ETV Bharat / state

ହିଟୱେଭରେ ଜଳୁଛି ବଲାଙ୍ଗୀର, ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନର ଅପିଲ - Severe Heat Wave In Balangir

author img

By ETV Bharat Odisha Team

Published : Apr 29, 2024, 8:48 PM IST

ହିଟ୍ ୱେଭରେ ଜଳୁଛି ବଲାଙ୍ଗୀର, ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନର ଅପିଲ
ହିଟ୍ ୱେଭରେ ଜଳୁଛି ବଲାଙ୍ଗୀର, ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନର ଅପିଲ

Severe Heat Wave In Balangir: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳି ହେଉଛି ବଲାଙ୍ଗୀର ଜିଲ୍ଲା । ରାଜ୍ୟ ସରକାର ଓ ଏସଆରସିର ପ୍ରଦତ୍ତ ନିୟମ ମାନିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଥିବା ବେଳେ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ହିଟ୍ ୱେଭରେ ଜଳୁଛି ବଲାଙ୍ଗୀର, ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନର ଅପିଲ

ବଲାଙ୍ଗୀର: ତତଲା କଡେଇରେ ସିଝୁଛି ବଲାଙ୍ଗୀର । ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୭ଟାରୁ ଏଠି ଆକାଶରୁ ଅଗ୍ନିବର୍ଷା ଭଳି ଅସହ୍ୟ ଖରା ହେଉଛି । ସେହିପରି ଦିନ ବେଳା ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନ ସମସ୍ତଙ୍କୁ କଲବଲ କରୁଛି । ସେହିପରି ସନ୍ଧ୍ୟା ଓ ରାତିରେ ମଧ୍ୟ ଗରମରୁ ତ୍ରାହି ମିଳୁ ନାହିଁ । ତେବେ ବିଗତ ପାଞ୍ଚ ଦିନ ହେବ ବଲାଙ୍ଗୀରରେ ତାପମାତ୍ରା ବଢି ବଢି ଚାଲିଛି ଏବଂ ସାରା ବଲାଙ୍ଗୀର ଏବେ ତତଲାଗଡ଼ ପାଲଟିଛି ।

ପାଣିପାଗ ବିଭାଗ ଆଜିଠୁ ଦୁଇ ଦିନ ପାଇଁ ଜିଲ୍ଲାରେ ବଢୁଥିବା ଗରମକୁ ନେଇ ରେଡ଼ ୱାର୍ଣ୍ଣିଙ୍ଗ ଜାରି କରିଛି । ସେହିପରି ବିଭାଗ ପକ୍ଷରୁ ତାପମାତ୍ରା 45 ଡିଗ୍ରୀ ସେଲସିୟସ ଉପରକୁ ଯାଇପାରେ ବୋଲି ଆକଳନ ମଧ୍ୟ କରାଯାଇଛି । ତେବେ ଏହାକୁ ନେଇ ବଲାଙ୍ଗୀର ପ୍ରଶାସନ ପକ୍ଷରୁ ମଧ୍ୟ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଯାହାକୁ ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସସ୍ମିତା ପ୍ରଧାନ କହିଛନ୍ତି ଯେ ବିଗତ କିଛି ଦିନ ତଳେ ବଲାଙ୍ଗୀରରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଉପରେ ରହି ଆସୁଥିଲା, ହେଲେ ଆଜିଠୁ ଏହା ଆହୁରି ବଢିବାର ସମ୍ଭାବନା ଅଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଲାଙ୍ଗୀର ବିଗତ ଦିନରେ ଗରମକୁ ନେଇ ଅରେଞ୍ଜ କ୍ୟାଟେଗୋରୀରେ ଥିଲା ଏବଂ ଆଜିଠୁ ଦୁଇ ଦିନ ପାଇଁ ଜିଲ୍ଲାରେ ଗରମକୁ ନେଇ ରେଡ଼ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା କଥା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ଆଗାମୀ 2 ଦିନ ନିସ୍ତାର ନାହିଁ; 2ରୁ କମିବ ତାତି, ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather

ତେବେ ଅଂଶୁଘାତ ଓ ପ୍ରବଳ ଗରମକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସରିଛି । ସବୁ ବ୍ଲକରେ ବ୍ୟବସ୍ଥା ସୁଦୃଢ଼ କରିବା ସହ ମୁକାବିଲା ପାଇଁ ସବୁ ପଦକ୍ଷେପ ନିଆ ଯାଇଥିବାର ସେ କହିଛନ୍ତି । ଯେହେତୁ ଆଗକୁ ତାପମାତ୍ରା 45 ଡିଗ୍ରୀ ସେଲସିୟସ ଉପରକୁ ଯିବାର ଅନୁମାନ ରହିଛି, ତେଣୁ ଏହାକୁ ନେଇ ପ୍ରଶାସନର ସବୁ ପ୍ରସ୍ତୁତି ସରିଥିବାର ସେ କହିଛନ୍ତି । ସେହିପରି ଜିଲ୍ଲାର ସବୁଠି ଜଳ ଛତ୍ର ଖୋଲା ଯାଇଥିବା ବେଳେ ଡାକ୍ତରଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା ଥିବା ବିଷୟରେ ସେ କହିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥତି ପାଇଁ ପ୍ରଶାସନ ପ୍ରସ୍ତୁତ ଥିବାର ସେ କହିଛନ୍ତି । ସେହିପରି ରାଜ୍ୟ ସରକାର ଓ ଏସଆରସିର ପ୍ରଦତ୍ତ ନିୟମ ମାନିବା ପାଇଁ ସେ ଅପିଲ କରିଛନ୍ତି ଏବଂ ଜରୁରୀ କାମ ନ ରହିଲେ ଘରୁ ନ ବାହାରିବାକୁ ସେ କହିଛନ୍ତି । ତେବେ ବାହାରକୁ ବାହାରିବାକୁ ହେଲେ ଛତା ଓ ପାଣି ବୋତଲ ନେଇ ବାହାରିବାକୁ ସେ ଲୋକଙ୍କୁ ଅପିଲ କରି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.