ETV Bharat / state

ପାରାଦ୍ୱୀପ ବନ୍ଦରରୁ କୋକେନ୍ ମିଳିବା ଘଟଣା, ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଅସନ୍ତୋଷ

author img

By ETV Bharat Odisha Team

Published : Jan 31, 2024, 9:56 PM IST

Etv Bharat
Etv Bharat

Court angered over delay in cocaine seized cargo ship case in Paradeep : ପାରାଦ୍ବୀପ ବନ୍ଦରରୁ ଜବତ ହୋଇଥିବା ନିଷିଦ୍ଧ ଡ୍ରଗ୍ସ କୋକେନ୍ ମାମଲାର ଆଜି କୁଜଙ୍ଗ କୋର୍ଟରେ ଦ୍ବିତୀୟ ବାର ଶୁଣାଣି ହୋଇଛି । ତଦନ୍ତରେ ଶିଥିଳତା ପାଇଁ କଷ୍ଟମ ବିଭାଗ ଉପରେ ବର୍ଷିଲେ କୋର୍ଟ । ଅଧିକ ପଢନ୍ତୁ

ପାରାଦ୍ୱୀପ ବନ୍ଦରରୁ କୋକେନ୍ ମିଳିବା ଘଟଣା, ତଦନ୍ତ ଶିଥିଳତାକୁ ନେଇ କୋର୍ଟଙ୍କ ଅସନ୍ତୋଷ

ପାରାଦ୍ବୀପ : ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ବନ୍ଦରରୁ ଜବତ ହୋଇଥିବା ନିଷିଦ୍ଧ ଡ୍ରଗ୍ସ କୋକେନ୍ ମାମଲାର ଆଜି କୁଜଙ୍ଗ କୋର୍ଟରେ ଦ୍ବିତୀୟ ବାର ଶୁଣାଣି ହୋଇଛି । ଏହି ଘଟଣାରେ ତଦନ୍ତର ଶିଥିଳତାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ କୋର୍ଟ କଷ୍ଟମ ବିଭଗ ଉପରେ ଅସନ୍ତୋଷ ଝାଡ଼ିବା ସହିତ ତଦନ୍ତ ପ୍ରକ୍ରିୟା କଣ ପାଇଁ ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଥିଲେ । ଜାହାଜ ଏମଭି ଦେବୀ ର କର୍ତ୍ତୃପକ୍ଷ କୋର୍ଟରେ ଦର୍ଶାଇଥିଲେ ଯେ ଗତ ନଭେମ୍ବର ମାସ 29 ତାରିଖରେ ଜାହାଜରୁ ନିଷିଦ୍ଧ ଡ୍ରଗ୍ସ କଷ୍ଟମ ବିଭାଗ ଜବତ କରିଥିଲା । ଏହି ଘଟଣାକୁ ନେଇ ଜାହାଜକୁ ଅଟକ ରଖାଯିବା ସହିତ ସେଥିରେ ଥିବା ବିଦେଶୀ କ୍ରିୟୁ ମେମ୍ବର ମାନଙ୍କୁ ମଧ୍ୟ ଅଟକ ନଜର ବନ୍ଦୀ ଭାବରେ ରଖିଛି କଷ୍ଟମ ବିଭାଗ ।

ପାରାଦ୍ବୀପ ବନ୍ଦରରେ ଜାହାଜର ରହଣି ବାବଦକୁ ଦିନକୁ 30 ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିବାରୁ ଜାହାଜ ମାଲିକଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା । ଫଳରେ କଷ୍ଟମ ବିଭାଗ ର ଅନୁମତି କ୍ରମେ ବନ୍ଦର ଠାରୁ 4 କିଲୋମିଟର ସମୁଦ୍ର ଭିତର ଆଙ୍କରେଜ ଏରିଆକୁ ନିଆଯାଇଥିଲା । ଦୁଇମାସ ହେବ ବିଦେଶୀ କ୍ରିୟୁ ମେମ୍ବର ସମୁଦ୍ର ମଧ୍ୟରେ ଜୀବନ ଯାପନ କରୁଛନ୍ତି । ଅନ୍ୟ ପକ୍ଷରେ ତଦନ୍ତର ଭାର ନେଇଥିବା କଷ୍ଟମ ବିଭାଗ ତଦନ୍ତ ପ୍ରକିୟାକୁ କ୍ରିୟାଶୀଳ କରିବା ପରିବର୍ତ୍ତେ ଶିଥିଳତା ଅବଲମ୍ବନ କରୁଥିବା ନେଇ ଜାହାଜ କମ୍ପାନୀ ଏସିଆନ ପାସିଫିକ ସିଫି କୋ ଲିମିଟେଡ଼ ଆଜି କୋର୍ଟରେ କହିଥିଲେ । ଏଥିପାଇଁ କୋର୍ଟ କଷ୍ଟମ ବିଭାଗ ଉପରେ ବିରକ୍ତି ପ୍ରକାଶ କରିବା ସହିତ ତଦନ୍ତ ରିପୋର୍ଟ କେବେ କୋର୍ଟକୁ ଦେବେ ବୋଲି ପଚାରିଥିଲେ । କଷ୍ଟମ ବିଭାଗ ତଦନ୍ତ ପାଇଁ ଆହୁରି 15 ଦିନ ମହଲତ କୋର୍ଟ କୁ ମାଗିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ । ଅପର ପକ୍ଷରେ ଜାହାଜ କମ୍ପାନୀକୁ ଜାହାଜ ସମ୍ବନ୍ଧିତ କାଗଜପତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ଫେବୃଆରୀ 2 ତାରିଖରେ ଏହି ମାମଲାର ପରବର୍ତ୍ତୀ ରାୟ ପ୍ରକାଶ ପାଇବ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଜାହାଜରୁ କୋକେନ ଜବତ ଘଟଣା: କୋର୍ଟରେ ହାଜର ହେଲେ ଜାହାଜ କର୍ତ୍ତୃପକ୍ଷ

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୯ ତାରିଖ ଦିନ ଏମଭି ଦେବୀ ନାମକ ଏକ ଜାହାଜ ଇଣ୍ଡୋନେସିଆରୁ ଆସି ପାରାଦ୍ବୀପ ବନ୍ଦରରେ ପହଞ୍ଚିଥିଲା । ତେବେ ଏମଭି ଦେବୀ ଜାହାଜରେ କଷ୍ଟମ ବିଭାଗ ଚଢ଼ାଉ କରି ୨୦ କେଜି ଓଜନର କୋକେନ୍ ଜବତ କରିଥିଲା । ଜବତ କୋକେନକୁ କୁଜଙ୍ଗ କୋର୍ଟରେ ଉପସ୍ଥାପନା କରିବା ସହିତ ଅଧିକ ଯାଞ୍ଚ ପାଇଁ ଭୁବନେଶ୍ବର ଫରେନସିକ୍‌ ଲ୍ୟାବକୁ ପଠାଇଥିଲା । ତେବେ ଦୁଇମାସ ହେବ ଅଟକ ଜାହାଜଟି ସମୁଦ୍ର ମଝିରେ ଅଟକି ରହିଛି । ଜାହାଜରେ ଥିବା ୨୧ ଜଣ କ୍ରିୟୁ ମେମ୍ବରମାନେ ନିଜ ଦେଶକୁ ଫେରି ପାରୁନାହାଁନ୍ତି । ଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ସାରିଲେଣି ବୋଲି ଭିଏତନାମରୁ ଆସିଥିବା ଜାହାଜ କର୍ତ୍ତୃପକ୍ଷ କୋର୍ଟଙ୍କ ଆଗରେ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.