ETV Bharat / state

ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା, ଦୋଷୀକୁ 10 ବର୍ଷ କାରାଦଣ୍ଡ - WOMeN ASSAULT CASE

author img

By ETV Bharat Odisha Team

Published : Apr 18, 2024, 9:54 AM IST

Women assault case :ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ସଜ୍ଜା ଶୁଣାଇଲେ କୋର୍ଟ । 1୦ ବର୍ଷର କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

Women assault case
Women assault case

Women assault case

କେନ୍ଦ୍ରାପଡା: ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା । ଦୁଷ୍କର୍ମ ମାମଲାରେ ଗତକାଲି(ବୁଧବାର) ଦୋଷୀକୁ ୧୦ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍‌ କୋର୍ଟ । ଏହା ସହିତ ୨୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟରେ ଆହୁରି ଏକ ବର୍ଷ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତକୁ ଆଇପିସିର ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇଛି । ସେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରେ ଭଉଣୀର ଯାଆକୁ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଥିଲା ।

ଅଭିଯୋଗ ଅନୁଯାୟୀ, ୨୦୧୯ ମସିହା ଜୁନ ମାସ ୧୬ ତାରିଖ ଶେଷ ରଜ ଦିନ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରେ ଜନୈକ ୫୫ ବର୍ଷୀୟା ରୋଗାଗ୍ରସ୍ତ ମହିଳା ଘରେ ଏକୁଟିଆ ଶୋଇଥିଲେ । ସେହି ସମୟରେ ତାଙ୍କ ସାନ ଯାଆଙ୍କ ଭାଇ ଅଭିଯୁକ୍ତ ଗୁଣନିଧି ମଲିକ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏନେଇ ମହିଳା ଜଣଙ୍କ ଚିତ୍କାର କରିବାରୁ ପାତିଆ ମହିଳାଙ୍କ ପାଟିରେ ଗାମୁଛା ପୁରାଇ ତାଙ୍କୁ ବାଡେଇବା ସହ ଘଟଣା ସମ୍ପର୍କରେ କେଉଁଠି କହିଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଘଟଣା ସମୟରେ ମହିଳାଙ୍କ ସ୍ୱାମୀ ନିକଟସ୍ଥ ମନ୍ଦିରକୁ ଯାଇଥିବା ବେଳେ ସେ ଫେରିବା ପରେ ଘଟଣା ସମ୍ପର୍କରେ ମହିଳା ଜଣଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ପରେ ଏନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ ୧୦୫/୨୦୧୯ ରେ ଏତଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିଥିଲା।

ଏହା ମଧ୍ୟ ପଢନ୍ତୁ-ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତକୁ 20 ବର୍ଷ ସଜ୍ଜା

ତେବେ ଅଭିଯୁକ୍ତ ପାତିଆକୁ ଗିରଫ କରାଯାଇ ଜେଲ ହାଜତକୁ ପଠା ଯାଇଥିବା ବେଳେ ପାତିଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଘଟଣାର ଶୁଣାଣୀକୁ ଘୁଞ୍ଚାଇ ଚାଲିଥିଲା। ପରେ ମହିଳାଙ୍କ ସ୍ୱାମୀ ସରକାରୀ ଓକିଲଙ୍କ ସହ ନିଜେ ଜଣେ ସ୍ୱତନ୍ତ୍ର ଓକିଲ ନିଯୁକ୍ତ କରି ମାମଲାର ବିଚାର ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନେଇ ହାଇକୋର୍ଟ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଘଟଣାର ଶୁଣାଣୀ ପାଇଁ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟକୁ ପଠାଇଥିଲେ। ତେବେ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ଘଟଣାର ଶୁଣାଣୀ କରି ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ପାତିଆକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଏକବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.