ETV Bharat / state

ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ, ଆଗାମୀ 2 ଦିନ ସ୍ଥିତି ଅସମ୍ଭାଳ - Odisha Weather

author img

By ETV Bharat Odisha Team

Published : Apr 28, 2024, 7:10 PM IST

ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ
ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ

Odisha Weather Update: ଆଗାମୀ ୨ ଦିନ ଅର୍ଥାତ ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଡହ ଡହ ଖରାରେ ସିଜୁଛି ସାରା ଓଡିଶା । ସୂର୍ଯ୍ୟଙ୍କ କୋପରେ ରାଜ୍ୟବାସୀ ସନ୍ତୁଳିତ ହେଉଥିବା ବେଳେ ଏହି ସ୍ଥିତି ଆଗାମୀ ୨ ଦିନ ଅର୍ଥାତ ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବା । ପରେ ତାପମାତ୍ରାରେ ସାମାନ୍ୟ ହ୍ରାସ ହେଲେ ମଧ୍ୟ କିଛି କିଛି ସ୍ଥାନରେ 40ରୁ 42 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହେବାର ସମ୍ଭାବନା ରହିଛି । ସେପଟେ ଆସନ୍ତା 2 ତାରିଖରୁ ରାଜ୍ୟରେ ସାମାନ୍ୟ ତାତି କମିବା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାହିପରି ଆଜି ମଧ୍ୟ 44.3 ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କ୍ରମାଗତ ଭାବେ 14 ଦିନ ଧରି ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ରହିଥିବା ବେଳେ ଆସନ୍ତାକାଲି ଓ 30 ତାରିଖ ହିଟୱେଭ ପିକ୍‌ରେ ରହିବ । ରାଜ୍ୟରେ ଶୁଷ୍କ ବାୟୁ ଚଳାଚଳର ପ୍ରଭାବ ଅଧିକ ରହିଛି । ଆଜି ଠାରୁ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧ ତାରିଖ ପର ଠାରୁ ବାୟୁ ଚଳାଚଳକୁ ନେଇ 2ରୁ 3 ଡିଗ୍ରୀ ତାପମାତ୍ରାରେ ହ୍ରାସ ହେବ । ତଥାପି 40ରୁ 42 ଡିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ତାପମାତ୍ରା କମିଲେ ମଧ୍ୟ ଉଷ୍ମ ଓ ଆଦ୍ର ସ୍ଥିତି ଜାରି ରହିବ । ସେହିପରି 2 ତାରିଖରେ ତାପମାତ୍ରା ତଳମୁହାଁ ହେବାକୁ ଥିବା ବେଳେ ରେଡ ଆଲର୍ଟରୁ ଅରେଞ୍ଜ ଆଲର୍ଟକୁ ପରିବର୍ତ୍ତନ କରାଯାଇଛି । ତେବେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ ।


ସେପଟେ ବର୍ତ୍ତମାନ ରାଜ୍ୟରେ ଟ୍ରପ ଲାଇନ ବା ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମେଘୁଆ ପାଗ ଜାରି ରହିଛି । ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଏହାସହ ଦକ୍ଷିଣ ଓଡ଼ିଶାରେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହି ବାୟୁ ଚଳାଚଳ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଶେଷ କରିି ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳ ଯେପରିକି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ..୪୪.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର, କାଲି ପାଇଁ 13 ଜିଲ୍ଲାକୁ ରେଡ ଆଲର୍ଟ - Odisha Weather

ତେବେ ଗତ 24 ଘଣ୍ଟାରେ 44.7 ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଥିଲା । ଭୁବନେଶ୍ୱରରେ 44.6 ଡିଗ୍ରୀ ଏବଂ ବାରିପଦାରେ 44.2 ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । 33 ସହରରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରେକର୍ଡ ସହ 14 ସହରରେ 43 ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା ।

ଆଜି ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା:-

ଅନୁଗୋଳ- 44.3 ଡିଗ୍ରୀ

ବୌଦ୍ଧ- 44.1 ଡିଗ୍ରୀ

ବାରିପଦା- 44 ଡିଗ୍ରୀ

ନୟାଗଡ଼- 43.7 ଡିଗ୍ରୀ

କଟକ- 43.7 ଡିଗ୍ରୀ

ଢେଙ୍କାନାଳ- 43.6 ଡିଗ୍ରୀ

ତାଳଚେର- 43.5 ଡିଗ୍ରୀ

ଟିଟିଲାଗଡ଼- 43.5 ଡିଗ୍ରୀ

ମାଲରକାନଗିରି- 43.5 ଡିଗ୍ରୀ

ବଲାଙ୍ଗୀର- 43.3 ଡିଗ୍ରୀ

ଭୁବନେଶ୍ବର- 43.2 ଡିଗ୍ରୀ

ଭବାନୀପାଟଣା- 43 ଡିଗ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.