ETV Bharat / state

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା ଅଂଶୁଘାତ - Sunstroke Death

author img

By ETV Bharat Odisha Team

Published : Apr 29, 2024, 3:24 PM IST

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା ଅଂଶୁଘାତ
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା ଅଂଶୁଘାତ

Second Sunstroke Death In Odisha: ଅଂଶୁଘାତଜନୀତ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି । ଆଜି ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପୁଣି ଅଂଶୁଘାତ ନେଲା ଆଉ ଜଣଙ୍କ ଜୀବନ । ଚଳିତବର୍ଷ ରାଜ୍ୟରେ ଅଂଶୁଘାତ ଯୋଗୁଁ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି । ପୂର୍ବରୁ ବାଲେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଢେଙ୍କାନାଳରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ସରକାରୀ ତଥ୍ୟ ଅନୁଯାୟୀ, ଆଜି (ସୋମବାର) ଅଂଶୁଘାତରେ ଆଉ ଏକ ଜୀବନ ଯାଇଛି । ରାଜ୍ୟରେ ମୋଟ ଅଂଶୁଘାତଜନୀତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଗତ କିଛି ଦିନ ତଳେ ଅଂଶୁଘାତରେ ବାଲେଶ୍ଵରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଆଜି ଢେଙ୍କାନାଳରେ ଅଂଶୁଘାତରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ଓ ତାତିଜନିତ ସମସ୍ୟାରେ ୨୫୭ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୬୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୪୦ ଜଣ, ଖୋର୍ଦ୍ଧାରୁ ୩୬ ଜଣ (କ୍ୟାପିଟାଲ ହସ୍ପିଟାଲର ୧୮ ଜଣଙ୍କୁ ମିଶାଇ), ଝାରସୁଗୁଡ଼ାରୁ ୧୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । କିଛି କିଛି ସ୍ଥାନରେ ସିଭିୟର ହିଟ ୱେଭ ସ୍ଥିତି ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ତାପମାତ୍ରା ୪୪ ଛୁଇଁଲାଣି । ପ୍ରତ୍ୟେକ ଦିନ ୨୦ରୁ ୨୫ ଜଣ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା କରାଯାଉଥିବା ସହ ଓଆରଏସ ମଧ୍ୟ ଯୋଗାଇ ଦିଆଯାଉଛି । ଅଂଶୁଘାତ ଦ୍ଵାରା ପ୍ରଭାବିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ପୂର୍ବାରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଆସିବା ଜରୁରୀ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଅନ୍ୟପଟେ ଅଂଶୁଘାତ ପାଇଁ ସତର୍କ ରହିବାକୁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ହସ୍ପିଟାଲ, CHC, PHCଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ ଓ ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ହସ୍ପିଟାଲ ପ୍ରସ୍ତୁତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ, ଆଗାମୀ 2 ଦିନ ସ୍ଥିତି ଅସମ୍ଭାଳ - Odisha Weather

ଅଂଶୁଘାତର ଲକ୍ଷଣ:

*ଜିଭ ଶୁଖିଯିବା

* ବାନ୍ତି ଲାଗିବା

*ରକ୍ତଚାପ କମିବା

*ଦେହ ହାତ ଘୋଳା ବିନ୍ଧା ହେବା

*ଗମଗମ ଝାଳ ବୋହିବା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.