ETV Bharat / state

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ଦୋଷୀକୁ ଆଜୀବନ କାରାଦଣ୍ଡ

author img

By ETV Bharat Odisha Team

Published : Feb 24, 2024, 4:23 PM IST

Minor Rape Accused Sentenced To Lifetime Imprisonment: ନାବାଳିକା ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୀର୍ଘ ୬ ବର୍ଷ ପରେ ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟ । ଦୁଷ୍କର୍ମ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଅଧିକ ପଢନ୍ତୁ

6 ବର୍ଷ ପରେ ଦିବ୍ୟାଙ୍ଗ ନାବାଳିକାକୁ ମିଳିଲା ନ୍ୟାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
6 ବର୍ଷ ପରେ ଦିବ୍ୟାଙ୍ଗ ନାବାଳିକାକୁ ମିଳିଲା ନ୍ୟାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ରାଉରକେଲା: ନାବାଳିକା ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୀର୍ଘ ୬ ବର୍ଷ ପରେ ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟ । ଦୁଷ୍କର୍ମ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଏହାସହ ପୀଡ଼ିତାଙ୍କୁ ମୋଟ ୯ ଲକ୍ଷ ଟଙ୍କାର ଥଇଥାନ ଏବଂ ରକ୍ଷଣାବେକ୍ଷଣ ପାଇଁ ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ରାଉରକେଲା ସହରର ଏହି ବହୁ ଚର୍ଚ୍ଚିତ କେସ୍ ର ଫଇସଲା ଆଜି ଆସିଛି । ଅତିରିକ୍ତ ଦୌରାଜଜ୍ ତ୍ବରିତ ଅଦାଲତ ସ୍ବତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ପି. ସୁରିୟା ରାଓ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ୨ ଲକ୍ଷ ଟଙ୍କାର ଅଭିଯୋଗକାରିଣୀକୁ ଥଇଥାନ ରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପକ୍ସୋ କୋର୍ଟ । ଦୁଷ୍କର୍ମ ପୀଡିତାଙ୍କୁ ଥଇଥାନ ଓ ରକ୍ଷଣାବେକ୍ଷଣ ପାଇଁ ୭ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ତାଲୁକ ଆଇନ ସେବା ଜରିଆରେ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ୧୮ ଟି ସରକାରୀ ସାକ୍ଷୀଙ୍କ ବୟାନ ଓ ୩୮ଟି ଦସ୍ତାବିଜ୍‌କୁ ବିଚାରକୁ ନେଇ ବିଚାରପତି ଏହି ରାୟ ଶୁଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... 2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, 69 ବର୍ଷୀୟ ବୃଦ୍ଧଙ୍କୁ 20 ବର୍ଷ ଜେଲ୍

ସୂଚନା ଅନୁଯାୟୀ, ଅଭିଯୁକ୍ତ ହେଲେ ବିଶ୍ରା ଅଞ୍ଚଳର ଯୁଗଳ ଚେରୁଆ । ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ନାବାଳିକା ବିଶ୍ରା ଅଞ୍ଚଳର ବାସିନ୍ଦା । ଅଭିଯୁକ୍ତ ଓ ପୀଡିତାଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଥିଲା । ଏପରିକି ଅଭିଯୁକ୍ତ ଜଣକ ତାଙ୍କ ଘରକୁ ଯା ଆସ ମଧ୍ୟ କରୁଥିଲେ । ପୂର୍ବରୁ ଦିବ୍ୟାଙ୍ଗ ନାବାଳିକା ଉପରେ ଲୋଲୁପ ଦୃଷ୍ଟି ରଖିଥିଲା ଅଭିଯୁକ୍ତ ଯୁଗଳ ଚେରୁଆ । ଗତ ୨୦୧୮ ମସିହା ନଭେମ୍ବର ମାସରେ ୧୪ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କ ପିତା ମାତା କାମକୁ ଯାଇଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁଗଳ ଚେରୁଆ ଦିବ୍ୟାଙ୍ଗ ନାବାଳିକାଙ୍କ ଘରକୁ ପଶିଥିଲା ।

ନାବାଳିକାଙ୍କୁ ତାର ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଏବଂ କାହାକୁ ନ କହିବାକୁ ଧମକ ଦେଇଥିଲା ଯୁଗଳ । ତେବେ ନାବାଳିକା ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ବିଶ୍ରା ପୁଲିସ ମାମଲା ରୁଜୁ କରିଥିଲା । ଡାକ୍ତରମାଇନା ପରେ ପୁଲିସ ପୀଡିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଅଭିଯୁକ୍ତ ଯୁଗଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏତେ ବର୍ଷ ପରେ ନାବାଳିକାଙ୍କୁ ନ୍ୟାୟ ମିଳିଥିବାରୁ ତାଙ୍କ ପରିବାର ବର୍ଗ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.