ETV Bharat / state

ଶାସକ ଦଳକୁ ପୁଣି ପ୍ରଦୀପଙ୍କ କଟାକ୍ଷ, 'ବିଜେପି ଯୋଡୁଛି ବିଜେଡି ଛିଡୁଛି'

author img

By ETV Bharat Odisha Team

Published : Mar 20, 2024, 12:55 PM IST

Pradeep panigrahi
Pradeep panigrahi

Pradeep Panigrahi On BJD: ପରୋକ୍ଷ ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହି ଆସୁଥିବା ଗୋାପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଥରେ ଶାସକ ଦଳକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି 'ହିଞ୍ଜିଳିରୁ ଆରମ୍ଭ, ଭୁବନେଶ୍ବରରେ ଛିଡ଼ିବ ।' ଅଧିକ ପଢନ୍ତୁ

Pradeep panigrahi

ବ୍ରହ୍ମପୁର: ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ କସରତ ଆରମ୍ଭ କରିଛନ୍ତି ସବୁ ଦଳ । ଏହାରି ଭିତରେ ବେଶ୍ ସରଗମର ହୋଇଛି ଗଞ୍ଜାମ ଜିଲ୍ଲା ରାଜନୀତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ପୁଣି ସକ୍ରିୟ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭୋଟରଙ୍କ ମନକୁ ଛୁଇଁବା ପାଇଁ କସରତ ଆରମ୍ଭ କରିଛନ୍ତି । ପରୋକ୍ଷ ଭାବେ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହି ଆସୁଥିବା ଗୋପାଳପୁର ବିଧାୟକ ପୁଣିଥରେ ଶାସକ ଦଳକୁ ସମାଲୋଚନା କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଶାସକ ଦଳକୁ ସମାଲୋଚନା କରି କହିଛନ୍ତି ବିଜେପି ଯୋଡୁଛି, ବିଜେଡି ଛିଡୁଛି ।

ବିଜେପିରେ ଶକ୍ତି ବଢୁଛି-ବିଜେଡିରେ ଶକ୍ତି ଛିଡୁଛି : ସୂଚନା ଅନୁସାରେ, ଗୋପାଳପୁର ନିର୍ବାଚନ ମଣ୍ଡଳୀର ମାଣ୍ଡିଆପଲ୍ଲୀଠାରେ ଏକ କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ ବିଜେପିରେ ଯୋଗ ଦେଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ବେଳେ ଆଗାମୀ ଦିନରେ ଭଲ ଖୁସି ଖବର ମିଳିବା ନେଇ ସେ କହିଥିଲେ । ଏହାସହ ସେ କହିଥିଲେ, "ଅରେଞ୍ଜ ଇଜ୍ ଅରେଞ୍ଜ ..ଅରେଞ୍ଜ ରିଭୋଲେସନ ଇଜ୍ ଅନ୍ । ସୁନାମି ଆସୁଛି, ଦେଖାଯାଉଛି.. କିଛି ଝଡ଼ ମଧ୍ୟ ହୋଇଛି । ବିଜେପି ଯୋଡୁଛି ଆଉ ବିଜେଡି ଛିଡୁଛି । ବିଜେପିରେ ଶକ୍ତି ବଢୁଛି, ବିଜେଡିରେ ଶକ୍ତି ଛିଡୁଛି ।"

ଏହା ମଧ୍ୟ ପଢନ୍ତୁ: ବିଜେଡି ଯଦି ଦମ ଅଛି କୁହନ୍ତୁ ଏକାକୀ ଲଢ଼ିବେ: ପ୍ରଦୀପ ପାଣିଗ୍ରାହୀ

ମେଣ୍ଟକୁ ନେଇ ପ୍ରତିକ୍ରିୟା: ଏନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ରାଜ୍ୟରେ ମେଣ୍ଟ ସ୍ଥିତିକୁ ନେଇ କରାଯାଇଥିବା ପ୍ରଶ୍ନରେ ଦଳର ରାଜ୍ୟ ସଭାପତି କହିସାରିଛନ୍ତି ରାଜ୍ୟର ୧୪୭ ବିଧାନସଭା ଏବଂ ୨୧ ଗୋଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଦେବ । ସେପଟେ ପରୋକ୍ଷରେ(ବିଜେଡି) ଦଳର ବୈଠକରେ ପୁରୀ ଲୋକସଭା କଥା ସେମାନେ କହିସାରିଥିବାରୁ ମେଣ୍ଟ କଥା ଯଦି ରହିଥାନ୍ତା ତାହା ହେଲେ ସେମାନେ ଅପେକ୍ଷା କରିଥାନ୍ତେ । ଏବେ ଲେଖା ଛିଡିଯିବ ।"

ହିଞ୍ଜିଳିରୁ ଆରମ୍ଭ, ଭୁବନେଶ୍ବରରେ ଛିଡ଼ିବ: ଶାସକ ଦଳକୁ ଟାର୍ଗେଟ କରି ହିଞ୍ଜିଳିରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଛିଡିବ ବୋଲି କହିଛନ୍ତି ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏପରିକି ପଦ୍ମ ଫୁଲର ସରକାର ଉଭୟ ଦିଲ୍ଲୀରେ ଏବଂ ରାଜ୍ୟର ଭୁବନେଶ୍ୱରରେ ହେବ ବୋଲି ଦୃଢକ୍ତି ସହିତ କହିଛନ୍ତି ପ୍ରଦୀପ । ସେପଟେ ଏକ ଘରୋଇ ଟିଭି ଚ୍ୟାନେଲ୍କୁ ଆଲୋଚନା ସମୟରେ ରାଜ୍ୟର ୫ଟି ଅଧ୍ୟକ୍ଷଙ୍କର ବିବୃତ୍ତିକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ଦଳର ମୁଖ୍ୟମନ୍ତ୍ରୀ ତଥା ସଭାପତି କହିଲେ ହେବ ନାଁ ଅନ୍ୟ କେହି କହିଲେ କଣ ତାର ଯଥାର୍ଥତା ରହିଛି କି ବୋଲି କହିଛନ୍ତି ପ୍ରଦୀପ ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.