ETV Bharat / state

ଷଷ୍ଠ ପର୍ଯ୍ୟାୟ ପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, ସୁଗମ ନିର୍ବାଚନ ପାଇଁ କଟକ ପ୍ରଶାସନ ପ୍ରସ୍ତୁତ - LOK SABHA ELECTION 2024

author img

By ETV Bharat Odisha Team

Published : Apr 29, 2024, 7:15 PM IST

କଟକ ସଂସଦୀୟ କ୍ଷେତ୍ର ପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, ସୁଗମ ନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତ
କଟକ ସଂସଦୀୟ କ୍ଷେତ୍ର ପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, ସୁଗମ ନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତ

Election Preparation In Cuttack: ଆଜି ଠାରୁ କଟକ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ ୨୫ ତାରିଖରେ ବଡମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ ସଦର ଓ ଖଣ୍ଡପଡା ବିଧାନସଭା ସିଟ ପାଇଁ ହେବ ନିର୍ବାଚନ । ଅଧିକ ପଢନ୍ତୁ

କଟକ ସଂସଦୀୟ କ୍ଷେତ୍ର ପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, ସୁଗମ ନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତ

କଟକ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ନିଜର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି । ଏହି କ୍ରମରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ତା ଅଧୀନରେ ଥିବା ବିଧାନସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟକ ଜିଲ୍ଲାରେ ଥିବା ୬ଟି ବିଧାନସଭା କ୍ଷେତ୍ର ବଡମ୍ବା,ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ବାର-କଟକ ଓ କଟକ ସଦର ସମେତ ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବିଧାନସଭା କ୍ଷେତ୍ର ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇ ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

ମେ ୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି । ପ୍ରାର୍ଥୀପତ୍ର ଦାଖଲର ସମୟ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଆସନ୍ତା ମେ ୨୫ରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେବେ ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁ ଆସି ମତଦାନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି କଟକ ଜିଲ୍ଲାପାଳ । ଏହା ସହ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ଗର୍ଭବତୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ... ୪୦ ବର୍ଷର ସ୍କୁଟର ଚଲାଇ ଆସିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ, ଭରିଲେ ନାମାଙ୍କନ - Ranendra Swain File Nomination

ଆସନ୍ତା ମେ ୨୫ ଓ ଜୁନ୍ ୧ ତାରିଖରେ କଟକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାର ତିନିଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ନିର୍ବାଚନ । ଜିଲ୍ଲାରେ ମୋଟ ୨୧,୪୧,୯୦୪ଜଣ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧୦,୪୧,୬୧୯ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୬୪ ରହିଛି । ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରଙ୍କ ସଂଖ୍ୟା ୪୫,୨୧୮ ରହିଥିବାବେଳେ ଶହେ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ରହିଛି ୮୨୯ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪୧,୯୯୨ ।

ନିର୍ବାଚନକୁ ସ୍ବଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ଜିଲ୍ଲାର ଷାଠିଏ ପ୍ରତିଶତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବାବେଳେ ବିଭିନ୍ନ ବୁଥରେ ସିସିଟିଭି ଲଗାଯାଇଛି ଏବଂ ମାଇକ୍ରୋ ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ଅନିୟମିତତା ସମ୍ପର୍କିତ କୌଣସି ଅଭିଯୋଗର ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମନ୍ବିତ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏଥିସହ ୧୯୫୦ ଟୋଲ ଫ୍ରି ନମ୍ବର କିମ୍ବା ସି-ଭିଜିଲ୍ ଆପ୍ ମାଧ୍ୟମରେ ମଧ୍ୟ ଜନସାଧାରଣ ଅନିୟମିତତା ସମ୍ପର୍କିତ ଅଭିଯୋଗ କରିପାରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.