ETV Bharat / state

2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, 69 ବର୍ଷୀୟ ବୃଦ୍ଧଙ୍କୁ 20 ବର୍ଷ ଜେଲ୍

author img

By ETV Bharat Odisha Team

Published : Feb 18, 2024, 7:24 AM IST

2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା
2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା

Minor Girl Rape Case In Jagatsinghpur: 7 ବର୍ଷର 2 ନାବାଳିକାକୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତ 69 ବର୍ଷୀୟ ବୃଦ୍ଧକୁ 20 ବର୍ଷ ସଶ୍ରମ କାରାଦଣ୍ଡ । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଦୁଇ ଜଣ 7 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । 4 ବର୍ଷ ପରେ ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀ 69 ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କୁ ଶନିବାର ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ କୋର୍ଟ 20 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହିତ 45 ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ 9 ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ୱତନ୍ତ୍ର ପୋକ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜଗତସିଂହପୁର ଅଭୟଚନ୍ଦପୁର ଥାନା ଡାଳିମ୍ଭପୁର ପଞ୍ଚାୟତ ଅଞ୍ଚଳର କାଙ୍ଗାଳୀ ବେହେରା ନାମକ ଜଣେ 65 ବର୍ଷୀୟ ବୃଦ୍ଧ ଗତ 2020 ମସିହା ସେପ୍ଟେମ୍ବର ମାସ 9 ତାରିଖ ଦିନ ଏକ ଠାକୁରାଣୀ ମନ୍ଦିରରେ ବସିଥିଲେ । ମନ୍ଦିର ପାଖରେ 7 ବର୍ଷୀୟା 2 ଜଣ ନାବାଳିକା ଖେଳୁଥିବାର ଦେଖି ବୃଦ୍ଧ ଜଣଙ୍କ ନିକଟରେ ଥିବା ଏକ ରେଡ଼କ୍ରସ ଭବନକୁ 2 ନାବାଳିକାଙ୍କୁ ଉଠାଇ ନେଇଥିଲା । ସେଠାରେ 2 ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ନାବାଳିକା 2 ଜଣ ଚିତ୍କାର କରି କାନ୍ଦିଥିଲେ । ସେଠାରେ ଲୋକେ ରୁଣ୍ଡ ହୋଇଯିବା ଭୟରେ ଅଭିଯୁକ୍ତ ବୃଦ୍ଧ ଜଣକ ସେଠାରୁ ଚମ୍ପଟ ମାରିଥିଲେ । ପରେ ନାବାଳିକା 2 ଜଣ ଯାଇ ତାଙ୍କ ପରିବାର ଲୋକଙ୍କ ଆଗରେ ସବୁକଥା କହିଥିଲେ । ଏନେଇ 2 ନାବାଳିକାଙ୍କ ପରିବାର ଲୋକେ ଅଭୟଚନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ, ଦୋଷୀକୁ 20ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ସେପଟେ ଅଭିଯୋଗ ପାଇବା ପରେ ଅଭୟଚନ୍ଦପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାସହ ଉକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଗତକାଲି ଏହି ମାମଲାର ରାୟ ପ୍ରକାଶ ପାଇଛି । 18 ଜଣ ସାକ୍ଷୀଙ୍କ ବୟାନ ପରେ ଜଗତସିଂହପୁର ପୋକ୍ସ କୋର୍ଟ ଅଭିଯୁକ୍ତ ବୃଦ୍ଧଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ କ୍ଷତିପୂରଣ ଅର୍ଥ ବାବଦରେ 45 ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ କୋର୍ଟ । ଜରିମାନା ଅନାଦେୟ ଅଧିକ 9 ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି । 2020ରେ ଅଭିଯୁକ୍ତ ବୃଦ୍ଧଙ୍କ ବୟସ 65 ହୋଇଥିବା ବେଳେ ବର୍ତ୍ତମାନ ବୟସ 69 ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.