ETV Bharat / state

ମହିଳା ଅତ୍ୟାଚାରରେ ୬ଷ୍ଠ ସ୍ଥାନରେ ଓଡିଶା: କଂଗ୍ରେସ - Congress Press Meet

author img

By ETV Bharat Odisha Team

Published : Apr 29, 2024, 10:44 PM IST

Congress Press Meet
Congress Press Meet

Congress Press Meet: ଦେଶ ତଥା ରାଜ୍ୟରେ ବଢ଼ୁଛି ମହିଳା ବିରୋଧୀ ହିଂସା । ଉଭୟ ବିଜେଡି ଓ ବିଜେପି ସରକାରକୁ ମହିଳା ବିରୋଧୀ ସରକାର କହି ଟାର୍ଗେଟ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଦେଶରେ ମହିଳା ବିରୋଧୀ ହିଂସା ବଢିଛି । ବିଗତ ୧୦ ବର୍ଷ ମଧ୍ୟରେ ମହିଳାଙ୍କ ଉପରେ ୫୦ ପ୍ରତିଶତ ଅତ୍ୟାଚାର ବଢିଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ମହିଳା ଅତ୍ୟାଚାରୀଙ୍କୁ ଦଳରେ ମିଶାଇ ସାଂସଦ ଏବଂ ନେତା କରାଉଛି ବିଜେପି । ଖାଲି ସେତିକି ନୁହେଁ, ବିଜେପି ତାଙ୍କୁ ଦେଶ ବାହାରକୁ ଫେରାର ହେବାରେ ମଧ୍ୟ ସହଯୋଗ କରୁଛି । ଏଭଳି ଅଭିଯୋଗ କରିବା ସହ ବିଜେପିକୁ ଭାରତୀୟ ଜନତା ପାର୍ଟି ନୁହେଁ ବରଂ ‘ବଳାତ୍କାରୀ ଜନତା ପାର୍ଟି’ ବୋଲି କହି କଟାକ୍ଷ କରିଛି କଂଗ୍ରେସ । ତେଣୁ ଏଥର ଭୋଟ ନିଶ୍ଚୟ କଂଗ୍ରେସ ସପକ୍ଷରେ ଯିବା ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ।

ଆଜି ଭୁବନେଶ୍ବର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡି ଓ ବିଜେପି ସରକାରକୁ ମହିଳା ବିରୋଧୀ ଦର୍ଶାଇ କଂଗ୍ରେସ ମିଡିଆ ସେଲ ପ୍ରଭାରୀ ବବିତା ଶର୍ମା କହିଛନ୍ତି, "ରାଜ୍ୟରେ ମଧ୍ୟ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ ମହିଳା ଅତ୍ୟାଚାର ମାମଲାରେ 6 ନମ୍ବର ସ୍ଥାନରେ ରହିଛି ଓଡିଶା । ପିପିଲି ବେବିନା, ମମିତା ମେହେର, ପରି ମାମଲାରେ ବିଜେଡି ନେତାଙ୍କର ସିଧାସଳଖ ସମ୍ପୃକ୍ତି ରହିଛି । ତଥାପି କାର୍ଯ୍ୟାନୁଷ୍ଠାନ ନେଲେନି ସରକାର । ସେପଟେ ଶ୍ରୀକାନ୍ତ ସାହୁ, ବିଜୟ ଶଙ୍କର ଦାସ ମହିଳା ବିରୋଧୀ ମାମଲାରେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କୁ ମଧ୍ୟ ଦଳରେ ରଖାଯାଇଛି । ଏହାର ଅର୍ଥ ବିଜେଡି ସରକାର ମହିଳା ବିରୋଧୀ ସରକାର । ନବୀନ ବାବୁ ହେଉଛନ୍ତି ନରେନ୍ଦ୍ର ମୋଦିଙ୍କ ଚେଲା । ତେଣୁ ଗୁରୁ ଯେମିତି ଚେଲା ସେମିତି ।" ଉଭୟ ମିଳିମିଶି ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ସେମାନଙ୍କ ସମ୍ମାନକୁ ହାନି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲ ପ୍ରଭାରୀ ବବିତା ଶର୍ମା ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଆସୁଛନ୍ତି ରାହୁଲ; ରାୟଗଡ଼ାରେ ରାହୁଲ-ରେବନ୍ତ, ନବରଙ୍ଗପୁରରେ ପ୍ରଚାର କରିବେ ପ୍ରିୟଙ୍କା - Rahul and Priyanka to visit Odisha

ଅନ୍ୟପଟେ ଓଡ଼ିଆ ଅସ୍ମିତା ବିଜେପି ପାଇଁ ବିପଦ ବୋଲି କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ସେ କହିଛନ୍ତି, "ଓଡ଼ିଆ ଭାଷା ଓ ଅସ୍ମିତା ବିପଦରେ ବୋଲି ଆଗରୁ କହୁନଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଆଙ୍କ କଥା କେବେ କହିନଥିଲେ । ପ୍ରଥମ ଥର କହିଛନ୍ତି, ତାହା ପୁଣି ଭୟରେ । ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମ, ଗୋଟିଏ ଭାଷା ଓ ଗୋଟିଏ ସଂସ୍କୃତି ବୋଲି ଆର୍‌ଏସ୍‌ଏସ୍‌ ଓ ବିଜେପିର ଆରମ୍ଭରୁ ଏଜେଣ୍ଡା ରହିଛି ।" ହେଲେ କେବଳ ଓଡିଶା ନୁହେଁ, ବେଙ୍ଗଲ ସମେତ ଅନ୍ୟ ସବୁ ଭାଷା ଓ ସଂସ୍କୃତି ବିପଦରେ ବୋଲି କହିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.