ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ - FIRE BREAKOUT IN PURI

By ETV Bharat Odisha Team

Published : Apr 9, 2024, 10:44 PM IST

thumbnail

FIRE MISHAP : ନିମାପଡା: ଭୟାଭୟ ଅଗ୍ନିକାଣ୍ଡରେ ଜଳିଗଲା ବଖରା ବଖରା ଘର । ନିମିଷକେ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ହେଲା ପାଉଁଶ । ଏଭଳି ଘଟଣା ଘଟିଛି  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁର ଖଣ୍ଡିବେଲାରୀ ଗ୍ରାମରେ । ସୂଚନା ଅନୁସାରେ ନାନପୁର ଖଣ୍ଡିବେଲାରୀ ଗ୍ରାମର କେଦାର ଲେଙ୍କାଙ୍କ ଘରେ ଦିନ ୧୨ ଘଟିକା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା ଯାହାଫଳରେ ୬ ବଖରା ଘର ସହ 40 ବସ୍ତା ଧାନ,ମୁଗ, ବିରି, କୋଳଥ ସହିତ ସୁନା ରୂପା ଅଳଙ୍କାର ଅନେକ ଧନ ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁର ପ୍ରଭାବ ଏତେ ପ୍ରଖର ଥିଲା ଯେ ପରିବାର ସହିତ ଜୀବନ ବଞ୍ଚାଇ ଘର ବାହାରକୁ ପଳାଇ ଆସି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ ପରିବାର ଲୋକେ । 

ଏହା ମଧ୍ୟ ପଢନ୍ତୁ ... ଅଗ୍ନିକାଣ୍ଡରେ 3 ବଖରା ଘର ସହ ଜଳିଗଲେ ଗାଈ, ବାସହରା ପରିବାର - Fire Broke Out In Puri

ପରେ ଖବର ପାଇଁ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚିଲା ବେଳକୁ ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା  । ଘରେ ନିଆଁ ଲାଗିବା ଦ୍ବାରା ତାଙ୍କ ପରିବାର ବେସାହାରା ଓ ବାସହରା ହୋଇଯାଇଥିବା ବେଳେ ପୁଅ ବିଭାଘର ପାଇଁ ରଖିଥିବା ସୁନା,ରୂପା ଏବଂ ଟଙ୍କା ପୋଡିଯାଇଥିବା କହିଛନ୍ତି ପରିବାର ଲୋକେ  । ଏପଟେ ନିଆଁ କିପରି ଲାଗିଲା ଅସ୍ପଷ୍ଟ ଥିବା ବେଳେ ପୁଅର ବାହାଘର ପାଇଁ ସଞ୍ଚୟ କରିଥିବା ଟଙ୍କା ଏବଂ ବିବାହ ଜିନିଷ ସହିତ ସମସ୍ତ ଆସବାବପତ୍ର ଜଳିଯାଇଥିବା ବେଳେ ଚିନ୍ତାରେ ପରିବାର ଲୋକେ ପଡିଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.