ETV Bharat / state

220 କୋଟିର କୋକେନ ଜବତ ଘଟଣା; କ୍ରୁ ମେମ୍ବରଙ୍କୁ ଜେରା ପାଇଁ ପହଞ୍ଚିଲେ ଭିଏତନାମ ଅନୁବାଦକ

author img

By ETV Bharat Odisha Team

Published : Dec 10, 2023, 12:01 PM IST

Vietnam Interpreter At Paradeep: ପାରାଦ୍ବୀପ ବନ୍ଦରରୁ 220 କୋଟି ଟଙ୍କାର କୋକେନ ଜବତ ଘଟଣା । କ୍ର୍ୟୁ ମେମ୍ବରଙ୍କ ଭାଷାର ଅନୁବାଦ କରିବା ପାଇଁ ପାରାଦ୍ବୀପରେ ପହଞ୍ଚିଲେ ଭିଏତନାମ ଅନୁବାଦକ । ଅଧିକ ପଢନ୍ତୁ

ପାରାଦ୍ବୀପରେ ଭିଏତନାମ ଅନୁବାଦକ
ପାରାଦ୍ବୀପରେ ଭିଏତନାମ ଅନୁବାଦକ

2ଶହ 20 କୋଟି ର କୋକେନ୍ ମିଳିବା ଘଟଣା

ଜଗତସିଂହପୁର: ପାରାଦ୍ବୀପ ବନ୍ଦରରୁ 220 କୋଟି ଟଙ୍କାର କୋକେନ ଜବତ ଘଟଣା । 7 ଦିନ ପରେ ପାରାଦ୍ବୀପରେ ପହଞ୍ଚିଲେ ଭାଷା ଅନୁବାଦକ । କ୍ରୁୟ ମେମ୍ବରଙ୍କ ଭାଷା ଅନୁବାଦ କରିବେ ଏହି ଟିମ୍ । ତେବେ ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକ ନିଯୁକ୍ତ ପରେ ଏବେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ ବୋଲି କୁହାଯାଉଛି । ଅନୁବାଦକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାବେଳେ ସେମାନେ ଶନିବାର ଦିିନ ଅଟକ ଥିବା ସମସ୍ତ କ୍ର୍ୟୁ ମେମ୍ବରଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ତେବେ ପାରାଦୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ( ପିଆଇସିଟି ) ମଧ୍ୟକୁ ଇଣ୍ଡୋନେସିଆରରୁ ଆସିଥିବା ଭେସେଲ 'ଦେବୀ' ଡେନମାର୍କ ଯିବାପାଇଁ ଷ୍ଟିଲ କଏଲ ଲୋଡିଂ କରୁଥିବା ବେଳେ 1 ତାରିଖ ରାତିରେ ଭେସେଲର କ୍ରେନ ଚାମ୍ବର ମଧ୍ୟରୁ ବିପୁଳ ପରିମାଣର କୋକେନ ଜବତ କରିଥିଲା କଷ୍ଟମ ବିଭାଗ । ଯାହାର ଆନୁମାନିକ ପ୍ରାୟ 220 କୋଟି ଟଙ୍କା ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାପରେ ଦିଲ୍ଲୀରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ଦୁଇଜଣ ସଦସ୍ୟ ଆସି ପାରାଦ୍ବୀପରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଭାଷାଗତ ସମସ୍ୟା ପାଇଁ ତଦନ୍ତରେ ବାଧା ଦେଖିବାକୁ ମିଳିଥିଲା । ଭେସେଲର ସମସ୍ତ କ୍ୟ୍ରୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ଉପୁଜାଇଥିଲା ।

ଏହାମଧ୍ୟ ପଢନ୍ତୁ...ଜାହାଜରୁ କୋକେନ୍‌ ଜବତ ଘଟଣା: ସାମ୍ପୂଲ ଟେଷ୍ଟ ପାଇଁ କଷ୍ଟମ ବିଭାଗକୁ ଅନୁମତି ଦେଲେ କୋର୍ଟ

ଜବତ କୋକେନକୁ ନେଇ କଷ୍ଟମ ବିଭାଗ କୁଜଙ୍ଗ କୋର୍ଟରେ ଦାଖଲ କରିବା ସହ କୋର୍ଟର ଅନୁମତି ପରେ ସାମ୍ପଲ ଟେଷ୍ଟ କରାଇବା ପାଇଁ ପଠାଯାଇଥିଲା । ଏହାପରେ ସମସ୍ତ କୋକେନକୁ ମାଲଖାନାରେ ରଖିଥିବା ନେଇ ଜଣାପଡିଛି । ତେବେ ଦୁଇଜଣ ଅନୁବାଦକ ଭିଏତନାମାରୁ ପାରାଦ୍ବୀପରେ ପହଞ୍ଚିଥିବା ବେଳେ ଏହାଦ୍ବାରା ତଦନ୍ତ କ୍ଷେତ୍ରରେ ସାହାଯ୍ୟ ମିଳିବ ବୋଲି କୁହାଯାଉଛି ।

ପ୍ରକାଶଯୋଗ୍ୟ, ଗତ ନଭେମ୍ବର ୩୦ ରାତିରେ MV DEBI ନାମକ ଏକ ଜାହାଜ ଇଜିପ୍ଟ ଓ ପରେ ଇଣ୍ଡୋନେସିଆରୁ ଆସି ପାରାଦ୍ବୀପ ବନ୍ଦରରେ ପହଞ୍ଚିଥିଲା । ପାରାଦ୍ବୀପ ବନ୍ଦରରୁ ଷ୍ଟିଲ୍‌ ପ୍ଲେଟ୍‌ ନେଇ ଡେନ୍‌ମାର୍କ ଯାଇଥାନ୍ତା । ଷ୍ଟିଲ୍‌ ପ୍ଲେଟ୍‌ ଲୋଡ଼ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ କୌଣସି ସୂତ୍ରରୁ ଏହି ଜାହାଜରେ କୋକେନ ଥିବା ଖବର କଷ୍ଟମ୍ସ ବିଭାଗ ନିକଟକୁ ଖବର ଆସିଥିଲା । ଖବର ପାଇ CISF, ତଟରକ୍ଷୀ ବାହିନୀ ଓ ପୋଲିସ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଜାହାଜରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା କାଳ ସର୍ଚ୍ଚ ଅପରେସନ କରିବା ପରେ ପ୍ରଥମେ ୧୦ଟି ପ୍ୟାକେଟ୍‌ରେ ଥିବା କୋକନ ଡ୍ରଗ୍ସ ପାଇଥିଲେ । ଏହା ପରେ ଜାହାଜକୁ ତନ୍ନ ତନ୍ନ କରି ଯାଞ୍ଚ କରି ସମୁଦାୟ ୨୨ ପ୍ୟାକେଟ୍‌ କୋକେନ ଜବତ ହୋଇଥିଲା । ଏତେ ପରିମାଣର ଡ୍ରଗ୍ସ ଜବତ ଘଟଣାରେ ଜାହାଜରେ ଥିବା କର୍ମଚାରୀଙ୍କୁ ତଦନ୍ତକାରୀ ସଂସ୍ଥା ଅଧିକ ପଚରାଉଚରା ଜାରି ରଖିଛନ୍ତି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.