ETV Bharat / state

କଟକରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, 4 ଅଭିଯୁକ୍ତ ଗିରଫ - ATTACK ON JOURNALIST IN CUTTACK

author img

By ETV Bharat Odisha Team

Published : Apr 10, 2024, 9:02 PM IST

କଟକରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ , 4 ଅଭିଯୁକ୍ତ  ଗିରଫ
କଟକରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ , 4 ଅଭିଯୁକ୍ତ ଗିରଫ

Attack On Journalist: କଟକରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପୂର୍ବରୁ ବାଲି ଚୋରା ଚାଲାଣ ଉପରେ ଖବର ପାଇଁ ଦୁର୍ବୃତ୍ତ ମାନେ ଆକ୍ରମଣ କରି ହାତ ଗୋଡ ଭାଙ୍ଗିବା ସହ ମୁଣ୍ଡ ଫଟାଇଦେଇଛନ୍ତି । ଅଧିକ ପଢନ୍ତୁ

କଟକରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ , 4 ଅଭିଯୁକ୍ତ ଗିରଫ

କଟକ: କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ଅଞ୍ଚଳରେ । ଦିନକୁ ଦିନ ସାମ୍ବାଦିକମାନେ ଆକ୍ରୋଶର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏହି ଆକ୍ରମଣର ଶିକାର ହୋଇଛନ୍ତି ୱେବ ଚାନେଲର ସାମ୍ବାଦିକ ଆରିତ ମହାପାତ୍ର । ଗତ କାଲି ରାତିରେ ଆରିତ ଘରକୁ ଫେରୁଥିବା ବେଳେ କାଜି ପାଟଣା ଛକରେ ପାଞ୍ଚ ରୁ ଛଅ ଜଣ ଦୁର୍ବୃତ୍ତମାନେ ତାଙ୍କ ଉପରେ ଲୁହାରଡ଼ ଓ ପଥରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ସାମ୍ବାଦିକଙ୍କ ହାତ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟିଛି । ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ କାଜିପାଟଣା ଅଞ୍ଚଳରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଆରିତ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ସାମ୍ବାଦିକଙ୍କୁ ସରକାରୀ କର୍ମଚାରୀଙ୍କ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ବାଲି ଚୋରା ଚାଲାଣ ବେଳର ଭିଡ଼ିଓ ଉତ୍ତୋଳନ କରିବା ବେଳେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଦୁର୍ବୁତ୍ତ । ତେବେ ଏନେଇ ସାମ୍ବାଦିକଙ୍କ ପକ୍ଷରୁ ସଦର ଥାନାରେ ଏକ ଏତଲା ମଧ୍ୟ ହୋଇଥିଲା । ମାତ୍ର ସଦର ଥାନା ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଓଲଟା ଆରିତ ଏବଂ ତାଙ୍କ ମା ଙ୍କୁ ଥାନା ଅଧିକାରୀ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଯାହା ଫଳରେ ଗତକାଲି ରାତିରେ ବାଲି ମାଫିଆମାନେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ଏ ସମ୍ପର୍କରେ ଆରିତ୍ କହିଛନ୍ତି ଯେ, ବାଲିର ଚୋରା ଚାଲାଣ ସମ୍ପର୍କିତ ଖବର ପାଇଁ କିଛି ଦୁର୍ବୃତ୍ତ ମାନେ ତାଙ୍କ ଘରେ ଆସି ଧମକାଇଥିଲେ । ଏ ସମ୍ପର୍କରେ ପୋଲିସକୁ ଜଣାଇବା ପରେ ପୋଲିସ ତାଙ୍କୁ ମୋବାଇଲ ଚୋରିର ମିଛ କେସ୍ ରେ ଫସାଇଦେଇଥିଲେ । ବାଲି ମାଫିଆ ଏବଂ ପୋଲିସର ମଧୁ ଚନ୍ଦ୍ରିକା ପାଇଁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ଆରିତ । ଅନ୍ୟପଟେ ଏହି ଘଟଣା କୁ ତଦନ୍ତ କରିବା ପରେ ଏହି ଘଟଣାର 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଏହାସହିତ ଅଧିକ ପଚରାଉଚରା ମଧ୍ୟ ଜାରି ରଖିଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି । ପୂର୍ବରୁ ଜାନୁଆରୀ ୨୦ ତାରିଖରେ ଜଣେ ଗଣମାଧ୍ୟମ ସାମ୍ବାଦିକଙ୍କୁ ସ୍ପଷ୍ଟ ଦିବାଲୋକରେ ରାଇରଙ୍ଗପୁର ଟାଉନ ଥାନାର ମୁଖ୍ୟ ଫାଟକ ନିକଟରେ ପ୍ରାୟ ୧୦ ରୁ ୧୫ ଜଣ ଯୁବକ ତାଙ୍କୁ ଘେରି ଯାଇ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହିତ ମାରପିଟ୍ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.