ETV Bharat / state

ସ୍ବଭାବ କବିଙ୍କୁ ଭୁଲିଗଲା ପ୍ରଶାସନ, ଶୁଖିଲା ଫୁଲମାଳରେ ରହିଗଲେ ଗଙ୍ଗାଧର ମେହେର - Gangadhar Meher death anniversary

author img

By ETV Bharat Odisha Team

Published : Apr 5, 2024, 10:15 AM IST

Gangadhar Meher
Gangadhar Meher

Disrespect to Gangadhar Meher: ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ତାଙ୍କ ଶହେତମ ପୁଣ୍ୟତିଥିରେ ଭୁଲିଗଲା ଜିଲ୍ଲା ପ୍ରଶାସନ । ଅସନ୍ତୋଷ ପ୍ରକାଶ କଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

Gangadhar Meher

ବୌଦ୍ଧ: ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ତାଙ୍କ ଶହେତମ ପୁଣ୍ୟତିଥିରେ ଭୁଲିଗଲା ଜିଲ୍ଲା ପ୍ରଶାସନ ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଟିଏ ପଡିଲାନି କିମ୍ବା କୈାଣସି ସଂଗଠନ ପକ୍ଷରୁ ଏହି ମହାପୁରୁଷଙ୍କ ଉଦେଶ୍ୟରେ ସ୍ମୃତି ଚାରଣ ହେଲାନାହିଁ । ଯାହାକୁ ନେଇ ସାହିତ୍ୟିକ ତଥା ଭୁଲିଆ ସମାଜ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ ପାଇଛି ।

୪ ଏପ୍ରିଲ ୧୯୨୪ ମସିହାରେ ସ୍ବଭାବ କବିଙ୍କ ଗଙ୍ଗାଧର ମେହେରଙ୍କ ପରଲୋକ ଘଟିଥିବା ବେଳେ ତାଙ୍କ ଶହେତମ ପୁଣ୍ୟତିଥିରେ ବୌଦ୍ଧ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରାଯାଇନାହିଁ । ଅନେକ କାଳଜୟୀ କୃତି ସୃଷ୍ଟି କରି ପ୍ରତିଟି ଓଡ଼ିଆକୁ ଗର୍ବିତ କରିଛନ୍ତି ସ୍ବଭାବ କବି ଗଙ୍ଗାଧର ମେହେର । ଭାଷା ସାହିତ୍ୟ ଆନ୍ଦୋଳନ ଠାରୁ ନେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପଶ୍ଚିମ ଓଡ଼ିଶାର ମହାନ କବି ଗଙ୍ଗାଧର ମେହେରଙ୍କ ଗୁରୁବାର ପୁଣ୍ୟତିଥି ପଡିଥିଲା ।

ଏହାମଧ୍ୟ ପଢନ୍ତୁ.. ଉତ୍କଳ ଦିବସ: କୋଶଳ ସଂଗଠନ ପାଳିଲା 'କଳା ଦିବସ' - Protest Against Utkal Divas

ଏହି ଦିନ ବିଭିନ୍ନ ସ୍ଥାନରେ ଏହି ମହାନ କବି ତଥା ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ବୌଦ୍ଧ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଖଣ୍ଡିଏ ମଧ୍ୟ ଦେଇନଥିବା ଦେଖିବାକୁ ମିଳିଥିଲା । ତେବେ ଏପ୍ରିଲ 1 ତାରିଖରେ ଉତ୍କଳ ଦିବସ ଅବସରରେ ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତିରେ ଦିଆଯାଇଥିବା ଫୁଲମାଳ ତାଙ୍କ ପୁଣ୍ୟତିଥିରେ ମଧ୍ୟ ପର୍ଯ୍ୟନ୍ତ ଝୁଲି ରହିଥିଲା । ଯାହାକୁ ନେଇ ବରିଷ୍ଠ ସାହିତ୍ୟିକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁଲିଆ ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ତନ୍ମଧ୍ୟରୁ ଅନ୍ୟତମ ଜିଲ୍ଲା ସଦରମହକୁମା ବୁଟୁପାଲି । ଏହି ବୁଟୁପାଲି ଠାରେ ଥିବା ଏହି ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତିକୁ ରାସ୍ତା ସଂପ୍ରସାରଣ ନାଁରେ ଉଠାଇ ନିଆଗଲା । କିନ୍ତୁ ବୁଟୁପାଲିର ଆଉ କୌଣସି ଠାରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନହେବା ଫଳରେ ସ୍ଥାନୀୟ ଅଧିବାସୀ ଗତ ଦୁଇ ବର୍ଷ ହେଲା ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଆସୁଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.