ETV Bharat / state

ନିର୍ବାଚନ ପାଇଁ ନବରଙ୍ଗପୁରରେ ସୁରକ୍ଷା କଡାକଡି, ମୁତୟନ ହେବେ 3ପ୍ଲାଟୁନ ପୋଲିସ ଫୋର୍ସ - Election Preparation

author img

By ETV Bharat Odisha Team

Published : Apr 20, 2024, 9:38 AM IST

NABARANGPUR SP PRESS MEET
NABARANGPUR SP PRESS MEET

Nabarangpur SP Press Meet: ମେ 13ରେ ନବରଙ୍ଗପୁରରେ ନିର୍ବାଚନ ଅନୁଷ୍ଠିତ ହେବ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ନେଇ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ । ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ବାହିନୀ ସହ ତିନି ପ୍ଲାଟୁନ ସିଆରପିଏଫ ଯବାନ ମୁତୟନ । ଅଧିକ ପଢନ୍ତୁ

NABARANGPUR SP PRESS MEET

ନବରଙ୍ଗପୁର: ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନବରଙ୍ଗପୁର ଏସପିଙ୍କ ସାମ୍ବାଦିକ ସମ୍ମିଳନୀ । ଭୟମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପୋଲିସ ବିଭାଗ ତରଫରୁ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏସପି । ଜିଲ୍ଲାରେ ଯେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ବାହିନୀ ସହ ତିନି ପ୍ଲାଟୁନ ସିଆରପିଏଫ ଯବାନ ମୁତୟନ କରାଯିବ । ଜିଲ୍ଲାର ସମସ୍ତ ବ୍ଲକ ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ଓ ସିଆରପିଫ ଯବାନଙ୍କ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଉଛି । ମେ 13ରେ ନବରଙ୍ଗପୁରରେ ନିର୍ବାଚନ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରର 62ଟି ବୁଥରେ ମତଦାନ ସମୟ ପରିବର୍ତ୍ତନ - Nabarangpur Lok Sabha constituency

ଏସପି କହିଛନ୍ତି , ''ନବରଙ୍ଗପୁର ଜିଲ୍ଲା ସହ ଛତିଶଗଡ଼ ର ୪ ଟି ଜିଲ୍ଲା ସହ ସୀମା ସଂଯୋଗ କରୁଛି ବସ୍ତର, କଣ୍ଡାଗାଁ, ଧନ୍ତରି, ଗୋରିଆ ବନ୍ଧ । ଏହି ଚାରୋଟି ଜିଲ୍ଲା ସହ ଚେକପୋଷ୍ଟ ଅଛି ଏଥିରେ ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ସମ୍ୱନ୍ଧୀୟ ତଥ୍ୟର ଆଦାନ ପ୍ରଦାନ କରାଯାଉଛି । ସୀମାନ୍ତରେ ୫ ଅନ୍ତଃରାଜ୍ୟ ସୀମା ଚେକପୋଷ୍ଟ ଅଛି । ୩ ଟି ଅନ୍ତଃ ଜିଲ୍ଲା ଚେକ ପୋଷ୍ଟ ଅଛି । ନିର୍ବାଚନ ସମୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ବିଭିନ୍ନ ଅପରାଧୀ କାର୍ଯ୍ୟକଳାପରେ ଜଡିତ ଲୋକଙ୍କୁ ନୋଟିସ ଦିଆଯାଇଛି । ମଦ ଓ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ବାରମ୍ବାର ଚଢ଼ାଉ ଓ ଯାଞ୍ଚ ଜାରି ରହିଛି । ସୀମାନ୍ତ ଓ ସମ୍ବେଦନଶୀଳ ବୁଥ ପାଇଁ ସିଆରପିଏଫ, ଏସଓଜି ଯବାନ, ଡିବିଏଫ ଯବାନଙ୍କୁ ମୁତୟନ କରାଯାଇ ଯାଞ୍ଚ କରାଯିବା ସହିତ ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ କରାଯାଉଛି । ଏଥିସହ ସୀମାନ୍ତ ଅଞ୍ଚଳର ଲୋକଙ୍କ ସହିତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମ କରିବା ଉଦେଶ୍ଯରେ ବିଭିନ୍ନ ବୈଠକ କରାଯାଉଛି । ଜିଲ୍ଲାରେ ୬୨ ଟି ସମ୍ବେଦନଶୀଳ ବୁଥ ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ଲିଟର ମଦ ଜବତ ହୋଇଥିବା ୭୬ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ୮ ଟି ଚେକ ପୋଷ୍ଟ ୮୨ ଜଣଙ୍କୁ ନୋଟିସ କରାଯାଇଛି । ଦୁଇଟି ବେଆଇନ ବନ୍ଧୁକ ଜବତ ହୋଇଛି ।''

ଗୁରୁବାରଜିଲ୍ଲାର ୬୨ ଟି ବୁଥରେ ନିର୍ବାଚନ ସମୟ ପରିବର୍ତ୍ତନ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛଥିଲେ । ନିର୍ବାଚନ ପରିଚାଳନା ଗତ ଅସଙ୍ଗତି ଦୂର କରି ବ୍ୟବସ୍ଥା ଗତ ଶୃଙ୍ଖଳା ଆଣିବା ଉଦ୍ଦେଶ୍ୟ ନେଇ ଏହି ସମୟ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳ କହିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.