ETV Bharat / state

ଅବକାରୀ ଆଖିରେ ଧୂଳି ଦେବାକୁ କାରସାଦି, ପନିପରିବା ଭିତରେ ଚାଲିଥିଲା ଗଞ୍ଜେଇ ଚାଷ

author img

By ETV Bharat Odisha Team

Published : Jan 28, 2024, 12:07 PM IST

Cannabis plants destroyed
Cannabis plants destroyed

Cannabis plants destroyed: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ପରିବା ଚାଷ ଭିତରେ ହେଉଥିଲା ବେଆଇନ ଗଞ୍ଜେଇ ଚାଷ । 1 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ଅଧିକ ପଢନ୍ତୁ

Cannabis plants destroyed

ନବରଙ୍ଗପୁର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ଗଞ୍ଜେଇ ଚାଷ କରିବା ନେଇ ଭିନ୍ନ ଭିନ୍ନ ପନ୍ଥା ଆପଣଉଛନ୍ତି ମାଫିଆ । ତେବେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଧିନରେ ଧୁଙ୍ଗିଆଡିହୀ ଗ୍ରାମରେ ମକା ଓ ପନିପରିବା ଚାଷ ଭିତରେ ହୋଇଥିଲା ଚୋରା ଗଞ୍ଜେଇ ଚାଷ । ୧୦ ହଜାରରୁ ଅଧିକ ଗଞ୍ଜେଇ ଗଛକୁ ପୋଡ଼ିଦେଲା ଜିଲ୍ଲା ପ୍ରଶାସନ । ଯାହାର ଅନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ।

ତେବେ ଜିଲ୍ଲାର ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧୁଙ୍ଗିଆଡିହୀ ଗ୍ରାମ ନିକଟରେ ପ୍ରାୟ 7 ଏକର ଜଙ୍ଗଲ ଓ ସରକାରୀ ଜମି ମଧ୍ୟରେ ମକା ଗଛ ଓ ପନିପରିବା ଚାଷ ଦୀର୍ଘ ଦିନରୁ ହୋଇ ଆସୁଥିବା ଦେଖିବାକୁ ମିଳିଥିଲା l କିନ୍ତୁ କିଛି ବ୍ୟକ୍ତି ତା ମଧ୍ୟରେ ଗଞ୍ଜେଇ ଗଛ ଲଗାଯାଇଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଭାବେ ରାଇଘର ତହସିଲଦାର୍ ଜନ୍ମେଜୟ ବେହେରା, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁସିକ୍ତା ମିଶ୍ର,IRBN ଓ DVF ଫୋର୍ସ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଏଥିସହ ସେଠାରେ ପ୍ରାୟ 7 ଏକର ଜମିରେ ଲାଗିଥିବା ୧୦ ହଜାରରୁ ଊର୍ଦ୍ଧ୍ବ ଗଛ ଉପାଡ଼ିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ନଷ୍ଟ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ - ଅପରେସନ ନୀଳ ଜହର, ସାଢେ 8 କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ତେବେ ଏଠାରେ କିଏ ଏତେ ପରିମାଣରେ ଗଞ୍ଜେଇ ଗଛ ଲଗାଇ ଥିଲା ତାହା ଜଣା ପଡ଼ି ନଥିବା ବେଳେ କାହାରିକୁ ଗିରଫ କରାଯାଇ ନ ଥିବା ସୂଚନା ମିଳିଛି l ସେହିପରି ନଷ୍ଟ ହୋଇ ଥିବା ଗଞ୍ଜେଇର ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି l ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଲାଗିଥିବା ଏହି ଅଞ୍ଚଳରେ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଗଞ୍ଜେଇ ଚାଷ କରାଯାଉଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ କୁନ୍ଦେଇ ଥାନା ପକ୍ଷରୁ କେସ ନଂ 20/24 ମାମଲା ଋଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.