ETV Bharat / state

ଆଗାମୀ 2 ଦିନ ନିସ୍ତାର ନାହିଁ; 2ରୁ କମିବ ତାତି, ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather

author img

By ETV Bharat Odisha Team

Published : Apr 29, 2024, 5:22 PM IST

ଆଗାମୀ 2 ଦିନ ନିସ୍ତାର ନାହିଁ; 2ତାରିଖରୁ କମିବ ତାତି, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି
ଆଗାମୀ 2 ଦିନ ନିସ୍ତାର ନାହିଁ; 2ତାରିଖରୁ କମିବ ତାତି, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି

Odisha Weather Update: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଆଗାମୀ 2 ଦିନ ବିଭିନ୍ନ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି । ମେ’ 2 ପରେ କମିବ ତାପମାତ୍ରା । ମେ’ 5ରୁ କାଳବୈଶାଖୀ ସମ୍ଭାବନା । ଅଧିକ ପଢ଼ନ୍ତୁ

ଆଗାମୀ 2 ଦିନ ନିସ୍ତାର ନାହିଁ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଅସହ୍ୟ ତାତିରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ତାତିରୁ ରକ୍ଷା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଏଭଳି ସ୍ଥିତି ଆଗାମୀ 2 ଦିନ ପର୍ଯ୍ୟନ୍ତ ଲାଗି ରହିବ । ଆଗାମୀ 2 ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମେ’ 2 ପରଠାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ସାମାନ୍ୟ ତାତି କମିବାର ସମ୍ଭାବନା ରହିଛି । ସେପଟେ ମେ' 5 ତାରିଖ ପରଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

Odisha Weather Update
Odisha Weather Update

ରାଜ୍ୟରେ ଲଗାତାର 15 ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାତିରେ ରାଜ୍ୟବାସୀ ସନ୍ତୁଳିତ ହେଉଛନ୍ତି । ଏଭଳି ଅସହ୍ୟ ତାତିର ପ୍ରଭାବ ଆଗାମୀ 2 ଦିନ (ଏପ୍ରେଲ 30 ଓ ମେ' 1 ତାରିଖ) ପର୍ଯ୍ୟନ୍ତ ରହିବ । ଏହି 2 ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, କଟକ ଓ ନୟାଗଡ । ସେହିପରି ମେ' 2 ତାରିଖରୁ ରାଜ୍ୟବାସୀଙ୍କୁ ତାତିରୁ ହାଲୁକା ଆଶ୍ବସ୍ତି ମିଳିବ । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଯାହାକୁ ନେଇ ଅନେକ ଜିଲ୍ଲାକୁ ରେଡ ଆଲର୍ଟରୁ ଅରେଞ୍ଜ ଆଲର୍ଟକୁ ପରିବର୍ତ୍ତନ କରାଯାଇଛି । ସାମୁଦ୍ରିକ ଝଡ଼ର ପ୍ରଭାବରେ ତାତି କମିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା ଅଂଶୁଘାତ - Sunstroke Death

ସେପଟେ ରାଜ୍ୟରେ ସାମୁଦ୍ରିକ ଝଡ଼ର ପ୍ରଭାବରେ ମେ' 2ରୁ 4 ତାରିଖ ପର୍ଯ୍ୟନ୍ତ ତାତି କମିବାକୁ ଥିବା ବେଳେ 5 ତାରିଖ କିମ୍ବା ଏହାପରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଫଳରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭ ସହରରେ ୪୦ ଡିଗ୍ରୀରୁ ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୋଳରେ ସର୍ବାଧିକ ୪୪.୩ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ରହିଥିଲା । ସେହିପରି ୧୨ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲ୍ସିୟସରୁ ଅଧିକ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.