ETV Bharat / state

ରାଜ୍ୟରେ ଆଜି ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ବର୍ଷା ପରେ ହଟିଲା ରେଡ ଆଲର୍ଟ - heat wave

author img

By ETV Bharat Odisha Team

Published : May 2, 2024, 3:12 PM IST

HEAT WAVE
HEAT WAVE

Heat Wave: ଆଗାମୀ 4 ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି । ଅଧିକ ପଢନ୍ତୁ

HEAT WAVE

ଭୁବନେଶ୍ୱର: ରାଜ୍ୟରେ ଆଜି ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗୁଳୁଗୁଳି ସହ ଅସହ୍ୟ ତାତିରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ଆଗାମୀ 4 ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ 41ରୁ 43 ଡିଗ୍ରୀ ଯାଏଁ ତାପମାତ୍ରା ରହିବ । ତେଣୁ ଏହି 4 ଦିନ ତାତିରୁ ନିସ୍ତାର ନାହିଁ । ବୁଧବାର କାଳବୈଶାଖୀ ବର୍ଷା ପରେ 6ଟି ସହରରେ 2ରୁ 6 ଡିଗ୍ରୀ ତାତି କମିଥିବା ବେଳେ ଅନେକ ସ୍ଥାନରେ ବର୍ଷା ହୋଇଥିଲା । ସାମାନ୍ୟ ବର୍ଷା ପରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଦୂର ହୋଇଥିବା ବେଳେ ରେଡ୍‌ ଆଲର୍ଟ ବି ହଟିଛି।

heat wave
heat wave

ଆସନ୍ତା 24 ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି ନୟାଗଡ଼, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । କେତେକ ସ୍ଥାନରେ ୟେଲୋ ଓ୍ବାର୍ଣ୍ଣିଂ ବି ଜାରି ରହିଛି । ଏହାସହ ରାଜ୍ୟର କିଛି ସ୍ଥାନରେ ବିଶେଷ କରି ଉପକୂଳ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡ଼ିଘଡ଼ି ସହ ଝଡତୋଫାନ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଗାମୀ 2 ଦିନ ନିସ୍ତାର ନାହିଁ; 2ରୁ କମିବ ତାତି, ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather

ଆସନ୍ତା 5 ତାରିଖ ପରେ ରାଜ୍ୟରେ ବିସ୍ତାରିତ ବର୍ଷା ସହ 4ରୁ 6 ଡିଗ୍ରୀ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 5, 6 ଓ 7 ତାରିଖ 3ଦିନ ଯାଏଁ ରାଜ୍ୟରେ ସବୁ ଜିଲ୍ଲାରେ ବର୍ଷା ହେବ । ଏହି ତିନି ଦିନରେ ଟ୍ରପ ଲାଇନର ସକ୍ରିୟତା ସହ ଆଦ୍ର ଓ ଉଷ୍ମ ବାୟୁ ଚଳାଚଳକୁ ନେଇ ରାଜ୍ୟରେ କାଳବୈଶାଖୀ ବର୍ଷାର ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହାଦ୍ୱାରା ଖରା ଓ ଅସହ୍ୟ ତାତିରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ । ଦକ୍ଷିଣ ଓ ଉତ୍ତର ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଶେଷ ଭାବେ ବର୍ଷାର ପ୍ରଭାବ ରହିବ ବୋଲି ବିଭାଗ ଆକଳନ କରିଛି ।

ଗତ 24 ଘଣ୍ଟାରେ 45 ଡିଗ୍ରୀ ସହ ତାଳଚେର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା । 28 ସହରରେ ତାପମାତ୍ରା 40 ଡିଗ୍ରୀରେ କିମ୍ବା ଅଧିକ ରେକର୍ଡ ହୋଇଛି । 15 ସହରରେ ଦିନରେ ତାପମାତ୍ରା 43 ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ଆସିଥିବା ବେଳେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷ ଓ ଝଡ଼ ତୋଫାନ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.