ETV Bharat / state

ଉତ୍କଳ ଦିବସ: କୋଶଳ ସଂଗଠନ ପାଳିଲା 'କଳା ଦିବସ' - protest against utkal divas

author img

By ETV Bharat Odisha Team

Published : Apr 1, 2024, 10:31 PM IST

Protest Against Utkal Divas:ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ 'ଉତ୍କଳ ଦିବସ'କୁ ବିରୋଧ । ପୁଣି ଉଠିଲା କୋଶଳ ରାଜ୍ୟ ଦାବି । ଅଧିକ ପଢନ୍ତୁ

ଉତ୍କଳ ଦିବସ: କୋଶଳ ସଂଗଠନ ପାଳିଲା 'କଳା ଦିବସ'
ଉତ୍କଳ ଦିବସ: କୋଶଳ ସଂଗଠନ ପାଳିଲା 'କଳା ଦିବସ'

ଉତ୍କଳ ଦିବସ: କୋଶଳ ସଂଗଠନ ପାଳିଲା 'କଳା ଦିବସ'

ବଲାଙ୍ଗୀର: ଆଜି ଉତ୍କଳ ଦିବସକୁ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ କଳା ଦିବସ ଭାବରେ ପାଳନ କରିଛି କୋଶଳ ସଂଗଠନ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସକୁ କଳାଦିବସ ଭାବରେ ପାଲନ କରାଯାଇଛି । ଅଲଗା କୋଶଳ ରାଜ୍ୟ ନେଇ ଦୀର୍ଘ ବର୍ଷ ହେବ କୋଷଲ ସଂଗଠନ ଆନ୍ଦୋଳନ କରୁଥିବା ବେଳେ ଆଜି ଉତ୍କଳ ଦିବସକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ସଦର ମହକୁମ୍ମା ଓ ପାଟଣାଗଡ଼ରେ ଆଜି କୋଶଳ ମୁକ୍ତି ମୋର୍ଚ୍ଚା ଓ କୋଶଳ କ୍ରାନ୍ତି ଦଳ ପକ୍ଷରୁ ଏହି ବିରୋଧ କରା ଯାଇଛି ।

ତେବେ ଆଜି ପାଟଣାଗଡ଼ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଆଜି କଳା ପତାକା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ । ସେହିପରି ବଲାଙ୍ଗିରରେ ମଧ୍ୟ କୋଶଳ ସମନ୍ବୟ ସମିତି ଓ କୋଶଳ କ୍ରାନ୍ତି ଦଳ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହ ଉତ୍କଳ ଦିବସ ପାଳନକୁ ବିରୋଧ କରିଛନ୍ତି । ତେବେ କୋଶଳ ନେତା ଡିଙ୍ଗର କୁମ୍ଭାର କହିଛନ୍ତି ଯେ, ଏପ୍ରିଲ ଏକ ତାରିଖରେ ପାଟଣା ରାଜ୍ୟ ଅନେକ ସର୍ତ୍ତ ରଖି ଓଡ଼ିଶା ସହ ସାମିଲ ହୋଇଥିଲା । ହେଲେ ଓଡ଼ିଶା ସରକାର ସେହି ସବୁ ସର୍ତ୍ତ ଖିଲାପି କରି କେବଳ ତାଙ୍କ ଅଞ୍ଚଳର ଉନ୍ନତି କରିଛନ୍ତି । ଏବଂ ଏହି ଅଞ୍ଚଳ ଆଜି ବି ଗରିବୀ ସହିତ ଜୁଝୁଛି ।

ଏହା ମଧ୍ୟ ପଢନ୍ତୁ.....ଉତ୍କଳ ଦିବସରେ ଫଟୋଚିତ୍ର ପ୍ରଦର୍ଶନୀ, ଉଜ୍ଜୀବିତ ହେଲା ଓଡ଼ିଆ ବିନ୍ଧାଣୀଙ୍କ ସ୍ମୃତି - 89TH UTKAL DIVAS

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ଭାଷାକୁ ନେଇ ଯେତେବେଳେ ଓଡ଼ିଶା ବିହାରରୁ ଅଲଗା ହୋଇ ନୂଆ ରାଜ୍ୟ ହୋଇ ପାରିଲା, ତେବେ ସେମାନେ କୋଶଳୀ ସମ୍ବଲପୁରୀ ଭାଷାକୁଁ ନେଇ ଅଲଗା କୋଶଳ ରାଜ୍ୟ ହେବା ଆଇନ ସମ୍ମତ । ସେହିପରି ଆଞ୍ଚଳିକ ବୈଷମ୍ୟକୁ ଆଉ ବର୍ଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।ଏଥିପାଇଁ ଆଜି କଳା ଦିବସ ପାଳନ କରା ଯାଇଥିବାର ସେ କହିଛନ୍ତି । ତେବେ ଦୀର୍ଘ ଦିନ ହେବ କୋଶଳ ସେନା ପକ୍ଷରୁ କୋଶଳ ରାଜ୍ୟ ପାଇଁ ଜୋରଦାର ପ୍ରତିବାଦ କରାଯାଇଥିଲା ।

ପ୍ରକାଶ ଯୋଗ୍ୟ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି 88 ବର୍ଷ । 1936 ମସିହା ଏପ୍ରିଲ 1 ତାରିଖରେ ନୂଆ ପରିଚୟ ପାଇଥିଲା ଆମ ରାଜ୍ୟ । ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଏହା ହେଉଛି ଗର୍ବ ଓ ଗୌରବର ଦିନ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.