ETV Bharat / state

ପଦ୍ମପୁରରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ ବର୍ଷା ସିଂ - padmapur assembly Constituency

author img

By ETV Bharat Odisha Team

Published : Apr 29, 2024, 10:36 PM IST

ପଦ୍ମପୁରରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ , ନାମାଙ୍କନ ଭରିଲେ ବର୍ଷା ସିଂ
ପଦ୍ମପୁରରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ , ନାମାଙ୍କନ ଭରିଲେ ବର୍ଷା ସିଂ

PADMAPUR ASSEMBLY CONSTITUENCY: ବରଗଡ଼ରେ ମେ ୨୦ ତାରିଖରେ ହେବ ନିର୍ବାଚନ । ପଦ୍ମପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ବର୍ଷା ସିଂ ବରିହା । ବରଗଡ଼ରୁ ସ୍ବାଧୀନ ଭାବେ ଲଢିବେ ପାଣ୍ଡବ କର୍ଣ୍ଣ । ଅଧିକ ପଢନ୍ତୁ

ପଦ୍ମପୁରରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ , ନାମାଙ୍କନ ଭରିଲେ ବର୍ଷା ସିଂ

ବରଗଡ଼: 2024 ସାଧାରଣ ନିର୍ବାଚନ ପାଇଁ ମେ 20 ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ଏଥିପାଇଁ ୨୬ ଏପ୍ରିଲରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଆଜି ନାମାଙ୍କନ ଦାଖଲର ଚତୁର୍ଥ ଦିନ । ତେବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଜି ନାମାଙ୍କନ ଭରିଛନ୍ତି । ବର୍ଷା ସିଂ ନିଜର ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରି ଏକ ବିରାଟ୍ ଶୋଭାଯାତ୍ରାରେ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆଜି ସକାଳେ ବିଧାୟିକା ବର୍ଷା ସିଂ ବରିହା, ନିଜ ଭାଇ ଓ ସ୍ବାମୀଙ୍କ ସହ ପ୍ରଥମେ ତାଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ସମାଧି ପୀଠରେ ପହଞ୍ଚି । ସମାଧିକୁ ପୁଷ୍ପମାଲ୍ୟ ଦେବା ସହ ପ୍ରଣିପାତ କରି ସ୍ୱର୍ଗତ ପିତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ପରେ ପ୍ରାୟ ୧୦ ହଜାରରୁ ଅଧିକ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କରିଥିଲେ । ଏହି ଅବସରରେ ବରଗଡ଼ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥିନୀ ପରିନିତା ମିଶ୍ର ଓ ବିଜେଡି ଜିଲ୍ଳା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ଶୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।



ସେହିପରି ଆଜି ପାଣ୍ଡବ କର୍ଣ୍ଣ ବରଗଡ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ନିଜ ନାମାଙ୍କନ ପତ୍ର ବରଗଡ଼ ଉପଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସର କୁମାର ନାଗଭୁଷଣଙ୍କ ଠାରେ ଦାଖଲ କରିଥିଲେ । ପାଣ୍ଡବ କର୍ଣ୍ଣ ବରଗଡ଼ ବିଧାନସଭାରୁ କଂଗ୍ରେସ ଦଳ ପାଇଁ ଆଶାୟୀ ବିଧାୟକ ପ୍ରାର୍ଥୀ ଥିଲେ । ତେବେ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସ ଦଳରୁ ଇସ୍ତାଫା ଦେଇଥିଲେ । ବରଗଡ଼ ଜିଲ୍ଲାରେ ସମାଜସେବାରେ ଜଡିତ ପାଣ୍ଡବ କର୍ଣ୍ଣ ଚାଷୀ ସମସ୍ୟା ସହ ବରଗଡ଼ ବିଧାନସଭାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ଏବଂ ନିଜ ସଂଗ୍ରାମ ଜାରି ରଖିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଅଧିକ ପଢନ୍ତୁ.....ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ସୁନିଲ - Puri Assembly Constituency

ସେହିପରି ବିଏସପିରୁ ଜୟ ଶଙ୍କର ସିହ୍ନା ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବରଗଡ ଲୋକସଭା ଆସନ ପାଇଁ ବିଏସପିରୁ ଟଙ୍କଧର କଣ୍ଟା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପୁର ବିଧାନସଭା ଆସନ ପାଇଁ ବିଏସପି ଦଳରୁ ଧବଳେଶ୍ଵର ମହାନନ୍ଦ,ପଦ୍ମପୁର ବିଧାନସଭା ଆସନ ପାଇଁ ବିଏସପି ଦଳରୁ ରୂପଧର କୁମ୍ଭାର, ସ୍ଵାଧୀନ ପ୍ରାର୍ଥିନୀ ଭାବେ ରେବତୀ ଗିରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହାସହ ଭଟଲି ବିଧାନସଭା ଆସନ ପାଇଁ ସ୍ଵାଧୀନ ପ୍ରାର୍ଥିନୀ ଭାବେ ସାବିତ୍ରୀ ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗୋଟେ ଦିନରେ ସମୁଦାୟ ୮ ଜଣ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବରଗଡ ଜିଲ୍ଲାରେ । ବରଗଡରେ ମେ ୨୦ ତାରିଖରେ ହେବ ମତଦାନ ଏବଂ ଜୁନ ୪ରେ ହେବ ଭୋଟ ଗଣତି ।

ଇଟିଭି ଭାରତ,ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.