ETV Bharat / state

ସମୁଦ୍ରକୁ ପିଙ୍ଗା ଯାଇଛି କୋକେନ୍ ! ସ୍କୁବା ଡ୍ରାଇଭର ସହାୟତାରେ ତଦନ୍ତ

author img

By ETV Bharat Odisha Team

Published : Dec 11, 2023, 3:59 PM IST

ସମୁଦ୍ର ମଧ୍ୟକୁ ପିଙ୍ଗା ଯାଇଛି କୋକେନ୍ !
ସମୁଦ୍ର ମଧ୍ୟକୁ ପିଙ୍ଗା ଯାଇଛି କୋକେନ୍ !

Rs 220 crore cocaine seized from paradip port: ପାରାଦ୍ୱୀପ ବନ୍ଦରରୁ କୋକେନ ମିଳିବା ଘଟଣାରେ ତଦନ୍ତ ଜାରି ରହିଛି । ସମୁଦ୍ର ମଧ୍ୟରେ କୋକେନ ଫିଙ୍ଗା ଯାଇଥିବା ସନ୍ଦେହରେ ସମୁଦ୍ର ମଧ୍ୟରେ ଖୋଜାଖୋଜି ଜାରି ରହିଛି । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲାର ପାରାଦ୍ୱୀପ ବନ୍ଦରରେ MV ଦେବୀ ନାମକ ଜାହାଜରୁ କୋକେନ ମିଳିବା ଘଟଣାରେ ତଦନ୍ତ ଜାରି ରହିଛି । ଭିଏତନାମାରୁ ଅନୁବାଦକ ଆସିବା ପରେ କ୍ର୍ୟୁ ମେମ୍ବରମାନଙ୍କୁ ଜେରା କରାଯାଉଛି । ଅନ୍ୟପଟେ ଆଜି ସକାଳୁ କଷ୍ଟମ ବିଭାଗର ତଦନ୍ତକାରୀ ଦଳ ଜାହାଜ ଭିତରକୁ ଯାଇ ସମସ୍ତ କ୍ରୁ ମେମ୍ବରଙ୍କୁ ମାରାଥନ ଜେରା କରିବା ସହ ସମୁଦ୍ର ମଧ୍ୟରେ କିଛି କୋକେନ୍ ପ୍ୟାକେଟ ଫିଙ୍ଗା ଯାଇଥିବା ସନ୍ଦେହରେ ସମୁଦ୍ର ମଧ୍ୟରେ ଖୋଜାଖୋଜି କରାଯାଇଛି । କଷ୍ଟମ ବିଭାଗ ସମୁଦ୍ର ଭିତରେ ଖୋଜିବା ପାଇଁ ସ୍କୁବା ଡ୍ରାଇଭର ଙ୍କୁ ନିୟୋଜିତ କରାଯାଇଛି ।

ତେବେ ପାରାଦୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରରୁ ଆସିଥିବା ଭେସେଲ 'ଦେବୀ' ଡେନମାର୍କ ଯିବାପାଇଁ ଷ୍ଟିଲ କଏଲ ଲୋଡିଂ କରୁଥିବା ବେଳେ 1 ତାରିଖ ରାତିରେ ଭେସେଲର କ୍ରେନ ଚାମ୍ବର ମଧ୍ୟରୁ ପ୍ରାୟ 220 କୋଟି ଟଙ୍କା କୋକେନ ଜବତ କରିଥିଲା କଷ୍ଟମ ବିଭାଗ । ଏହାପରେ ଦିଲ୍ଲୀରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ଦୁଇଜଣ ସଦସ୍ୟ ଆସି ପାରାଦ୍ବୀପରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଭାଷାଗତ ସମସ୍ୟା ପାଇଁ ତଦନ୍ତରେ ବାଧା ଦେଖିବାକୁ ମିଳିଥିଲା । ଭେସେଲର ସମସ୍ତ କ୍ୟ୍ରୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ଉପୁଜାଇଥିଲା ।

ଏହାମଧ୍ୟ ପଢନ୍ତୁ..220 କୋଟିର କୋକେନ ଜବତ ଘଟଣା; କ୍ରୁ ମେମ୍ବରଙ୍କୁ ଜେରା ପାଇଁ ପହଞ୍ଚିଲେ ଭିଏତନାମ ଅନୁବାଦକ

ଏହାପରେ ଭିଏତନାମାରୁ ଅନୁବାଦକ ଆସି ପହଞ୍ଚିବା ପରେ ତଦନ୍ତ ଜୋରଦାର ରହିଛି । ଆଜି ସକାଳୁ କଷ୍ଟମ ବିଭାଗର ତଦନ୍ତକାରୀ ଦଳ ଜାହାଜ ଭିତରକୁ ଯାଇ ସମସ୍ତ କ୍ର୍ୟୁ ମେମ୍ବରଙ୍କୁ ମାରାଥନ ଜେରା କରିଥିଲା । ଜାହାଜରେ କୋକେନ୍ ଥିବା ଜଣା ପଡିବା ପରେ ଜାହାଜରେ ଥିବା କିଛି କର୍ମଚାରୀ ଲୁଚାଇ ରଖିଥିବା କିଛି କୋକେନକୁ ସମୁଦ୍ର ମଧ୍ୟକୁ ଫିଙ୍ଗି ଦେଇଥିବା ତଦନ୍ତରୁ ଜଣା ପଡ଼ିବା ପରେ କଷ୍ଟମ ବିଭାଗ ସମୁଦ୍ର ଭିତରେ ଖୋଜିବା ପାଇଁ ସ୍କୁବା ଡ୍ରାଇଭରଙ୍କୁ ନିଓଜିତ କରାଯାଇଛି ।

ଆଜି ସକାଳୁ ସ୍କୁବା ଡ୍ରାଇଭର ସମୁଦ୍ର ପାଣିରେ ବୁଡି ଜାହାଜ ତଳ ଓ ଆଖପାଖ ଅଂଚଳ ଖୋଜାଖୋଜି କରିଛନ୍ତି । ତେବେ ସ୍କୁବା ଡ୍ରାଇଭରଙ୍କୁ କିଛି ମିଳିଛି କି ନାହିଁ ତାହା କଷ୍ଟମ ବିଭାଗ ସ୍ପଷ୍ଟ କରିନାହିଁ । ମିଳିଥିବା ଖବର ଅନୁସାରେ କଷ୍ଟମ ବିଭାଗ ଜଣେ

ଇଞ୍ଜିନିୟର କ୍ରେନ ଅପରେଟର ଓ ଜାହାଜରେ ଥିବା 21 ଜଣ କ୍ରିଉ ମେମ୍ବରମାନଙ୍କ ମଧ୍ୟରୁ 11 ଜଣଙ୍କୁ ଅଧିକ ପଚରା ଉଚାର କରୁଛି । ନିଷିଦ୍ଧ ଡ୍ରଗ୍ସ କିପରି ବନ୍ଦର ମଧ୍ୟକୁ ଆସିଲା ଓ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ କିପରି ଏହା ଜାଣି ପରିଲେନାହିଁ ତାହାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି । ତେବେ ଘଟଣାକୁ 11 ଦିନ ବିତି ଯାଇଥିଲେ ମଧ୍ୟ ଏହି ଘଟଣା ଉପରୁ ପର୍ଦ୍ଦା ହଟିପାରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.