ETV Bharat / state

ରାଜଧାନୀରେ ଡକାୟତିର ମାଫିଆରାଜ୍, ଜମି ଦଲାଲ ରାଘବ ଜେନା ଗିରଫ

author img

By

Published : May 3, 2023, 7:41 PM IST

ଜମି ଦଲାଲ ରାଘବ ଜେନାକୁ ନୟାପଲ୍ଲୀ ଜମି ଜବରଦଖଲ ଘଟଣାରେ ଗିରଫ କରିଛି କମିଶନରେଟ୍ ପୋଲିସ । ଅଧିକ ପଢନ୍ତୁ

mastermind of bouncers gang raghav jena
mastermind of bouncers gang raghav jena

ଗିରଫ ହେଲା ଜମି ଦଲାଲ ରାଘବ ଜେନା

ଭୁବନେଶ୍ବର: ନୟାପଲ୍ଲୀ ଜମି ଜବରଦଖଲ ଘଟଣା । ଜମି ଦଲାଲ ରାଘବ ଜେନାକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଦୀର୍ଘ ଦୁଇ ମାସ ଧରି ପୋଲିସ ସହ ଲୁଚକାଳି ଖେଳ ପରେ ଶେଷରେ ବାଙ୍କିରେ ଗିରଫ ହୋଇଛି ଏହି ଦୁର୍ଦ୍ଦାନ୍ତ ରାଘବ । ପୂର୍ବରୁ ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ସୂଚନା ଅନୁଯାୟୀ , ରାଘବ ବିରୋଧରେ କମିଶନରେଟ୍ ପୋଲିସ ପାଖରେ ରହିଛି ୧୬ଟି ମାମଲା । ପୂର୍ବରୁ ଡକାୟତି ରାହାଜାନି ଦାଦାବଟି ମରଣାନ୍ତକ ଆକ୍ରମଣ ଭଳି ସଙ୍ଗୀନ ମାମଲା ରହିଛି । ରାଘବର କ୍ରାଇମ୍ ସିଣ୍ଡିକେଟର ଚେର ସାରା ଓଡ଼ିଶାକୁ ଲମ୍ବିଛି। l ଗତ ୨୫ ମାର୍ଚ୍ଚରେ ନୟାପଲ୍ଲୀ ଥାନା ଅଞ୍ଚଳର ଏନ୍‌ଏଚ୍‌ କଡ଼ରେ ଏକ ଜାଗାବାଡିକୁ ନେଇ ରଞ୍ଜିତ ଦାସ ପୁରିଆ ନାମକ ଜଣେ ବ୍ୟବସାୟୀଠାରୁ ଜବରଦଖଲ ପାଇଁ ପାଖାପାଖି ୧ କୋଟି ଟଙ୍କା ନେଇ ସୁପାରି ନେଇ ଥିଲା । ଦୁଇଟି ଜେସିବି ଲଗାଇ ୧୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ୩୦୦ ହଜାର‌ ବର୍ଗଫୁଟ ଜାଗା ଉପରେ ଥିବା ଦୋକାନକୁ ମାଟିରେ ମିଶାଇ ଦେଇଥିଲେ । ଏଥିସହ ସେଠାରେ ଥିବା ଲୋକଙ୍କୁ ଭୟଭୀତ କରାଇ ୨ କୋଟି ଟଙ୍କାର ଟାଇଲ, ପ୍ଲାଏ ଓ ଦୋକାନର ସାମଗ୍ରୀ ନେଇ ଟ୍ରକ୍‌ରେ ଛୁ' ମାରିଥିଲେ । ଏହି ଘଟଣା ନେଇ ଥାନାରେ ‌ରିପୋର୍ଟ ପରେ ବାଉନ୍ସର ଗ୍ୟାଙ୍ଗ୍‌ର ଖୁଲାସା କରିଥିଲା ପୋଲିସ୍ ।

ଏପରିକି ଲେଡି ବାଉନ୍ସର ସହ ଜବରଦଖଲ ପାଇଁ ସୁପାରି କାରବାର ଖୁଲାସା ହୋଇଥିବା ବେଳେ କିଛି ହୋଟେଲ ବ୍ୟବସାୟୀ ସହ ୧୯ ଜଣଙ୍କୁ ଗିରଫ କରିଥିଲା ପୋଲି‌ସ । ଏବେ ରାଘବ ଗିରଫ ହୋଇଥିବା ବେଳେ ତା'ର ସହଯୋଗୀ ମଧ୍ୟ ସୌମ୍ୟ ରଣସିଂହ ଗିରଫ ହୋଇଛି । ଏହି ମାମଲାରେ ରାଘବର ବେଆଇନ ଘର ବା ଜବରଦଖଲ କରି ସରକାରୀ ଜାଗାକୁ ଭଡ଼ା ଲଗାଇଥିବା ଘର ଉପରେ ଗତ ୧୨ ଏପ୍ରିଲରେ ବୁଲଡୋଜର ଚଢାଇ ସାମ୍ରାଜ୍ୟ ଖାଲି କରିଥିଲା ପୋଲିସ୍ ।

ଏନେଇ ଏସିପି ସଞ୍ଜୀବ ଶତପଥି ସୁଚନା ଦେଇ କହିଛନ୍ତି ଯେ, ରାଜଧାନୀରେ ଅପରାଧକୁ ପ୍ରଶୟ ଦିଆଯିବନି । ଯେ କେହିବି ଏପରି ଆଇନକୁ ହାତକୁ ନେଇ ଅନ୍ୟର ଜାଗା ଜବରଦଖଲ ଆରମ୍ଭ କରି ଗଣ୍ଡଗୋଳ କରନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଘଟଣା ପୋଲିସ ନଜରକୁ ଆଣିବାକୁ ଅପିଲ କରିଛନ୍ତି । ଏଥିସହ‌ ଏହି ଘଟଣା ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସିପି ସଞ୍ଜୀବ ଶତପଥି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.