ETV Bharat / state

ହତ୍ୟାକାରୀକୁ ଆଜୀବନ ସଜ୍ଜା, ପୂର୍ବ ଶତ୍ରୁତାକୁ ନେଇ ଘଟିଥିଲା ହତ୍ୟାକାଣ୍ଡ

author img

By ETV Bharat Odisha Team

Published : Mar 11, 2024, 10:33 PM IST

ହତ୍ୟାକାରୀକୁ ସଜ୍ଜା
ହତ୍ୟାକାରୀକୁ ସଜ୍ଜା

Accused Sentenced To Lifetime Imprisonment: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡର ରାୟ ଦୀର୍ଘ ୬ ବର୍ଷ ପରେ ପ୍ରକାଶ ପାଇଛି । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଅଧିକ ପଢନ୍ତୁ

ଭବାନୀପାଟଣା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଦୀର୍ଘ ୬ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେବା ସହ ଅନ୍ୟ ଜଣକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଦୋଲାବହାଲି ଗାଁର ଅଭିଯୁକ୍ତ ଅଭି ଭୋଇ, କର୍ଫୁଲ ଭୋଇ ଓ ତାଙ୍କ ଦୁଇ ପୁଅ ନବୀନ ଓ ଜନ୍ମଞ୍ଜେୟଙ୍କ ସହ ସେହି ଗାଁର ସୂକଳ ପତ୍ରାଙ୍କ ମଧ୍ୟରେ ବଚସା ହୋଇଥିଲା । ୨୦୧୮ ମସିହା ସେପ୍ଟେମ୍ବର 14 ତାରିଖରେ ପୂର୍ବ ଶତୃତାକୁୁ ନେଇ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା ।

କିଛି ସମୟ ପରେ ଆଭିଭୋଇ ସୂକଳ ପତ୍ରଙ୍କୁ ଟାଙ୍ଗିଆରେ ହାଣିଥିଲେ । ଫଳରେ ଘଟଣା ସ୍ଥଳରେ ସୂକଳଙ୍କ ଗୁରୁତର ହୋଇପଡ଼ିଥିଲେ । ସୂକଳଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସି ସେଠାରେ ପହଞ୍ଚିଥିଲେ । ଏହାକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପରେ ଗ୍ରାମବାସୀ ସୂକଳ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସୂକଳଙ୍କ ସ୍ତ୍ରୀ ବେଦମତି ପାତ୍ର ମଦନପୁର ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ କର୍ଫୁଲ ଭୋଇ ଓ ଅଭି ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଲା।

ଏହା ମଧ୍ୟ ପଢନ୍ତୁ...ସ୍ତ୍ରୀର ଚରିତ୍ର‌ ସଂହାର କରିବାରୁ ସାଙ୍ଗକୁ ହତ୍ୟା ମାମଲା, ହଂସପାଳ ହତ୍ୟାକାଣ୍ଡ ଦୋଷୀକୁ ଆଜୀବନ ସଜ୍ଜା

ଏହା ମଧ୍ୟ ପଢନ୍ତୁ...ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଟ୍ୟୁସନ ଶିକ୍ଷକଙ୍କୁ ଆଜୀବନ ସଜ୍ଜା

ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡ ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ନବୀନ ଭୋଇ ଓ ଜନ୍ମଞ୍ଜେୟ ଭୋଇ ଫେରାର ଥିବା ଜଣାପଡ଼ିଛି । ଆଜି ଏହି ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଜିଲ୍ଲା ଦୌର ଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ମୋଟ ୧୮ଟି ସାକ୍ଷ୍ୟ ପ୍ରମାଣ ଓ ୧୯ଟି ଦଲିଲ ପ୍ରମାଣକୁ ଭିତ୍ତି କରି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭି ଭୋଇକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ସହ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ନିର୍ଦ୍ଦେଶ ରହିଛି । ଅପରପକ୍ଷେ, ଅନ୍ୟ ଜଣେ ବିଚାରଧୀନ ଅଭିଯୁକ୍ତ କର୍ଫୁଲ ଭୋଇକୁ ସାକ୍ଷ୍ୟ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.