ETV Bharat / state

ବିଜେଡି ଯଦି ଦମ ଅଛି କୁହନ୍ତୁ ଏକାକୀ ଲଢ଼ିବେ: ପ୍ରଦୀପ ପାଣିଗ୍ରାହୀ

author img

By ETV Bharat Odisha Team

Published : Mar 9, 2024, 10:25 PM IST

Pradeep Panigrahi Targets Cm: ବିଜେଡି ନେତା ନୃସିଂହ ସାହୁଙ୍କ ବୟାନକୁ କାଉଣ୍ଟର କଲେ ବିଜେପି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପି-ବିଜେଡ଼ି ମେଣ୍ଟକୁ ଖଣ୍ଡନ କଲା ବିଜେପି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ କେବଳ ଗୋଟିଏ ଭୟ ପ୍ରଦୀପ ଭୟ: ପ୍ରଦୀପ ପାଣିଗ୍ରାହୀ
ମୁଖ୍ୟମନ୍ତ୍ରୀଙ୍କୁ କେବଳ ଗୋଟିଏ ଭୟ ପ୍ରଦୀପ ଭୟ: ପ୍ରଦୀପ ପାଣିଗ୍ରାହୀ

ମୁଖ୍ୟମନ୍ତ୍ରୀଙ୍କୁ କେବଳ ଗୋଟିଏ ଭୟ ପ୍ରଦୀପ ଭୟ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ଏବଂ ବିଜେଡ଼ି ମେଣ୍ଟ ହେବା ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ସେପଟେ ଦୁଇ ଦଳର ନେତାଙ୍କ ବୟାନକୁ ନେଇ ଦ୍ବନ୍ଦରେ ରାଜ୍ୟବାସୀ । ବିଜେଡ଼ି ନେତା ନୃସିଂହ ସାହୁଙ୍କ ୧୧୦ ଅଙ୍କକୁ କାଉଣ୍ଟର କଲେ ବିଜେପି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।ଏହା ସହ ପ୍ରଦୀପ ମୁଖ୍ୟନ୍ତ୍ରୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ।

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି," ବିଜେପି ଏକାକୀ ଲଢ଼ି ଓଡ଼ିଶାରେ ସରକାର ଗଠନ କରିବ । ଯାଜପୁର ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ ସଭାର ମାଡ଼ରେ ବିଜେଡ଼ି ଭୟଭୀତ । ସବୁଠି ମୋଦିମୟ । ମେଣ୍ଟର ପ୍ରଶ୍ନ ଉଠୁନି । ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି । ଆମେ ତ କହୁଛୁ ଏକାକୀ ଲଢିବୁ । ବିଜେଡ଼ିର ଯଦି ଦମ୍ ଅଛି ତାହାଲେ ସେମାନେ କୁହନ୍ତୁ ଏକାକୀ ଲଢ଼ିବେ ବୋଲି ଏବଂ ବିଜେପି ସହ ମେଣ୍ଟ ହେବନି । ମୁଖ୍ୟମନ୍ତ୍ରୀଙ୍କୁ କେବଳ ଗୋଟିଏ ଭୟ ସେ ହେଲା ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ସ୍ଥିତି ସାଙ୍ଘାତିକ ତାଙ୍କର । ଏଥର ହାରିବା ସୁନିଶ୍ଚିତ । "

ସେ ଆହୁରି ମଧ୍ୟ ପହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅସ୍ଥିର, ବିଚଳିତ । ତାଙ୍କ ଚିନ୍ତା ଖାଲି କାର୍ତ୍ତିକ ପାଣ୍ଡିଆନ୍ ପାଇଁ । ବାପ ପୁଅ ଭଳି ଫଟୋ ଉଠାଉଛନ୍ତି । କାର୍ତ୍ତିକର କିଛି ଯେମିତି ନ ହଉ ସେଥିଲାଗି ମେଣ୍ଟ ପାଇଁ ଆଗ୍ରହ ଦେଖାଉଛନ୍ତି । ଏ କଥାକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି । ଲେଖା ଛିଡି ଯାଇଛି । ସେପଟେ ରାଜ୍ୟରେ ମେଣ୍ଟକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଗତ ସପ୍ତାହେ ଧରି ପଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଣ୍ଟକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଦିଲ୍ଲୀରେ ଉଭୟ ଦଳର ନେତା ବସି ବୈଠକ କଲେ କିନ୍ତୁ ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଏଡ଼ାଇ ଯାଉଛନ୍ତି ବିଜେପିର ରାଜ୍ୟ ସଭାପତି ଓ ପ୍ରଭାରୀ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ବଡ଼ ଧରଣର ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ.....CEOଙ୍କୁ ଫେରାଦ ହେଲା BJP, 3 ବର୍ଷରୁ ଅଧିକ ସମୟ ଥିବା କମିଶନରେଟ ପୋଲିସ ଅଧିକାରୀଙ୍କୁ ବଦଳି ଦାବି

ଯାହା ଜଣାପଡ଼ୁଛି ଆସନ୍ତା 11 ତାରିଖ କିମ୍ବା 12 ତାରିଖରେ କିଛି ନିଷ୍କର୍ଷ ବାହାରିବ । କାରଣ 12 ତାରିଖରେ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହ ଆସିଲେ ମେଣ୍ଟକୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହେବ ନେଇ ଯାହା ଚର୍ଚ୍ଚା ହେଉଛି । ସେପଟେ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ କର୍ମୀମାନଙ୍କ ଭିତରେ ଦ୍ୱନ୍ଦକୁ ଦୂରେଇ ପାରୁନାହିଁ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.