ETV Bharat / state

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଜୟ ସଂକଳ୍ପ ଯାତ୍ରା - BJP Bijaya Sankalp Yatra

author img

By ETV Bharat Odisha Team

Published : May 17, 2024, 9:49 PM IST

BJP Bijaya Sankalp Yatra: ଆସନ୍ତା ମେ ୨୦ରେ ରାଜ୍ୟରେ ଦ୍ୱିତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ପାଇଁ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର କରିିଥିବା ବେଳେ ଜଗନ୍ନାଥଙ୍କ ଦଇତାପତି ସେବାୟତ ତଥା ବିଜେପି କର୍ମୀ ଭବାନୀ ଦାସ ମହାପାତ୍ର ନିଜ ଦଳୀୟ କର୍ମୀଙ୍କ ବିଜୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଜୟ ସଂକଳ୍ପ ଯାତ୍ରା
ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଜୟ ସଂକଳ୍ପ ଯାତ୍ରା (ETV Bharat Odisha)

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଜୟ ସଂକଳ୍ପ ଯାତ୍ରା (ETV Bharat Odisha)

ଭୁବନେଶ୍ୱର: ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି । ଏହି ସମୟରେ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାରେ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ୨ୟ ପର୍ଯ୍ୟାୟ ପାଇଁ କସରତ କରୁଛନ୍ତି ପ୍ରାର୍ଥୀ । ଏହି ସମୟରେ ବିଜେପି ତାର ବିଜୟ ସଂକଳ୍ପ ଯାତ୍ରା ମାଧ୍ୟମରେ ପ୍ରାର୍ଥୀଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ଏହାରି ମଧ୍ୟରେ ବର୍ତ୍ତମାନ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ଜଗନ୍ନାଥଙ୍କ ଦଇତାପତି ସେବାୟତ ତଥା ବିଜେପି କର୍ମୀ ଭବାନୀ ଦାସ ମହାପାତ୍ର ।

ଓଡ଼ିଶାର ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଯେଉଁମାନେ କି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ସେମାନଙ୍କ ବିଜୟ କାମନା କରି ପ୍ରଭୁଙ୍କ ଆଶୀର୍ବାଦ ସ୍ୱରୂପ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର, ଆଜ୍ଞା ମାଳ, ମହାପ୍ରସାଦ ବା ନିର୍ମାଲ୍ୟ, ପତିତପାବନ ବାନା ପ୍ରଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆସୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନା ଥାଉ କି ମେ ୮ରୁ ଏହି ବିଜୟ ସଂକଳ୍ପ ଯାତ୍ରା ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୬ଟି ବିଧାନ ସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ଏହା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଆଗାମୀ ୨୦ ତାରିଖରେ ଥିବା ବେଳେ ପୁଣି ଏହି ଅଭିଯାନ ମାଧ୍ୟମରେ ବିଜେପି ପ୍ରାର୍ଥୀଙ୍କୁ ଆଜ୍ଞା ମାଳ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମେ’ 19ରେ ମୋଦିଙ୍କ 2 ଦିନିଆ ଓଡିଶା ଗସ୍ତ: ଶ୍ରୀକ୍ଷେତ୍ରରେ କରିବେ ରୋଡ ସୋ’

ପ୍ରଥମ ପର୍ଯ୍ୟାୟରେ ବିଜୟ ସଂକଳ୍ପ ଯାତ୍ରାର ଆଜ୍ଞାମାଳ ଓ ମହାପ୍ରସାଦ ପାଇ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଦ୍ଵିଗୁଣିତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଅନୁରୂପ ସଫଳତା ମିଳିବ ବୋଲି ଆଶା ରଖିଛନ୍ତି ଦଇତାପତି ଭବାନୀ ଦାସ ମହାପାତ୍ର। ଅନ୍ୟପଟେ ଏହି ଯାତ୍ରା ମାଧ୍ୟମରେ ୨୦ ତାରିଖରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଆସିବେ ସେତେବେଳେ ମୁଁ ତାଙ୍କୁ ମହାପ୍ରଭୁଙ୍କୁ ଦର୍ଶନ କରାଇବା ସହ ତାଙ୍କର ବିଜୟ କାମନା କରାଯିବ ବୋଲି କହିଛନ୍ତି ।


ଏହା ମଧ୍ୟ ପଢନ୍ତୁ: ‘ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଲେ, ନବୀନ ବାବୁ ନୁହଁନ୍ତି ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.