ETV Bharat / state

ବ୍ୟାଙ୍କରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ କର୍ମଚାରୀ - Fire Mishap At Bank

author img

By ETV Bharat Odisha Team

Published : Apr 29, 2024, 4:56 PM IST

ବ୍ୟାଙ୍କରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ
ବ୍ୟାଙ୍କରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ

Fire Mishap At Bank In Baripada: ବାରିପଦାରେ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସରେ ଅତର୍କିତ ଭାବେ ନିଆଁ ଲାଗିଯାଇଛି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର ଓ ପ୍ରଶମନ କାର୍ଯ୍ୟ ଚାଲିଥିବା ବେଳେ କାହାରି ମୃତାହତ ହେବାର ସୂଚନା ନାହିଁ । ଅଧିକ ପଢନ୍ତୁ

ବ୍ୟାଙ୍କରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ

ରାଇରଙ୍ଗପୁର: ବ୍ୟାଙ୍କରେ ଅଗ୍ନିକାଣ୍ଡ । କାହାରି କୌଣସି ପ୍ରକାର କ୍ଷତି ହୋଇନଥିବାର ଅଗ୍ନିଶମ ବିଭାଗର ସୂଚନା । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଫ୍ରେଜର ହଷ୍ଟେଲ ଛକ ନିକଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ବାରିପଦା ଶାଖାରେ ଆଜି କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଯାଇଛି । ତେବେ ଅପରାହ୍ନ ପ୍ରାୟ ୧.୦୦ ସମୟରେ ବ୍ୟାଙ୍କ ଅଫ ଇଣ୍ଡିଆରେ ନିଆଁ ଲାଗିଥିବାର ଖବର ହସ୍ତଗତ ହୋଇଥିଲା । ନିଆଁ ଲାଗିଯିବାରୁ ପ୍ରଚୁର ମାତ୍ରାରେ ବ୍ୟାଙ୍କରୁ ଧୂଆଁ ବାହାରିବା ଯୋଗୁଁ ବ୍ୟାଙ୍କରେ ଥିବା ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ । ବ୍ୟାଙ୍କରେ ନିଆଁ ଲାଗି ଥିବା ଜାଣିପାରି ଗ୍ରାହକ ଓ କର୍ମଚାରୀ ମାନେ ତୁରନ୍ତ ବ୍ୟାଙ୍କରୁ ବାହାରକୁ ବାହାରି ଯିବା ପାଇଁ ଚେଷ୍ଟା କରିଥିଲେ । ସମସ୍ତେ ବାହାରି ଆସିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଗ୍ରାହକଙ୍କ ସମେତ ବ୍ୟାଙ୍କ କର୍ମଚାରୀ ରକ୍ଷା ପାଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ .... ନିଆଁ ଆଁରେ ୧୨ ବଖରା ଭସ୍ମୀଭୂତ - Fire Broke Out

ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏ ସମ୍ପର୍କରେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିବା ସହ ବ୍ୟାଙ୍କରେ ଯଦି ଆଉ କେହି ଫସି ରହିଥାଆନ୍ତି ସେମାନଙ୍କୁ ଖୋଜାଖୋଜି କରିଥିଲେ । ପରେ ବ୍ୟାଙ୍କରେ ରହି ଯାଇଥିବା ଜଣେ ଦୁଇ ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରି ବାହାରକୁ ଆଣିବା ସହିତ ନିଆଁକୁ ମଧ୍ୟ ଆୟତ୍ତ କରିଥିଲେ । ତେବେ ବ୍ୟାଙ୍କ ମଧ୍ୟରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରି ନଥିଲା ବେଳେ ବ୍ୟାଙ୍କର କ୍ୟାଣ୍ଟିନରେ ଥିବା ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରି ନ ଥିଲେ ବ୍ୟାଙ୍କକୁ ଲାଗିକି ଥିବା ସୋ-ରୁମ, ହୋଟେଲ ଓ କିଛି ଦୋକାନରେ ମଧ୍ୟ ନିଆଁ ଲାଗିଯିବାର ଆଶଙ୍କା ରହିଥିଲା । ତେବେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାଙ୍କରେ କାହାରି ଜୀବନ ହାନି ହୋଇ ନ ଥିବା ବେଳେ ବ୍ୟାଙ୍କର ଅନେକ ଜରୁରୀ କାଗଜପତ୍ର ସବୁ ଜଳି ଯାଇଥିବାର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

ଅଗ୍ନିଶମ କର୍ମଚାରୀଙ୍କ କହିବା ମୁତାବକ, ବ୍ୟାଙ୍କରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବିଲ୍ଡିଙ୍ଗରେ ଅତ୍ୟଧିକ ଧୂଆଁ ଥିବାରୁ ସ୍ମୋକ୍ ଏକ୍ସଜସ୍ଟରର ବ୍ୟବହାର କରାଯାଉଛି । ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ କରିବା ପରେ ପୁଣି ଧରେ ସନ୍ଧାନ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରିବା ସହିତ ଯେପରି ଆଗକୁ ଏମିତି ଅଭାବନୀୟ ଘଟଣା ନ ଘଟେ ସେଥିପାଇଁ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.