ETV Bharat / state

ଜଳ ସମସ୍ୟା ନେଇ କୃଷକ ସମାବେଶ, ସରକାରଙ୍କ ଉପରେ ଗର୍ଜିଲେ କୃଷକ ସଂଘ

author img

By ETV Bharat Odisha Team

Published : Mar 20, 2024, 8:32 PM IST

Farmers meeting held at Khadiala: ଖଡ଼ିଆଳ ଶିକ୍ଷକ ଭବନ ଠାରେ ଆୟୋଜିତ ହେଲା କୃଷକ ସମାବେଶ । ଏହି ସମାବେଶରେ ସରକାର ଚାଷ ଜମିକୁ ପାଣି ଯୋଗାଇବା ଦେବା ପାଇଁ ପ୍ରତିବାଦ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ,

କୃଷକ ସମାବେଶ
କୃଷକ ସମାବେଶ

କୃଷକ ସମାବେଶ

ନୂଆପଡା: ଖଡ଼ିଆଳ ଶିକ୍ଷକ ଭବନ ଠାରେ ଆୟୋଜିତ ହେଲା କୃଷକ ସମାବେଶ । ଏହି ସମାବେଶରେ ସରକାର ଚାଷ ଜମିକୁ ପାଣି ଯୋଗାଇବା ଦେବା ପାଇଁ ପ୍ରତିବାଦ ଦାବି କରାଯାଇଛି । ଯଦି ତାଙ୍କ ଦାବି ପୂରଣ ନହୁଏ ତେବେ ସେମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସମାବେଶରେ ବରିଷ୍ଠ କୃଷକ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପାତ୍ର ଅଧକ୍ଷ୍ୟତା କରିଥିବା ବେଳେ ବରିଷ୍ଠ କୃଷକ ଅମରେଶ ଚନ୍ଦ୍ର ପଟ୍ଟନାୟକ, ଅମ୍ବିକା ତ୍ରିବେଦୀ,ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥିଭାବରେ ଯୋଗଦେଇ ଉଦବୋଧନ ଦେଇଛନ୍ତି ।

ସମାବେଶରେ 5ଗୋଟି ଗ୍ରାମ ପଞ୍ଚାୟତର ପାଖାପାଖି 15ଗୋଟି ଗାଁର କୃଷମାନେ ଯୋଗଦେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ଅତି ନିକଟରେ ବହୁ ପ୍ରସିଦ୍ଧ ଲୋୟର ଇନ୍ଦ୍ର ଡ୍ୟାମ ରହିଛି । ଡ୍ୟାମ ନିର୍ମାଣରେ 31 ଗୋଟି ଗାଁ ଜଳମଗ୍ନ ହୋଇ ଅନ୍ୟତ୍ର ବିସ୍ଥାପିତ ହୋଇଛନ୍ତି । ଏହି ଡ୍ୟାମର 80 ପ୍ରତିଶତ ପାଣି ବଲାଙ୍ଗୀର ଜିଲ୍ଲାର ଚାଷ ଜମିକୁ ଯାଉଥିବା ବେଳେ, କେବଳ 20 ପ୍ରତିଶତ ଡ୍ୟାମ ପାଣି ନୂଆପଡା ଜିଲ୍ଲାର ଚାଷ ଜମିକୁ ଯାଉଛି । ଆମ ଲୋକଙ୍କ ଘରଦ୍ବାର ଜମିବାଡ଼ି ଡ୍ୟାମ ଗର୍ଭରେ ବୁଡି ଯାଇଥିବା ବେଳେ, ଆମ ଲୋକ ଅନ୍ୟତ୍ର ଥଇଥାନ ହୋଇଛନ୍ତି । ଆମ ଲୋକଙ୍କ ଜମିରେ ଡ୍ୟାମ ନିର୍ମାଣ ହୋଥିଲେ ମଧ୍ୟ ଡ୍ୟାମ ନିକଟବର୍ତ୍ତି ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ 5ଗୋଟି ଗ୍ରାମପଞ୍ଚାୟତର ଶହ ଶହ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..... ଅଧାପନ୍ତରିଆ ରାସ୍ତା ଉଦଘାଟନକୁ ବିରୋଧ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ସେଗୁଡିକ ହେଲା ସାନମହେଶ୍ବର, ଭୋଜପୁର, ବରଗାଁ, ପେନ୍ଦ୍ରାବନ୍ଦ, ଭୁଲିଆ ସିକୁଆଁ ଆଦି ଗ୍ରାମପଞ୍ଚାୟତ ଗୁଡିକର 15 ଗୋଟି ଗାଁର ଚାଷଜମିକୁ ଜଳସେଚିତ କରା ଯାଇନାହିଁ । ମେଗା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଏହି ସବୁ ଗାଁ ଗୁଡିକର ଚାଷ ଜମିକୁ ତୁରନ୍ତ ଜଳ ଯୋଗାଣ ପାଇଁ ସମୂହ ଚାଷୀ ଦାବି କରିଛନ୍ତି । ଯଦି ‘ଚାଷ ଜମିକୁ ପାଣିନାହିଁ ତ ଭୋଟ ବି ଦିଆଯିବ ନାହିଁ’ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଏନେଇ 5ଗୋଟି ଗ୍ରାମପଞ୍ଚାୟତର ଜନ ସାଧାରଣ ଭୋଟ ବର୍ଜନ କରିବା ପାଇଁ ଏବେଠୁ ଅଣ୍ଟା ଭିଡ଼ିଲେଣି । ସରକାର କୃଷକଙ୍କ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରନ୍ତୁ । ନଚେତ ଆଗକୁ ଭୋଟ ବର୍ଜନ କରିବେ ବୋଲି ସମୂହ କୃଷକ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.