ETV Bharat / state

କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ: ଗଣେଶ୍ୱରଙ୍କ ବିରୋଧରେ କିଏ ପ୍ରାର୍ଥୀ ?

author img

By ETV Bharat Odisha Team

Published : Mar 15, 2024, 8:11 PM IST

Assembly Election: ବିଜେଡି ଗଡ଼କୁ ଭାଙ୍ଗିବେ କି କଂଗ୍ରେସ ନେତା ଗଣେଶ୍ୱର ? ଅଧିକ ପଢନ୍ତୁ

କେକେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ:ଗଣେଶ୍ୱରଙ୍କ ବିରୋଧରେ କିଏ ପ୍ରାର୍ଥୀ ?
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ:ଗଣେଶ୍ୱରଙ୍କ ବିରୋଧରେ କିଏ ପ୍ରାର୍ଥୀ ?

କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ:ଗଣେଶ୍ୱରଙ୍କ ବିରୋଧରେ କିଏ ପ୍ରାର୍ଥୀ ?

କେନ୍ଦ୍ରାପଡ଼ା: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଆଉ ମାତ୍ର କିଛି ଦିନ ପରେ ବାଜିବ ବାଜା ଆଉ ଶୁଭିବ ଜିନ୍ଦାବାଦର ନାରା । ୨୦୦୯ ମସିହାରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପରେ ଏଠାରୁ ତିନି ଥର କଂଗ୍ରେସର ପ୍ରାର୍ଥୀ ଗଣେଶ୍ୱର ବେହେରା ପରାଜୟ ବରଣ କରିଛନ୍ତି । ହେଲେ ଗଣେଶ୍ୱର ହାତ ଚିହ୍ନ ଛାଡି ନାହିଁ ଭୋଟରଙ୍କ ହାତ । ସେ ପରାଜିତ ହୋଇଥିଲେ ହେଁ ପ୍ରତ୍ୟେକ ମାସରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଭୋଟରଙ୍କ ପାଖରେ ରହିଛନ୍ତି ଗଣେଶ୍ୱର ।

ତେବେ ବିଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ହକ୍ ପାଇଁ "ମାଟି ପାଇଁ ପାଟି ଖୋଲ,ମାଟି ପାଇଁ ମାଡିଚାଲ" ଓ ସଦ୍ୟ ସମାପ୍ତ ହୋଇଥିବା "ମାଟି ପାଇଁ ଜେଲ ଚାଲ" କାର୍ଯ୍ୟକ୍ରମ କେନ୍ଦ୍ରାପଡା ସହର ସମେତ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କୁ ପ୍ରଭାବିତ କରିଛି । ୨୦୦୯ ମସିହାରେ ନବଗଠିତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଆସନ ଅନୁସୂଚିତ ଜାତି ଉଦ୍ଦେଶ୍ୟରେ ସଂରକ୍ଷିତ ହେବା ପରେ ଏଠାରୁ ପ୍ରହ୍ଲାଦ ମଲିକଙ୍କ ଝିଅ ସିପ୍ରା ମଲିକ ପ୍ରାର୍ଥୀ ହୋଇ ଗଣେଶ୍ୱରଙ୍କୁ ପରାସ୍ତ କରିଥିଲେ ।

ସେହିପରି ୨୦୧୪ ମସିହାରେ ବିଜେଡି ଟିକେଟରେ ଲଢ଼ି କିଶୋର ଚନ୍ଦ୍ର ତରାଇ ଗଣେଶ୍ୱର ବେହେରାଙ୍କୁ ପରାସ୍ତ କରି ବିଧାନସଭା ପ୍ରବେଶ ଆଶାକୁ ଆଶାରେ ରଖିଥିଲେ ।ତେବେ ୨୦୧୯ ମସିହାରେ ଅପ୍ରତ୍ୟାଶିତ ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ରାଜ୍ୟସଭା ସାଂସଦ ରହିଥିବା ଶଶୀଭୂଷଣ ବେହେରାଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରିବା ପରେ ଗଣେଶ୍ୱରଙ୍କ ବିଜୟ ଆଶା ଝଟକୁଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରି ୬ ହଜାରରୁ ଅଧିକ ଭୋଟରେ ଗଣେଶ୍ୱରଙ୍କୁ ପରାଜିତ କରି ବିଜେଡିର ବିଜୟ ଧାରାକୁ ବଜାୟ ରଖିଥିଲେ ଶଶୀଭୂଷଣ ।

ଏହା ମଝ୍ୟ ପଢନ୍ତୁ....ନିର୍ବାଚନୀ ଇସ୍ତାହାର; ୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ

ନିର୍ବାଚନ ମଣ୍ଡଳୀ ତାଲିକା ଅନୁସାରେ ୯୭ତମ ସ୍ଥାନରେ ଥିବା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତ,କେନ୍ଦ୍ରାପଡା ପୌରପାଳିକାର ୨୧ଟି ୱାର୍ଡ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ପଞ୍ଚାୟତ ରହିଛି ।ସେହିପରି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨,୨୬,୧୦୩ ଜଣ ରହିଥିବା ବେଳେ ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୧୬୯୪୧ ଜଣ, ମହିଳା ଭୋଟରଙ୍କ ସଂଖ୍ୟା ୧୦୯୧୫୨ ଜଣ ରହିଥିବା ବେଳେ ୧୨ ଜଣ କିନ୍ନର ରହିଥିବା ଦର୍ଶାଯାଇଛି ।ତେବେ ଚଳିତ ନିର୍ବାଚନରେ ବିଜେଡି ଦଳରୁ ସଂଖ୍ୟାଧିକ ଆଶାୟୀ ରହିଥିବା ବେଳେ କଂଗ୍ରେସ ସେହି ପୁରୁଣା ମୁହଁ ଗଣେଶ୍ୱରଙ୍କ ଉପରେ ଆସ୍ଥା ପ୍ରକଟ କରିବା ଗୋଟିଏ ପ୍ରକାର ନିଶ୍ଚିତ ।

ଅନ୍ୟପଟେ ସହରରେ ଥିବା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା, ଜିଲ୍ଲାର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ନମିଳିବା, ବାରମ୍ବାର ଦାବି ସତ୍ତ୍ୱେ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଦାବି କରିଆସୁଛନ୍ତି ଗଣେଶ୍ୱର ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.