ETV Bharat / state

ବେଆଇନ ଭାବେ ଜମି ମାଡ଼ି ବସିଛି ରେଳ ବିଭାଗ ! ଅଭିଯୋଗ ଆଣିଲେ ଜମି ମାଲିକ

author img

By ETV Bharat Odisha Team

Published : Nov 17, 2023, 1:35 PM IST

ରେଳ ବିଭାଗ ନାଁରେ ଜମି ଜବର ଦଖଲ ଅଭିଯୋଗ
ରେଳ ବିଭାଗ ନାଁରେ ଜମି ଜବର ଦଖଲ ଅଭିଯୋଗ

ରେଳ ବିଭାଗ ନାଁରେ ଜମି ଜବର ଦଖଲ ଅଭିଯୋଗ । ମାପଚୁପ ପରେ ବି ଜବରଦସ୍ତ ରେଳ ଲାଇନ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ରେଳ ବିଭାଗ ନାଁରେ ଜମି ଜବର ଦଖଲ ଅଭିଯୋଗ

ଝାରସୁଗୁଡା: ରେଳ ବିଭାଗ ନାଁରେ ଜମି ଜବର ଦଖଲ ଅଭିଯୋଗ । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ତହସିଲ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମର ପରମାନନ୍ଦ ବାଗଙ୍କ ଜମିକୁ ରେଳବିଭାଗ ଜବରଦଖଲ ଅକ୍ତିଆର କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଝାରସୁଗୁଡାରେ ରେଳ ପ୍ରକଳ୍ପର ବିକାଶ ମୂଳକ କାର୍ଯ୍ୟରେ ବିଭିନ୍ନ ରେଳ ଷ୍ଟେସନ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ଓ ନୂଆ ରେଳ ଲାଇନ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଚକ୍ରଧରପୁର ରେଳ ଡିଭିଜନ ଅନ୍ତର୍ଗତ ବାଗଡିହି ରେଳ ଷ୍ଟେସନ ଓ ତାର ରେଳ ଲାଇନ ସମ୍ପ୍ରସାରଣ ପାଇଁ ଜମି ମାପ ଚାଲିଥିବା ବେଳେ ବେଆଇନ ଏବଂ ବଳପୂର୍ବକ ଭାବେ ତାଙ୍କ ଜମିକୁ ଅକ୍ତିଆର କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରମାନନ୍ଦ ।

ସୂଚନା ଅନୁଯାୟୀ, 1994ରେ ଚୁନୁ କିସାନ୍ ଏବଂ କର୍ନା କିସାନଙ୍କଠାରୁ ବାଗଡିହି ରେଳ ଷ୍ଟେସନ ନିକଟରେ 20 ଡିସିମିଲ ଜମି କିଣିଥିଲେ ପରମାନନ୍ଦ ବାଗ । ତେବେ ରେଳ ବିଭାଗର ଜମି ନଂ 1904/2568 & 1905/2569 ଅର୍ଥାତ 1901ନଂ ପ୍ଲଟ୍‌ଟି ପରମାନନ୍ଦଙ୍କ ଜମି ସହ ଲାଗି ରହିଛି । ରେଳ ବିଭାଗ ପକ୍ଷରୁ ଲାଇନ ସମ୍ପ୍ରସାରଣ ପାଇଁ ଜମି ମାପ ବେଳେ ଭୁଲ ମାପଚୁପ କରି ତାଙ୍କ ଜାଗା ଆଡ଼କୁ ରେଳ ବିଭାଗ ମାଡି ଆସୁଥିବା ଅଭିଯୋଗ କରିଛନ୍ତି ପରମାନନ୍ଦ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢନ୍ତୁ..ରାଜଧାନୀରେ ଡକାୟତିର ମାଫିଆରାଜ୍, ଜମି ଦଲାଲ ରାଘବ ଜେନା ଗିରଫ

ତେବେ ସେହି ଜମି ପାଇଁ ପରମାନନ୍ଦ ଓଡ଼ିଶା ସରକାରଙ୍କୁ ରାଜସ୍ୱ ଟିକସ ଦେବା ସହ ଜମିର ପ୍ରମାଣ ସ୍ୱରୂପ ସମସ୍ତ ଦସ୍ତାବିଜ ଥିବା କହିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର 8 ତାରିଖ ଦିନ ଓଡ଼ିଶାର ରାଜସ୍ୱ ବିଭାଗ ସରକାର ତାଙ୍କର ଜମିର ବିଭାଜନ କାର୍ଯ୍ୟ ମଧ୍ୟ କରିଛନ୍ତି । ଏଭଳି ସ୍ଥିତିରେ ରେଳ ବିଭାଗ ବେଆଇନ ଭାବେ ତାଙ୍କ ଜମିର କିଛି ଅଂଶ ଅକ୍ତିଆର କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ପରମାନନ୍ଦ ।

ଅନ୍ୟପଟେ ରେଳ କର୍ମଚାରୀ ଓ ପରମାନନ୍ଦଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ କରିବାକୁ ଯାଇ କିରମିରା ତହସିଲଦାର, ରାଜସ୍ୱ ପର୍ଯ୍ୟବେକ୍ଷକ, ରାଜସ୍ୱ ନିରୀକ୍ଷକ, ଜମି ସର୍ବେକ୍ଷଣକାରୀଙ୍କ ଉପସ୍ଥିତିରେ ଉକ୍ତ ଜମି ପୁନଃ ମାପଚୁପ ହୋଇଥିଲା । ଏହି ସମୟରେ ପରମାନନ୍ଦଙ୍କ ଅଭିଯୋଗରେ ସତ୍ୟତା ଥିବା ଜଣା ପଡ଼ିଥିଲା । କିନ୍ତୁ ଏହାକୁ ବେଖାତିର କରି ପୁଣି ସମ୍ପ୍ରସାରଣ କାମ ଆରମ୍ଭ କରିଥିଲା ରେଳ ବିଭାଗ । ତାଙ୍କ ଜମି ଉପରେ ଜୋର ଜବରଦସ୍ତ ରେଳ ବିଭାଗ ପକ୍ଷରୁ ଲେଭଲ୍ କ୍ରସିଂ ୟୁନିଟ୍, ସିଗ୍ନାଲ୍ ପାଇଁ ୟୁନିଟ୍, ରେଳ ସିଗ୍ନାଲ୍ କେବୁଲ୍ ପାଇଁ ପ୍ରତିଷ୍ଠିତ କୋଠା ନିର୍ମାଣ କରିବା ସହ ଜମିରେ ବିଦ୍ୟୁତ୍ ନେଟୱାର୍କ ରଖାଯାଇଥିବା କହିଛନ୍ତି ପରମାନନ୍ଦ । ତେବେ ଜମିର ସୁରକ୍ଷା ପାଇଁ ନ୍ୟାୟାଳୟର ଦ୍ବାରସ୍ତ ହେବେ ବୋଲି କହିଛନ୍ତି ପରମାନନ୍ଦ । ଅନ୍ୟପଟେ ଏହି ବିବାଦର ସମାଧାନ ପାଇଁ କିରମିରା ତହସିଲ ଅଧିକାରୀ ସେହି ଜମିର ମାପଚୁପ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ରହିଛି ।

ଅନ୍ୟପଟେ ଆମ ଦେଶର ଆଇନ ଅନୁଯାୟୀ, ଜାତୀୟ ସ୍ବାର୍ଥ ନିମନ୍ତେ ଜମିର ଆବଶ୍ୟକ ରହିଥିଲେ ଉପଯୁକ୍ତ କ୍ଷତିପୂରଣ ଦେଇ ରେଳ ବିଭାଗ ସେହି ଜମି ନେଇପାରିବ । ଏଭଳି ସ୍ଥଳେ ଆଇନ କାହା ସମର୍ଥନରେ ଯିବ ତାହା ଦେଖିବାକୁ ଅପେକ୍ଷା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.