ETV Bharat / politics

ପୁଣି ଆସୁଛନ୍ତି ରାହୁଲ; ରାୟଗଡ଼ାରେ ରାହୁଲ-ରେବନ୍ତ, ନବରଙ୍ଗପୁରରେ ପ୍ରଚାର କରିବେ ପ୍ରିୟଙ୍କା - Rahul and Priyanka to visit Odisha

author img

By ETV Bharat Odisha Team

Published : Apr 29, 2024, 8:52 PM IST

Rahul and Priyanka to visit Odisha
Rahul and Priyanka to visit Odisha

Rahul and Priyanka to visit Odisha: ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମେ ୩ ତାରିଖରେ ରାହୁଲଙ୍କ ସହ ରାୟଗଡ଼ା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ଏହାପରେ ୫ କିମ୍ବା ୯ ତାରିଖରେ ନବରଙ୍ଗପୁର ଆସିବେ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆସନ୍ତା ମେ ୩ ତାରିଖରେ ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ସହିତ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ଏକ ଜନସଭାରେ ଯୋଗଦେବେ ରାହୁଲ ଓ ରେବନ୍ତ । ସେପଟେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନଗରଙ୍ଗପୁର ଆସିବେ ବୋଲି ସୂଚନା ଦେଇଛି ପ୍ରଦେଶ କଂଗ୍ରେସ । ଆସନ୍ତା ୫ କିମ୍ବା ୯ ତାରିଖରେ ପ୍ରିୟଙ୍କା ନବରଙ୍ଗପୁରରେ ଏକ ଜନସଭାରେ ଯୋଗଦେବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଓ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ' 13ରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏ ଗୁଡ଼ିକର ଅଧିନରେ ଥିବା 28 ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଶାସକ ବିଜେଡି ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ପାରମ୍ପାରିକ ଆସନ ଗଞ୍ଜାମର ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବାବେଳେ ବର୍ତ୍ତମାନ ଏହାର ମଙ୍ଗ ଧରିଛନ୍ତି ଦଳର ନେତା ଭିକେ ପାଣ୍ଡିଆନ । ବିଭିନ୍ନ ସ୍ଥାନ ଗସ୍ତ କରି 'ଡବଲ ଶଙ୍ଖ' କ୍ୟାମ୍ପେନ ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପାଣ୍ଡିଆନ । ଅନ୍ୟପଟେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ଭରସା କରିଛନ୍ତି । ଏହିକ୍ରମରେ ଗତକାଲି (ରବିବାର) ଓଡ଼ିଶାରେ ଦେଖିବାକୁ ମିଳିଥିଲା ହାଇପ୍ରୋଫାଇଲ ପ୍ରଚାର । ଗୋଟିଏ ପଟେ ବ୍ରହ୍ମପୁର ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆମ୍ବପୁଆ ଠାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସହ ଦଳୀୟ ନେତୃତ୍ବଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଅନ୍ୟପଟେ ସାଲେପୁରରେ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ କରିଥିଲେ ରାହୁଲ ଗାନ୍ଧୀ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାବାସୀଙ୍କୁ ରାହୁଲଙ୍କ 5 ଗ୍ୟାରେଣ୍ଟି; 200ୟୁନିଟ ନିଶୁଳ୍କ ବିଜୁଳି, ମହିଳାଙ୍କୁ ମାସିକ 2ହଜାର ଟଙ୍କା - Rahul Gandhi 5 Guarantees

ମାତ୍ର କିଛିଦିନ ବ୍ୟବଧାନରେ ପୁଣିଥରେ ରାହୁଲଙ୍କୁ ଓଡ଼ିଶା ଆଣିବାକୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ଆସନ୍ତା ମେ' 3 ତାରିଖରେ ରାୟଗଡ଼ା ଆସି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ । କେବଳ ରାହୁଲ ନୁହଁନ୍ତି, ତେଲେଙ୍ଗାନାରେ ବାଜି ପଲଟାଇ ମୁଖ୍ୟମନ୍ତ୍ରୀ ବନିଥିବା ଚର୍ଚ୍ଚିତ ନେତା ରେବନ୍ତ ରେଡ୍ଡୀ ମଧ୍ୟ ରାହୁଲଙ୍କ ସହ ରାୟଗଡ଼ା ଆସିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଓ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । ଏପରିକି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବାକୁ ଯୋଜନା ହୋଇଥିବା ଉଭୟ ଜଣାଇଛନ୍ତି । ଆସନ୍ତା ମେ' ୫ କିମ୍ବା ୯ ତାରିଖରେ ପ୍ରିୟଙ୍କା ନବରଙ୍ଗପୁରରେ ଏକ ଜନସଭାରେ ଯୋଗଦେବେ । ତେବେ ଶୀର୍ଷ ନେତୃତ୍ବଙ୍କ ପ୍ରଚାର ଓଡ଼ିଶା କଂଗ୍ରେସକୁ କେତେ ଫାଇଦା ଦେଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.