ETV Bharat / state

ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, 5 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

author img

By ETV Bharat Odisha Team

Published : Mar 6, 2024, 7:29 AM IST

Updated : Mar 6, 2024, 9:25 AM IST

Five Convicted sentenced to life imprisonment in Kendrapara: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସିମୁଳିଆ ଗାଁର ଜଣଙ୍କୁ ହତ୍ୟା ଓ 2 ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରାୟ । 5 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ଅଧିକ ପଢ଼ନ୍ତୁ

5 ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
5 ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସିମୁଳିଆ ଗାଁର ଜଣଙ୍କୁ ହତ୍ୟା ଓ 2 ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଦୀର୍ଘ 4 ବର୍ଷ ପରେ ଆସିଲା ରାୟ । ମାମଲାର ଶୁଣାଣି କରି ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଏହାସହ 2 ଅଭିଯୁକ୍ତଙ୍କୁ ୩୦ ହଜାର ଓ 3 ଜଣ ଅଭିଯୁକ୍ତଙ୍କୁ 10 ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ଶୁଣାଇଲେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜୟ କୁମାର ପ୍ରଧାନ ।

ଅଭିଯୋଗ ଅନୁଯାୟୀ, ୨୦୨୦ ମସିହା ମେ ମାସ ୨୯ ତାରିଖ ସକାଳ ୫ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସିମୁଳିଆ ଗାଁରେ ଜମିବାଡ଼ି ମାମଲାକୁ କେନ୍ଦ୍ର କରି ଦେବପ୍ରସାଦ ସ୍ୱାଇଁଙ୍କ ପରିବାରକୁ ଶିବପ୍ରସାଦ ସ୍ବାଇଁଙ୍କ ପରିବାର ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଦେବପ୍ରସାଦଙ୍କ ମାଆ କୁସୁମ ସ୍ୱାଇଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଦେବପ୍ରସାଦଙ୍କ ହାତ କଟି ଯାଇଥିଲା । ସେପଟେ ଦେବପ୍ରସାଦ ପତ୍ନୀ ମୀରା ସ୍ବାଇଁଙ୍କ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।

ଶିବପ୍ରସାଦ ସ୍ବାଇଁଙ୍କ ସମେତ ଏହି ହତ୍ୟାକାଣ୍ଡ ଓ ଆକ୍ରମଣରେ ପରୀକ୍ଷିତ ସ୍ୱାଇଁ, ଦିଲ୍ଲୀପ ନାୟକ, କିଶୋର କୁମାର ଜେନା ଏବଂ ନଳିନୀପ୍ରଭା ସ୍ୱାଇଁ ସମ୍ପୃକ୍ତ ଥିବା ନେଇ ସ୍ଥାନୀୟ ୱାର୍ଡମେମ୍ବର ଭଗବାନ ଜେନା ସେହିଦିନ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପକ୍ଷରୁ ୧୮୮/୨୦୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହୃତ ସାମଗ୍ରୀକୁ ଜବତ କରାଯାଇଥିଲା । ପୋଲିସ ଉକ୍ତ ଘଟଣାରେ ୨୮ ଜଣ ସାକ୍ଷୀଙ୍କୁ ସାମିଲ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସାକ୍ଷୀମାନଙ୍କ ବୟାନ ଶୁଣି ଗତକାଲି (ମଙ୍ଗଳବାର) ଏକ ଐତିହାସିକ ରାୟ ଶୁଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ଦୋଷୀକୁ ଆଜୀବନ କାରାଦଣ୍ଡ

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୩୦୨, ୩୦୭, ୩୨୬ ଓ ୨୫ ଆର୍ମସ ଆକ୍ଟ ଲାଗିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବପ୍ରସାଦ ଓ ପରୀକ୍ଷିତଙ୍କୁ ୩୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅନ୍ୟପଟେ ଅନ୍ୟ ତିନିଜଣ ଅଭିଯୁକ୍ତ ଦିଲ୍ଲୀପ, କିଶୋର ଏବଂ ନଳିନୀପ୍ରଭାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧୫ ଦିନ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଏପିପି ସଞ୍ଜୟ କୁମାର ଜେନା ପରିଚାଳନା କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Mar 6, 2024, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.