ETV Bharat / state

ଜାହାଜରୁ କୋକେନ ଜବତ ଘଟଣା: କୋର୍ଟରେ ହାଜର ହେଲେ ଜାହାଜ କର୍ତ୍ତୃପକ୍ଷ

author img

By ETV Bharat Odisha Team

Published : Jan 26, 2024, 9:57 AM IST

Updated : Jan 26, 2024, 10:19 AM IST

ଜାହାଜରୁ କୋକେନ୍ ଜବତ ଘଟଣା: କୋର୍ଟରେ ହଜାର ହେଲେ ଜାହାଜ କତ୍ତୃପକ୍ଷ
ଜାହାଜରୁ କୋକେନ୍ ଜବତ ଘଟଣା: କୋର୍ଟରେ ହଜାର ହେଲେ ଜାହାଜ କତ୍ତୃପକ୍ଷ

Ship Authorities In Kujanga Court: ପାରାଦ୍ବୀପରେ ଭିଏତନାମା ଜାହାଜରୁ କୋକେନ୍ ଜବତ ଘଟଣା । କୁଜଙ୍ଗ କୋର୍ଟରେ ହାଜର ହେଲେ ଜାହାଜ କର୍ତ୍ତୃପକ୍ଷ । ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ମାଗିଲେ କୋର୍ଟ । ଅଧିକ ପଢନ୍ତୁ

କୋର୍ଟରେ ହାଜର ହେଲେ ଜାହାଜ କର୍ତ୍ତୃପକ୍ଷ

ପାରାଦ୍ୱୀପ: ପୋର୍ଟରୁ ନିଷିଦ୍ଧ ଡ୍ରଗ୍ସ ଜବତ ଘଟଣାରେ ଗତକାଲି ଭିଏତନାମାରୁ ଜାହାଜ କର୍ତ୍ତୃପକ୍ଷ ଆସି କୁଜଙ୍ଗ କୋର୍ଟରେ ହଜାର ହୋଇଛନ୍ତି । ଏହି ଘଟଣାକୁ ନେଇ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ମାଧ୍ୟମରେ କଥାକଥା କଟାକଟି ହୋଇଥିଲା । ପରେ କୋର୍ଟଙ୍କ ପକ୍ଷରୁ ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ମଗାଯାଇଛି । ତଦନ୍ତକାରୀ ସଂସ୍ଥା କୋର୍ଟଙ୍କ ଆଗରେ ରିପୋର୍ଟ ଦାଖଲ କରିବା ପରେ ଅଟକ ଜାହାଜ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ କି ନାହିଁ ତାହାର ରାୟ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୯ ତାରିଖ ଦିନ ଏମଭି ଦେବୀ ନାମକ ଏକ ଜାହାଜ ଇଣ୍ଡୋନେସିଆରୁ ଆସି ପାରାଦ୍ୱୀପ ବନ୍ଦରରେ ପହଞ୍ଚିଥିଲା । ତେବେ ଏମଭି ଦେବୀ ଜାହାଜରେ କଷ୍ଟମ ବିଭାଗ ଚଢ଼ାଉ କରି ୨୦ କେଜି ଓଜନର କୋକେନ୍ ଜବତ କରିଥିଲା । ଜବତ କୋକେନକୁ କୁଜଙ୍ଗ କୋର୍ଟରେ ଉପସ୍ଥାପନା କରିବା ସହିତ ଅଧିକ ଯାଞ୍ଚ ପାଇଁ ଭୁବନେଶ୍ବର ଫରେନସିକ୍‌ ଲ୍ୟାବକୁ ପଠାଇଥିଲା ।

ଅପର ପକ୍ଷରେ ଜାହାଜ ମାସାଧିକ କାଳ ବନ୍ଦର ଆଙ୍କରେଜରେ ରହିବା ଫଳରେ ଆର୍ଥିକ ବୋଝ ଜାହାଜ ମାଲିକଙ୍କ ଉପରେ ପଡିଥିଲା ।ଏକ କୋଟି ଟଙ୍କାରୁ ଅଧିକ ବକେୟା ହେବାରୁ ଜାହାଜ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଅଟକ ଜାହାଜକୁ ବନ୍ଦର ଠାରୁ ୫ କିଲୋମିଟର ଦୂରରେ ଲଙ୍ଗର ପକାଇ ରଖିବାକୁ କଷ୍ଟମ ବିଭାଗକୁ ଅନୁରୋଧ କରିଥିଲେ । ଏଥିରେ କଷ୍ଟମ ବିଭାଗ ରାଜିହୋଇ ଅନୁମତି ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ....୨୨୦ କୋଟିର ଡ୍ରଗ୍ସ ଜବତ ଘଟଣା: ସିଲ ହେଲା ଜାହାଜ, ୨୧ ନାବିକ ଅଟକ

ଏହା ମଧ୍ୟ ପରଢନ୍ତୁ.....ସମୁଦ୍ରକୁ ପିଙ୍ଗା ଯାଇଛି କୋକେନ୍ ! ସ୍କୁବା ଡ୍ରାଇଭର ସହାୟତାରେ ତଦନ୍ତ

ତେବେ ଦୁଇମାସ ହେବ ଅଟକ ଜାହାଜଟି ସମୁଦ୍ର ମଝିରେ ଅଟକି ରହିଛି । ଜାହାଜରେ ଥିବା ୨୧ ଜଣ କ୍ରିୟୁ ମେମ୍ବରମାନେ ନିଜ ଦେଶକୁ ଫେରି ପାରୁନାହାଁନ୍ତି । ଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ସାରିଲେଣି ବୋଲି ଭିଏତନାମାରୁ ଆସିଥିବା ଜାହାଜ କର୍ତ୍ତୃପକ୍ଷ କୋର୍ଟଙ୍କ ଆଗରେ ପ୍ରକାଶ କରିଥିଲେ । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଜାହାଜରେ ଅଟକ ଥିବା କ୍ରିୟୁ ମେମ୍ବରମାନେ ସମସ୍ୟା ଭୋଗୁଛନ୍ତି । କୋର୍ଟ ଆବେଦନ ଗ୍ରହଣ କରି କଷ୍ଟମ ବିଭାଗ ଓ ମେରାଇନ ପୋଲିସକୁ ତଦନ୍ତ ରିପୋର୍ଟ ଅଗ୍ରଗତି ନେଇ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ତଦନ୍ତକାରୀ ସଂସ୍ଥା ରିପୋର୍ଟ ଦାଖଲ କରୁଛି ।

ଇଟିଭି ଭାରତ, ଜଗତସଂହପୁର

Last Updated :Jan 26, 2024, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.