ଅଗ୍ନିକାଣ୍ଡରେ 3 ବଖରା ଘର ସହ ଜଳିଗଲେ ଗାଈ, ବାସହରା ପରିବାର - Fire broke out in Puri

By ETV Bharat Odisha Team

Published : Apr 8, 2024, 3:22 PM IST

thumbnail

Fire broke out in Puri ପୁରୀ: ଜିଲ୍ଲାର ଗୋପ ବ୍ଲକ ବିରତୁଙ୍ଗ ପଞ୍ଚାୟତ ଅଧିନ ଚେଙ୍ଗେଇଲ ଗାଁରେ ଅଗ୍ନିକାଣ୍ଡ । ଶୋଇଥିବା ସମୟରେ ଗାଁର ବାବୁଲି ମଲ୍ଲିକଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଏଥିସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି  । ତେବେ ଘର ଜଳିଯାଇଥିବା ବେଳେ ବାସହରା ହୋଇପଡିଛନ୍ତି ପୁରା ପରିବାର । 

ଏହାମଧ୍ୟ ପଢନ୍ତୁ.. ତାଳଚେର NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - Fire Breaks Out In NTPC PLANT

ସୂଚନା ଅନୁସାରେ ପ୍ରମୋଦ ମଲ୍ଲିକ ପ୍ରତ୍ୟେକ ଦିନ ପରି ଗତକାଲି (ରବିବାର) ମଧ୍ୟ ଗୁହାଳରେ ଧୂଆଁ ଦେଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ହଠାତ୍ ଗୁହାଳରେ ନିଆଁ ଲାଗିଯାଇଥିଲା l ପରିବାର ସହିତ ପ୍ରମୋଦ ମଲ୍ଲିକ ଜୀବନ ବଞ୍ଚାଇ ଘର ବାହାରକୁ ପଳାଇ ଆସିଥିଲେ ମଧ୍ୟ ଗୁହାଳ ସହିତ ତିନି ବଖରା ଘର ଜଳି ପାଉଁଶ ହୋଇଯାଇଥିଲା l ଦୁଇଟି ଗାଈ ମଧ୍ୟ ନିଆଁରେ ପୋଡିହୋଇ ଯାଇଥିଲେ । ତେବେ ଘର ଭିତରେ ମଧ୍ୟ ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ନେଇ ସୂଚନା ରହିଛି l  

ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଗୁହାଳରେ ଦିଆଯାଇଥିବା ଧୂଆଁରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି । ଆଉମଧ୍ୟ ଗ୍ୟାସ ସିଲିଣ୍ଡର ଥିବାରୁ ସେହି ସିଲିଣ୍ଡରରୁ ନିଆଁ ବ୍ୟାପିଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଏବେ ବାସହରା ହୋଇପଡିଛନ୍ତି ପୁରା ପରିବାର । ଏବେସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ପହଞ୍ଚିନଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.