ETV Bharat / state

ବୌଦ୍ଧରେ ଶ୍ରୀରାମ ନବମୀ ଯାତ୍ରା, ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି - Ram Navami

author img

By ETV Bharat Odisha Team

Published : Apr 16, 2024, 9:03 PM IST

ବୌଦ୍ଧରେ ଶ୍ରୀରାମ ନବମୀ ଯାତ୍ରା, ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ବୌଦ୍ଧରେ ଶ୍ରୀରାମ ନବମୀ ଯାତ୍ରା, ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

Preparation For Ram Navami In Boudh: ବୌଦ୍ଧରେ ରାମ ନବମୀକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ ପାଇଁ ଶାନ୍ତି କମିଟି ବୈଠକ । ଅଧିକ ପଢ଼ନ୍ତୁ

ବୌଦ୍ଧରେ ଶ୍ରୀରାମ ନବମୀ ଯାତ୍ରା, ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବୌଦ୍ଧ: ରାତି ପାହିଲେ ରାମ ନବମୀ । ବୌଦ୍ଧ ଜିଲ୍ଲାର ଐତିହାସିକ ଶ୍ରୀରାମ ନବମୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ କରାଯାଇଛି । ଶତାଧିକ ବର୍ଷରୁ ପ୍ରଚଳିତ ଏହି ମୁକ୍ତାକାଶ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ ପାଇଁ ଆଜି (ମଙ୍ଗଳବାର) ବିଭିନ୍ନ ସଂଗଠନ ତଥା ସଂପ୍ରଦାୟର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି ।


କଳା ସଂସ୍କୃତିର ଅନନ୍ୟ ଅଞ୍ଚଳରେ ବାର ମାସରେ ତେର ପର୍ବ । ଏହା ମଧ୍ୟରୁ ଚୈତ୍ର ମାସରେ ଅନୁଷ୍ଠିତ ଶ୍ରୀରାମ ନବମୀ ଯାତ୍ରା ଅନ୍ୟତମ । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଶତାଧିକ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ଶ୍ରୀରାମ ନବମୀ ଯାତ୍ରା । ବୌଦ୍ଧ ଜିଲ୍ଲାର 3ଟି ବ୍ଲକର ଶତାଧିକ ସ୍ଥାନରେ ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଲାଲାଙ୍କ ପୀଠ ତଥା ମନ୍ଦିର ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବୌଦ୍ଧ ସହରର ପୁରୁଣା ଜେଲ ନିକଟରେ ଥିବା ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିସରରେ ଶହେ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଦୀର୍ଘ 18 ଦିନ ଧରି ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି ଏହି ନବମୀ ଯାତ୍ରା ଅବସରରେ ସମଗ୍ର ବୈଦ୍ଧ ଅଞ୍ଚଳରେ ଆମିଷ ବର୍ଜନ ପୂର୍ବକ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏହି ପବିତ୍ର ପର୍ବକୁ ଶ୍ରଦ୍ଧାରେ ପାଳନ କରିବେ । ଏଥିରେ ମୁସଲମାନ ସଂପ୍ରଦାୟର ପରିବାର ମଧ୍ୟ ସହଯୋଗ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ରାମ ନବମୀ, ଲାଗି ହେବ 56 ପ୍ରକାର ଭୋଗ - Ram Navami

ତେବେ ଚଳିତ ବର୍ଷ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା କାରଣରୁ ଯେପରି ଶ୍ରୀରାମ ନବମୀ ଯାତ୍ରାରେ କୈାଣସି ଅସୁବିଧା ନହୁଏ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଏହି ଗଣପର୍ବକୁ ଜିଲ୍ଲାବାସୀ ପାଳନ ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହିତ ବିଭିନ୍ନ ସଂଗଠନ ତଥା ବିଭିନ୍ନ ସଂପ୍ରଦାୟର କର୍ମକର୍ତ୍ତାଙ୍କୁ ନେଇ ଏକ ଶାନ୍ତି ବୈଠକରେ ଆୟୋଜନ କରାଯାଇଛି । ଜିଲ୍ଲାରେ ରାମ ନବମୀ ଯାତ୍ରା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ଯେଭଳି କୌଣସି ଅପ୍ରିତିକର ପରିସ୍ଥିତି ନହୁଏ ସେନେଇ ଦୃଷ୍ଟି ରଖାଯିବା ନେଇ କହିଛନ୍ତି ବୌଦ୍ଧ ଏସପି ରାଜ ପ୍ରସାଦ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.