ETV Bharat / bharat

ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ରାମ ନବମୀ, ଲାଗି ହେବ 56 ପ୍ରକାର ଭୋଗ - Ram Navami

author img

By ETV Bharat Odisha Team

Published : Apr 16, 2024, 1:22 PM IST

Ram Navami
Ram Navami

Ram Navami: ରାମ ନବମୀ ପାଇଁ ଉତ୍ସହ ମୁଖର ଅଯୋଧ୍ୟା । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ମନ୍ଦିରରେ ପାଳନ ହେବ ରାମ ନବମୀ । ରାମଲାଲାଙ୍କ ନିକଟରେ ଲାଗିହେବ 56 ପ୍ରକାର ଭୋଗ । ଭଗବାନଙ୍କ ମସ୍ତକରେ ଲାଗିବ ସୂର୍ଯ୍ୟତିଳକ । ଅଧିକ ପଢନ୍ତୁ

ଅଯୋଧ୍ୟା: ରାତି ପାହିଲେ ରାମ ନବମୀ । ରାମ ନାମରେ ଗୁଞ୍ଜରିତ ହେବ ଗଗନ ପବନ । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ପାଇଁ ଏହି ଉତ୍ସବ ପାଳନ କରାଯିବ । ଏନେଇ ରାମନଗରୀରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଭକ୍ତଙ୍କ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାମ ମନ୍ଦିରରେ ପବିତ୍ର ଉତ୍ସବରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକ । ଏଥିସହ ରାମଲାଲାଙ୍କ ନିକଟରେ 56 ପ୍ରକାରର ଭୋଗ ଅର୍ପଣ କରାଯିବ ।

ଏହା ମଧ୍ୟ ପଢନ୍ତୁ-ମଣି ଭଳି ଚମକିଲା ରାମଲାଲାଙ୍କ ମସ୍ତକ, ରାମ ନବମୀରେ ଭକ୍ତ କରିବେ ଅପୂର୍ବ ଦର୍ଶନ - Ram Navami 2024

ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ''ରାମ ନବମୀ ଉତ୍ସବକୁ ଖୁବ ଉତ୍ସାହର ସହ ପାଳନ କରାଯିବ । ଏଥି ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମନ୍ଦିରର ସାଜସଜ୍ଜା ମଧ୍ୟ କରାଯାଇଛି । ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ପ୍ରଥମ ଥର ପାଇଁ ମନ୍ଦିରରେ ରାମ ନବମୀ ପାଳନ କରାଯିବ ।''

ରାମଙ୍କ ମଥାରେ ଲାଗିବ ସୂର୍ଯ୍ୟତିଳକ: ଆସନ୍ତାକାଲି ମଧ୍ୟାହ୍ନ 12ଟା 16 ମିନିଟ ସମୟରେ ରାମଲାଲାଙ୍କ ସୂର୍ଯ୍ୟତିଳକ ହେବ । ପ୍ରଭୁ ରାମଙ୍କ ମସ୍ତକରେ 5 ମିନିଟ ଧରି ଏହା ଶୋଭାବର୍ଦ୍ଧନ କରିବ । ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବ୍ୟବସ୍ଥା କରାଯାଇଛି । ବୈଜ୍ଞାନିକମାନେ ଏହି ଦିବ୍ୟ ମୂହୁର୍ତ୍ତ ପାଇଁ କାର୍ଯ୍ୟ କରୁଛନ୍ତି ।

ରାମଙ୍କ ନିକଟରେ ଲାଗିହେବ 56 ପ୍ରକାର ଭୋଗ: ରାମ ନବମୀ ପାଇଁ ଆଜି ଭକ୍ତମାନଙ୍କ ଦ୍ୱାରା 56 ପ୍ରକାରର ଭୋଗ ମନ୍ଦିରକୁ ଦିଆଯାଇଛି । ବୁଧବାର ମଧ୍ୟାହ୍ନରେ ପ୍ରଭୁଙ୍କ ନିକଟରେ ଏହାକୁ ଅର୍ପଣ କରାଯିବ ।

ଭୋର ସମୟରେ ଆରମ୍ଭ ହେବ ଦର୍ଶନ: ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଟ୍ବିଟ କରି କୁହାଯାଇଛି , ''ରାମ ନବମୀ ଦିନ ବ୍ରହ୍ମା ମୁହୂର୍ତ୍ତ ଭୋର 3ଟା 30 ରହିଛି । ଏହି ସମୟରେ ଭକ୍ତମାନେ ଧାଡି ବାନ୍ଧି ଭଗବାନଙ୍କୁ ଦର୍ଶନ କରିପାରିବେ । 3ଟାରୁ ଭକ୍ତମାନେ ଧାଡ଼ି ବାନ୍ଧିବା ପାଇଁ ବ୍ୟବସ୍ଥା କରାଯିବ । ଦର୍ଶନ ସମୟକୁ 19 ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସକାଳ ମଙ୍ଗଳ ଆଳତୀ ଠାରୁ ଆରମ୍ଭ କରି ରାତି 11 ପର୍ଯ୍ୟନ୍ତ ଦର୍ଶନ ଚାଲିବ । ଚାରି ଭୋଗ ନୈବେଦ୍ୟ ଅର୍ପଣ ସମୟରେ 5 ମିନିଟ ପାଇଁ ଦର୍ଶନ ବନ୍ଦ ରହିବ । ରାମ ନବମୀ ଉତ୍ସବକୁ ଅଯୋଧ୍ୟାରେ 100 ଏଲିଡି ମାଧ୍ୟମରେ ପ୍ରସାରିତ କରାଯିବ । ଟ୍ରଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରେ ସିଧାପ୍ରସାରଣ କରାଯିବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.