ETV Bharat / state

ସାମ୍ବାଦିକଙ୍କୁ ସରକାରୀ କର୍ମଚାରୀଙ୍କ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

author img

By ETV Bharat Odisha Team

Published : Nov 14, 2023, 8:12 PM IST

ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କଲେ ମହିଳା ସରକାରୀ କର୍ମଚାରୀ । ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢ଼ନ୍ତୁ

ସାମ୍ବାଦିକଙ୍କୁ ସରକାରୀ କର୍ମଚାରୀଙ୍କ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା
ସାମ୍ବାଦିକଙ୍କୁ ସରକାରୀ କର୍ମଚାରୀଙ୍କ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ସାମ୍ବାଦିକଙ୍କୁ ସରକାରୀ କର୍ମଚାରୀଙ୍କ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ବାଲେଶ୍ବର: ସାମ୍ବାଦିକଙ୍କୁ ସରକାରୀ କର୍ମଚାରୀଙ୍କ ଆକ୍ରମଣ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ଲକର କର୍ମଚାରୀ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସାମ୍ବାଦିକମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଦିନକୁ ଦିନ ସାମ୍ବାଦିକମାନେ ଆକ୍ରୋଶର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ଲକର କର୍ମଚାରୀ ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ କାର୍ଯ୍ୟାଳୟରେ ଆଜି ଦିନ ସାଢେ ଦଶଟା ଯାଏ ବିଡ଼ିଓ ନ ଆସିବା ଘଟଣାକୁ ନେଇ ଏକ ଘରୋଇ ଚ୍ୟାନେଲର ସମ୍ବାଦିକ ଜଗନ୍ନାଥ ଗିରି ଅପେକ୍ଷାରତ ଲୋକଙ୍କ ପ୍ରତିକ୍ରିୟା ନେଇଥିଲେ। ଏହାକୁ ନେଇ ବ୍ଲକରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୀତା ଜେନା ଖବର ପରିବେଷଣ ଉପରେ ଖରାପ ଟିପ୍ପଣୀ ଦେବାସହ ବିଡ଼ିଓଙ୍କ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗାଳି ଗୁଲଜ କରିଥିଲେ । ଏହି ସମୟରେ ସାମ୍ବାଦିକ ଜଗନ୍ନାଥ ଗିରି ସମ୍ପୃକ୍ତ ମହିଳାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲାବେଳେ ମହିଳା କର୍ମଚାରୀ ଜଣଙ୍କ ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା: ପ୍ରଯୋଜକ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ

ଏଭଳି ଘଟଣାକୁ ବିଭିନ୍ନ ମହଲାରେ ନିନ୍ଦା କରାଯିବା ସହ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭୋଗରାଇ ଅଞ୍ଚଳର ସମସ୍ତ ସାମ୍ବାଦିକ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଭୋଗରାଇ ଥାନାରେ ଅଭିଯୋଗ କରାଯିବା ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।


ପ୍ରକାଶ ଯୋଗ୍ୟ, ସାମ୍ବାଦିକଙ୍କ ଉପରକୁ ଆକ୍ରମଣ ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ଇଟିଭି ଭାରତର କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଥିଲା । ଏକ ଖବର ସଂଗ୍ରହ କରିବାକୁ ଯାଇ ଭୁବନେଶ୍ବରର ଏକ ହଲ ବାହାରେ ଛିଡ଼ା ହୋଇଥିବା ବେଳେ ଓଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକ ତାଙ୍କ ମାଡ ମାରିଥିଲେ । ଘଟଣାକୁ ନେଇ ବିରୋଧ ଜୋର ଧରିବା ସହ ଟୁଟୁ ନାୟକଙ୍କ ବିରୋଧରେ ଏତଲା ଦେଇଥିଲେ ପୀଡିତା ସାମ୍ବାଦିକାଜଣକ । ପୀଡିତାଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ଟୁଟୁ ନାୟକଙ୍କୁ ଗିରଫ କରିଥିଲା । ପରେ ସେ ସର୍ତ୍ତମୂଳକ ଜାମିନ ପାଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.