ETV Bharat / state

ଅସହ୍ୟ ତାତିରେ ଡ୍ୟୁଟି ଚିନ୍ତା, କମିଶନରେଟ ପୋଲିସ ଆଣିଲା 'କୁଲିଂ ହେଲମେଟ୍' - Cooling Helmets

author img

By ETV Bharat Odisha Team

Published : Apr 20, 2024, 4:14 PM IST

Cooling Helmets
Cooling Helmets

Cooling Helmets : ମୁଣ୍ଡଫଟା ଖରାରେ ଟ୍ରାଫିକ ଡ୍ୟୁଟି ମୁସ୍କିଲ ହୋଇପଡ଼ିଛି । ଏନେଇ ପୋଲିସ କମିଶନର ଏହି କୁଲିଂ ହେଲମେଟର ଟ୍ରାୟଲ ରନ ଆରମ୍ଭ କରିଛି । ଜାଣନ୍ତୁ ଏହି 'କୁଲିଂ ହେଲମେଟ୍' କ'ଣ?

Cooling Helmets

ଭୁବନେଶ୍ବର: ଅସହ୍ୟ ଗ୍ରୀଷ୍ମପ୍ରବାହକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ । ମୁଣ୍ଡଫଟା ଖରାରେ ଟ୍ରାଫିକ ଡ୍ୟୁଟି ମୁସ୍କିଲ ହୋଇପଡ଼ିଛି । ଯେଉଁଥିପାଇଁ କମିଶନରେଟ ପୋଲିସ ଆଣିଛି କୁଲିଂ ହେଲମେଟ। ଏଣିକି ପୋଲିସକୁ ଫିଲଡ୍ ଡ୍ୟୁଟି କରିବା ବେଳେ ଗ୍ରୀଷ୍ମ ପ୍ରବାହରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଏନେଇ ପୋଲିସ କମିଶନର ଏହି କୁଲିଂ ହେଲମେଟର ଟ୍ରାୟଲ ରନ କରିଛନ୍ତି। ରାସ୍ତା ଉପରେ ଟ୍ରାଫିକ ନିୟନ୍ତ୍ରଣରେ ରହୁଥିବା ପୋଲିସ କର୍ମଚାରୀମାନଙ୍କ ପାଇଁ ଏବେ ପୋଲିସ ଏକ ବିକଳ୍ପ ଚିନ୍ତା କରିଛି । ଏସି ହେଲମେଟ ବ୍ୟବହାର ପାଇଁ ଯୋଜନା କରାଯାଇଛି। ଯାହାକୁ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଳ ବ୍ୟବହାର କରିବା ପାଇଁ ଯୋଜନା ହୋଇଛି। ଭୁବନେଶ୍ୱର ପୋଲିସ କମିସନରେଟ ବା ପୋଲିସ ସେବା ଭବନ ପାଖରେ ଥିବା ୧୨୦ବାଟାଲିୟନ ସାମ୍ନା ଟ୍ରାଫିକ ପୋଷ୍ଟରେ ଏହାର ଟ୍ରାୟଲ ରନ କରାଯାଇଛି।

ପୋଲିସ କମିଶନର ନୂତନ କୁଲିଂ ହେଲମେଟର ଉନ୍ମୋଚନ କରିଛନ୍ତି । ଜଣେ ମହିଳା କନଷ୍ଟେବଳକୁ ଏହି ହେଲମେଟ ପିନ୍ଧାଯାଇଛି। ସେ ଏହାକୁ ବ୍ୟବହାର ସହ ଟ୍ରାଫିକ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି । ଏହାସହ ଭିଡ଼ ନିୟନ୍ତ୍ରଣ ସହ ରାସ୍ତାକଡରେ‌ ଟ୍ରାଫିକ ପରିଚାଳନା କରିବେ। ଏନେଇ ପୋଲିସ କମିଶନର କହିଛନ୍ତି, "ଯେଉଁଭଳି ଭୁବନେଶ୍ୱର ଗରମ ବଢିଛି, ପ୍ରବଳ ଗରମରେ ଡ୍ୟୁଟି କାଠିକର ପାଠ ହୋଇଛି। ଯେହେତୁ ମାର୍କେଟରେ ଟେକ୍ନୋଲୋଜି ଆସିଛି। ଏସି ହେଲମେଟ ବ୍ୟବହାର ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ଆସନ୍ତା ୩-୪ ଦିନ ସମସ୍ତ ଟ୍ରାଫିକ ପୋଷ୍ଟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଦିଆଯିବ। ସେମାନେ ଏଙି ହେଲମେଟ ପିନ୍ଧି ଡ୍ୟୁଟି କଲାପରେ କିପରି ସନ୍ତୁଷ୍ଟ ହେଉଛନ୍ତି କି ନାହିଁ ଜଣାପଡିବା ପରେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ।

ଏହା ବି ପଢନ୍ତୁ...ରାଜଧାନୀରେ ମହିଳାଙ୍କ ସୁରକ୍ଷା କବଚ HER, ଦୁର୍ବ୍ୟବହାର କଲେ ହେବ ସିଧା ଆକ୍ସନ - TEAM HER IN BHUBANESWAR

ସଫଳତା ମିଳିଲେ ଅଧିକ ହେଲମେଟ ମଗାଇବାକୁ ଚିନ୍ତା କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ଏହି ହେଲମେଟ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ରହିଛି। ଯେଉଁଥିରେ ପାଓ୍ବାର ସପ୍ଲାଏ ଦେବାକୁ ଅଣ୍ଟାରେ ଏକ ବ୍ୟାଟେରୀ ରହିବ । ଆଉ ମୁଣ୍ଡ ଉପରେ ପ୍ରାୟ ୬୦୦ଗ୍ରାମର ଓଜନର ଏହି ହେଲମେଟରେ ଏକ କୁଲି ଫ୍ୟାନ ସହ ଥଣ୍ଡା ରଖିଲା ଭଳି ସିଷ୍ଟମ୍ ମଧ୍ୟ ରହିଛି । କେବଳ ଖରାଦିନେ ଗରମରୁ ରକ୍ଷା ସହ ଶୀତଦିନେ ମଧ୍ୟ ଶୀତରୁ କିଛି ମାତ୍ରାରେ ଉଷ୍ମ ପ୍ରବାହ ପାଇଁ ଏଭଳି ହେଲମେଟର ବ୍ୟବସ୍ଥା ରହିଛି । ଟ୍ରାଫିକର ପୋଷ୍ଟରେ କାର୍ଯ୍ୟରତ କର୍ମଚାରୀ ଏହାକୁ ଆସନ୍ତା ୧୫ଦିନ ଧରି ବ୍ୟବହାର କଲାପରେ ଏହା ପ୍ରକୃତରେ ବ୍ୟବହାର ଉପଯୋଗୀ ହେବ କି ନାହିଁ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅତୀତରେ କୁଲିଂ ଜ୍ୟାକେଟ ଓ ଟ୍ରାଫିକ ପୋଷ୍ଟରେ‌ ଫ୍ୟାନ ଲଗାଇବା ଭଳି ସିଷ୍ଟମ୍ କରାଯାଇଥିଲା । ଏଥର ଅସହ୍ୟ ଗରମରୁ ମୁକ୍ତି ପାଇଁ ଏଭଳି ନିଆରା ପଦକ୍ଷେପ କେତେ ଦୂର ବ୍ୟବହାର ଉପଯୋଗୀ ହେଉଛି ତାହାକୁ ଅପେକ୍ଷା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.