉଣୀ, ପୋଲିସର ଯାଞ୍ଚ ଆରମ୍ଭ
ଶୋଇଥିବା ଅବସ୍ଥାରେ ନିଆଁରେ ଜଳିଗଲେ ୩ ଭାଇ ଭଉଣୀ, ପୋଲିସର ଯାଞ୍ଚ ଆରମ୍ଭ

ରାୟପୁର: ଶନିବାରର ରାତି ପାଲଟିଗଲା କାଳରାତ୍ରି । ଅଗ୍ନିକାଣ୍ଡରେ ଜଳି ଚାଲିଗଲା ୩ ନିରୀହ ଜୀବନ । ସୂଚନା ଅନୁସାରେ ଛତିଶଗଡର ସରଗୁଜା ଜିଲ୍ଲାର ମୈନପାଟ ଥାନା ଅନ୍ତର୍ଗତ ବରିମା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବରିମା ଗ୍ରାମର ପକରୀଖାର ମହଲାରେ ଶୋଇଥିବା ଅବସ୍ଥାରେ ୩ ନିଷ୍ପାପ ଶିଶୁମାନେ ଅଗ୍ନିକାଣ୍ଡରେ ପ୍ରାଣତ୍ୟାଗ କରିଛନ୍ତି । ପୋଲିସ ସୂଚନା ମୁତାବକ, ଏହି ଘଟଣାଟି ପ୍ରାୟ ରାତି ୨ଟା ସମୟରେ ହୋଇଥିଲା । ମହଲାରେ ରହୁଥିବା ଜଣେ ମାଝୀ ସମ୍ପ୍ରଦାୟର ପରିବାରରେ ୨ ଜଣ ନାବାଳିକା ଓ ଜଣେ ନାବାଳକ ଏକାଠି ଗୋଟିଏ କୋଠରୀରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ... ବୋରଓ୍ୱେଲ ଟ୍ରାଜେଡି: ଜୀବନ ଯୁଦ୍ଧରେ ହାରିଗଲା ମୟଙ୍କ, 46ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ମୃତ ଅବସ୍ଥାରେ ଉଦ୍ଧାର - Madhya Pradesh Borewell Accident

ସେମାନଙ୍କ ମାଆ ସୁଧନୀ ବାଇ ପାଖରେ ଥିବା ଅନ୍ୟ ଏକ ଘରେ ନିଜର ଚତୁର୍ଥ ସନ୍ତାନକୁ ଦେଖିବା ପାଇଁ ଯାଇଥିଲେ । ଏହି ସମୟରେ ଉକ୍ତ ତିନି ପିଲା ଶୋଇଥିବା ଘରେ ହଠାତ ନିଆଁ ଲାଗିଯାଇଥିଲା । ଘରଟି ଚାଳ ଘର ହୋଇଥିବାରୁ ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ ଶୋଇଥିବା ପିଲାମାନଙ୍କୁ ବାହାର କରିବା ମୁସ୍କିଲ ହୋଇପଡିଥିଲା । ପିଲାମାନଙ୍କ ଆକୁଳ ଚିତ୍କାର ଶୁଣି ଆଖପାଖରେ ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରି ସଫଳ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉକ୍ତ ତିନି ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା ।

ଏହି ଘଟଣାରେ ତିନି ନିରୀହ ପିଲାଙ୍କ ଅସମୟରେ ଚାଲିଯିବା ଯୋଗୁଁ ସମ୍ପୂର୍ଣ୍ଣ ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ତିନି ତିନିଟି ପିଲାଙ୍କୁ ହରାଇ ମାଆ ଆଖିରୁ ଲୁହ ଶୁଖୁନି । ସେ ଏ ସମ୍ପର୍କରେ ଅଧିକ କିଛି କହିବା ସ୍ଥିତିରେ ନାହାଁନ୍ତି । ମୃତ୍ୟୁ ହୋଇଥିବା ତିନି ପିଲାଙ୍କ ବୟସ ୬ ରୁ ୯ ବର୍ଷ ମଧ୍ୟରେ ହେବ । ଏହି ତିନି ଶିଶୁଙ୍କର ପିତା ଦେବଧନ ମାଝୀ ବାହାର ରାଜ୍ୟରେ ମଜଦୁରୀ କରିବାକୁ ଯାଇଥିବା ସୂଚନା ମିଳିଛି । ପିଲାମାନଙ୍କ ଲାଳନ ପାଳନ ମାଆ ହିଁ କରୁଥିଲେ । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ମୈନାପାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗ୍ରାମବାସୀମାନେ ନିଆଁ ଲଗାଯାଇଥିବା ନେଇ ସନ୍ଦେହ କରୁଥିବା ବେଳେ ସଠିକ୍ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.