ETV Bharat / state

ଧାନ ବିଲ ଫାଠି ଆଁ, ଜଳସେଚନ ଅଭାବରୁ ନଷ୍ଟ ହେବାକୁ ବସିଛି ଫସଲ - Farmers Allege irregularities

author img

By ETV Bharat Odisha Team

Published : Mar 22, 2024, 3:33 PM IST

Irregularities In Irrigation
Irregularities In Irrigation

Irregularities In Irrigation: ଜଳସେଚନ ଅଭାବରୁ ଶହ ଶହ ଏକର ଧାନ ବିଲ ଫାଠି ଆଁ କଲାଣି । ପ୍ରଶାସନ ଧାନ ଚାଷ ପାଇଁ କେନାଲ ପାଣି ଯୋଗାଇ ଦେବା କହି ଠକି ଦେଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Irregularities In Irrigation

ନିଆଳି: ପାଣି ଅଭାବରୁ ଶହ ଶହ ଏକର ଧାନ ବିଲ ଫାଠି ଆଁ କଲାଣି । ଶେଷରେ ଧାନ ଗଛକୁ ବଞ୍ଚାଇବା ପାଇଁ ଚାଷୀ ନିଜ ଧାନ ଜମିରେ ପାଣି ମଡାଇବା ପାଇଁ ଆରମ୍ଭ କରିଛି ପ୍ରୟାସ । ନିଜେ କାଡା ସଫା କରି ପାଣି ମଡାଇବାକୁ ଉଦ୍ୟମ କରୁଛନ୍ତି ଚାଷୀ। ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଜନ ସମ୍ପଦ ଉପଖଣ୍ଡ ପମ୍ପାଲୋ ପଞ୍ଚାୟତ ସରାଟ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷ ମୁଗ,ବିରି ପରିବର୍ତ୍ତେ ଖରାଟିଆ ଡାଳୁଅ ଧାନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଫଳରେ ଅଞ୍ଚଳର ଶତାଧିକ ଚାଷୀ ବହୁ କଷ୍ଟରେ ଡାଳୁଆ ଧାନ ଚାଷ ଆରମ୍ଭ କରିଥିଲେ।

ଏକ ମାସ ତଳେ ଚାଷୀ ଧାନ ରୋଇଥିଲେ ଚାଷୀ । ପ୍ରଥମେ କେନାଲ ପାଣି ବି ମାଡିଲା କିନ୍ତୁ କିଛି ଦିନ ପରେ ଆଉ କେନାଲ ପାଣି ଧାନ ବିଲକୁ ଆସିଲା ନାହିଁ। ଯାହା ଦ୍ବାରା ଧାନ ଜମି ଫାଟି ଆଁ କରିଛି।‌ ଚାଷୀ ବାଲିପାଟଣା ବ୍ଲକଠାରୁ ଆରମ୍ଭ କରି ବାଲିପାଟଣା ଜଳ ସମ୍ପଦ ଉପଖଣ୍ଡ ବିଭାଗର ଅଧିକାରୀମାନଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ବି ସୁଫଳ ମିଳିଲା ନାହିଁ । ଶେଷରେ ଧାନ ଚାଷୀ ଏକତ୍ରିତ ହୋଇ ଧାନ ବିଲରେ କେନାଲ ପାଣି ମଡାଇବା ପାଇଁ ଉଦ୍ୟମ କରିଛନ୍ତି ।‌ ଚାଷୀମାନଙ୍କ କହିବା କଥା, ପ୍ରତି ବର୍ଷ ମୁଗ ଓ ବିରି ଚାଷ କରି ଭଲ ଦି ପଇସା ମିଳିଥିଲା । କିନ୍ତୁ ଚଳିତବର୍ଷ ସ୍ଥାନୀୟ ପ୍ରଶାସନ ଧାନ ଚାଷ ପାଇଁ କେନାଲ ପାଣି ଯୋଗାଇ ଦେବା କହି ଠକି ଦେଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ...ଜଳ ସମସ୍ୟା ନେଇ କୃଷକ ସମାବେଶ, ସରକାରଙ୍କ ଉପରେ ଗର୍ଜିଲେ କୃଷକ ସଂଘ


ଏନେଇ ବାଲିପାଟଣା ଜଳ ସମ୍ପଦ ଉପଖଣ୍ଡ ବିଭାଗୀୟ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ନାୟକଙ୍କ ସହିତ ଟେଲିଫୋନ ଯୋଗେ ଯୋଗାଯୋଗ କରିବା ପରେ ସେ କହିଛନ୍ତି, "ବଡ ବଡ କେନାଲ ଏବଂ ନଦୀ ଆମର କାଡା ବିଭାଗ ଅଲଗା ଏବଂ କାଡା ପୋତି ହୋଇଯାଇଛି । ନିଜେ ଚାଷୀ ଖୋଳିକି ପାଣି ମଡାନ୍ତୁ । ଧାନ ଚାଷ ପାଇଁ ଆମେ କହିନାହୁଁ, ବ୍ଲକ କୃଷି ବିଭାଗ କହିଥିବ। ସେ ବିଭାଗ ଅଲଗା ।" ଏହାସହ "୨୦ ବର୍ଷ ପରେ କେନାଲ ପାଣି ଆସିଛି ପ୍ରଥମ କରି ଏମିତି ଅସୁବିଧା ହେବ ଏବଂ କିଛି ଚାଷୀ ହଇରାଣ ହେବେ" ବୋଲି କହିଛନ୍ତି ଜଳ ସମ୍ପଦ ଉପଖଣ୍ଡ ସହକାରୀ ଯନ୍ତ୍ରୀ ।


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.