ETV Bharat / state

ସମୂହ ସ୍ୱାର୍ଥ ପାଇଁ ପ୍ରଶାସନ ବିରୋଧରେ ଲଢିଲେ, ହେଲେ ଆକ୍ରୋଶ ଶିକାର !

author img

By ETV Bharat Odisha Team

Published : Feb 1, 2024, 12:30 PM IST

Eviction conflict in bhadrak
Eviction conflict in bhadrak

Eviction conflict in Bhadrak: ସମୂହ ସ୍ୱାର୍ଥ ପାଇଁ ପ୍ରଶାସନ ବିରୋଧରେ ଲଢେଇ କରି ଆକ୍ରୋଶର ଶିକାର ହେଲେ କେଶବ ସେନାପତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା କେଶବଙ୍କ ପକ୍କା ଘର । ଅଧିକ ପଢନ୍ତୁ

Eviction conflict in Bhadrak

ଭଦ୍ରକ: ଜବର ଦଖଲ ଉଚ୍ଛେଦ କରିବାକୁ ଲଢେଇ କରି ହାରିଗଲେ ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଗୁଆମାଳ ଗାଁର କେଶବ ସେନାପତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା କେଶବଙ୍କ ପକ୍କା ଘର। ତାଙ୍କ ଗୃହର ପଶ୍ଚିମ ପାଶ୍ୱର୍ର ଉତ୍ତର-ଦକ୍ଷିଣ ଲମ୍ବର ୬ କଡି ହିସାବରେ ଏକ ଡେସିମିଲ୍ ଭଙ୍ଗା ଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ ମାଜିଷ୍ଟ୍ରେଟ୍ ଭାବେ ତିହିଡି ତହସିଲଦାର, ଏସଡିପିଓ ସୌରବ ହୋତାଙ୍କ ସମେତ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଦୁଇଟି ଜେସିବି ମେସିନ୍ ଜରିଆରେ ଉକ୍ତ ଜବର ଦଖଲ ଉଚ୍ଛେଦ କରାଯାଇଛି ।

ତେବେ ପ୍ରଶାସନ ବିରୋଧରେ ଲଢେଇ କରିଥିବା ନେଇ ଆକ୍ରୋଶମୂଳକ ଭାବେ ତାଙ୍କ ପକ୍କା ଗୃହକୁ ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ସମୂହ ସ୍ୱାର୍ଥ ପାଇଁ ଅଭିଯୋଗ କରିବାରୁ କେଶବଙ୍କ ମୁହଁ ବନ୍ଦ କରାଯିବା ପାଇଁ ତାଙ୍କ ପ୍ରତି ଏପରି ଏପରି ଅନ୍ୟାୟ କରାଯାଇଥିବା କେଶବ ଅଭିଯୋଗ କହିଛନ୍ତି । ପ୍ରକାଶ ଥାଉକି, ତିହିଡି ତହସିଲ ଅଧିନ ଦୋଳସାହି-ବୋଡକ ରାସ୍ତାର ଗଣ୍ଡପଡା କିର୍ତନ ମଣ୍ଡପ ଠାରୁ ଦଶମୌଜା କେନାଲର ଗଣେଶ୍ୱରପୁର ଶାସନ ଗାଁ ପର୍ଯ୍ୟନ୍ତ ଲମ୍ବିଛି ସରକାରୀ ରାସ୍ତା । ହେଲେ କିଛି ଲୋକଙ୍କ ଦ୍ୱାରା ବେଆଇନ ଭାବେ ଜବର ଦଖଲ କରାଯାଇଛି । ଶହେ ବର୍ଷର ପୁରୁଣା ରାସ୍ତାକୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଅକ୍ତିଆର କରିବା ସହ ରାସ୍ତାକୁ ଲଗାଇ ଗୃହ ନିର୍ମାଣ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ, ଜମି ଜବରଦଖଲ ଅଭିଯୋଗରେ ବିଧାୟକଙ୍କୁ ବିରୋଧ

ଏହା ମଧ୍ୟ ପଢନ୍ତୁ- ବେଆଇନ ଭାବେ ଜମି ମାଡ଼ି ବସିଛି ରେଳ ବିଭାଗ ! ଅଭିଯୋଗ ଆଣିଲେ ଜମି ମାଲିକ

ତେଣୁ ଜବର ଦଖଲ ଉଚ୍ଛେଦ କରାନଗଲେ ସମୂହ କ୍ଷତି ହେବ ବୋଲି ଗ୍ରାମବାସୀ ମାନଙ୍କ ପକ୍ଷରୁ ବହୁବାର ଅଭିଯୋଗ ହୋଇଥିଲା । ଏପରିକି ତହସିଲ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବା ସହିତ ନ୍ୟାୟ ଦାବିରେ ବହୁବାର ପ୍ରତିବାଦ, ଅନଶନ, ଆମରଣ ଅନଶନ ମଧ୍ୟ କରାଯାଇଥିଲା । ତେଣୁ ଏହି ଲଢେଇର ମଙ୍ଗ ଧରିଥିଲେ କେଶବ ସେନାପତି ଏବଂ ତାଙ୍କ ସହିତ ସାମିଲ ହୋଇଥିଲେ ଗ୍ରାମବାସୀ । ହେଲେ ଗ୍ରାମ୍ୟ ରାସ୍ତା ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗ ଭୁଲିଯାଇ ପ୍ରଶାସନ କେଶବଙ୍କ ମୁହଁ ବନ୍ଦ କରିବା ଲାଗି ତାଙ୍କ ଗୃହ ଭାଙ୍ଗିଥିବା କହିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.