ETV Bharat / state

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି ମେଡିକାଲ - SCB Medical

author img

By ETV Bharat Odisha Team

Published : Apr 7, 2024, 10:12 PM IST

ଏସସିବି ମେଡିକାଲ
ଏସସିବି ମେଡିକାଲ

Cuttack SCB Medical: ଖରାଦିନେ ଅଂଶୁଘାତ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଥାଏ । ତେବେ ଏହାର ମୁକାବିଲା ପାଇଁ କଟକ ଏସସିବି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

ଏସସିବି ମେଡିକାଲ

କଟକ: ତତଲା କଡେଇରେ ସିଝୁଛି ଓଡିଶା । ହଠାତ କରି ରାଜ୍ୟରେ ତାପମାତ୍ରରେ ବୃଦ୍ଧି ପାଇବା ଫଳରେ ସାଧାରଣ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ଦୁଇ ଦିନ ପାଗ କୋହଲା ରହିବା ପରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ସହ ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ଘଟିବ ବୋଲି ପାଣିପାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଖରାଦିନେ ଅଂଶୁଘାତ ଏକ ବଡ଼ ସମସ୍ୟା ହୋଇ ଦଖାଦେଇଥାଏ । ତେବେ ଏହି ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି କଟକ ଏସସିବି ବଡ଼ ମେଡିକାଲ ।

ଏସସିବି ପ୍ରଶାସନିକ ଅଧିକାରୀ ଡଃ ଅବିନାଶ ରାଉତଙ୍କ କହିବା ଅନୁଯାୟୀ, ଅଂଶୁଘାତକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲରେ ଟ୍ରମା କାଜୁଆଲଟିରେ ୧୦ଟି ବେଡ଼, ୫ଟି ଆଇସିୟୁ ବେଡ଼ର ବ୍ୟବସ୍ଥା ସହ ତୃତୀୟ ମହଲାରେ ମଧ୍ୟ ବେଡ଼ ପ୍ରସ୍ତୁତ କରାଯାଇଛି । ଏହାସହ ମେଡ଼ିସିନ ବିଭାଗୀୟ ମୁଖ୍ୟଙ୍କୁ ଆବଶ୍ୟକ ମୁତାବକ ଡାକ୍ତର, ପାରାମେଡିକ୍‌ ଓ ନର୍ସିଂ ଅଧିକାରୀଙ୍କୁ ନିୟୋଜିତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଂଶୁଘାତ ସମ୍ପର୍କିତ ଔଷଧ ପର୍ଯ୍ୟାପ୍ତ ପରିମାଣରେ ରଖିବା ପାଇ ଷ୍ଟୋର ମେଡ଼ିସିନ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ୧୧ ବର୍ଷର ପ୍ରତୀକ୍ଷା, ଏସସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ - Liver Transplant Process In SCB MCH

ଏହା ମଧ୍ୟ ପଢ଼ନ୍ତୁ...ଅସମ୍ଭାଳ ତାତି: ଅଂଶୁଘାତରେ 8 ଅସୁସ୍ଥ, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଭାଗ - Sunstroke In Odisha

ଅନ୍ୟପଟେ ଏସସିବି ମେଡିକାଲର ସମସ୍ତ ବିଭାଗରେ ଡିଜିର ବ୍ୟବସ୍ଥା ପୂର୍ବରୁ ରହିଛି । ଇଲେକ୍ଟ୍ରି କାଟ୍‌ ନେଇ କୌଣସି ସମସ୍ୟା ଉପୁଜିବ ନାହିଁ । ଯଦିଓ ବିଦ୍ୟୁତ କାଟ୍‌ ହୁଏ ତେବେ କିଛି ସେକେଣ୍ଡରେ ବିଭାଗରେ ବିଦ୍ୟୁତ ସଂଯୋଗ ହୋଇଯିବ । ଏହାସହ ସମସ୍ତ ବିଭାଗରେ ଥିବା ଏସି ଗୁଡିକୁ ମାର୍ଚ୍ଚ ଶେଷ ସୁଦ୍ଧା ମରାମତି କରାଯାଇଛି । ପ୍ରତ୍ୟେକ ଦିନ ଗୋଟେ ଟିମ ଏସି ମରାମତି ନେଇ ଦାୟିତ୍ୱରେ ରହିଛନ୍ତି । ଯେପରି ରୋଗୀଙ୍କର କୌଣସି ସମସ୍ୟା ହେବ ନାହିଁ ସେନେଇ ଏସସିବିରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡ଼ଃ ଅବିନାଶ ରାଉତ । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅଧିକ ରହିଛି । କଟକ ସମେତ ସାରା ରାଜ୍ୟରୁ ରୋଗୀ ଏସସିବି ଉପରେ ନିର୍ଭର କରିଥିବାରୁ ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅନେକ ଗୁରୁତର ରୋଗୀଙ୍କ ଚିକିତ୍ସା କରିବା ପାଇଁ ଏସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.