ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତକୁ 20 ବର୍ଷ ସଜ୍ଜା - kandhamal rape case

By ETV Bharat Odisha Team

Published : Mar 21, 2024, 9:33 PM IST

thumbnail

RAPE CASE: ଫୁଲବାଣୀ: ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣି,ଅଭିଯୁକ୍ତ 20ବର୍ଷ ସଜା । ଆଜି(ଗୁରୁବାର) ଦିନ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋସ୍କୋ କୋର୍ଟ ଅଭିଯୁକ୍ତ ବବୁଲୁ ନାୟକଙ୍କୁ 20ବର୍ଷ ସଶ୍ରମ କାରାଦଣ୍ଡ ଓ 23 ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ 2 ବର୍ଷ 3ମାସ ଅଧିକ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏହାସହ ପୀଡିତାଙ୍କୁ 6 ଲକ୍ଷ ଟଙ୍କା କ୍ଷତି ପୂରଣ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ 2021 ମସିହା ଫେବୃଆରୀ ଫିରିଙ୍ଗିଆ ଥାନା ଅଞ୍ଚଳ ନାବାଳିକା ଜଣକ ମନ୍ଦିର ନିକଟରେ ଶ୍ରମିକ କାମ କରୁଥିବା ବେଳେ ଅଭିଯୁକ୍ତ ବାବୁଲ ନାୟକ ରାଜମିସ୍ତ୍ରୀ କାମ କରୁଥିଲେ । ନାବାଳିକାକୁ ପ୍ରେମ ନିବେଦନ କରିବା ସହ ବିବାହର ପ୍ରଲୋଭନ ଦେଖାଇ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । 26 ଜୁନ୍ 2021 ତାରିଖ ଦିନ ଏକ ଅଟୋ ଯୋଗେ ନାବାଳିକାକୁ ଅପହରଣ କରି ନିଜ ଘରକୁ ନେଇଯାଇଥିଲେ । ଏଥି ସହ ନାବାଳିକା ପିତାଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ .....ହତ୍ୟାକାରୀକୁ ଆଜୀବନ ସଜ୍ଜା, ପୂର୍ବ ଶତ୍ରୁତାକୁ ନେଇ ଘଟିଥିଲା ହତ୍ୟାକାଣ୍ଡ

ଏହି ଘଟଣା ସମ୍ପର୍କରେ ପୀଡିତାଙ୍କ ବାପା 28 ରିଖରେ ଫିରିଙ୍ଗିଆ ଥାନାରେ ଏକ ଅଭିଯୋଗ କରିଥିଲେ ।ଏହାକୁ ଆଧାର କରି ଫିରିଙ୍ଗିଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଅଭିଯୁକ୍ତ ବବୁଲ ନାୟକକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ବବୁଲୁର ଘର ଲାଇନ୍ ପଡ଼ା ବରସାହି ବୋଲି ଜଣା ପଡ଼ିଥିଲା । ପୋସ୍କୋ କୋର୍ଟ 12 ଜଣଙ୍କ ସାକ୍ଷ୍ୟ ଓ ଡାକ୍ତର ମାଇନାକୁ ଆଧର କରି ଏହି ରାୟ ଶୁଣାଇଛନ୍ତ।  

ଇଟିଭି ଭାରତ,କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.