ETV Bharat / state

୨୦୨୪ ନିର୍ବାଚନରେ ବିଜେଡିର ୨୪ 'ନବୀନ ଗ୍ୟାରେଣ୍ଟି' - BJD Election Manifesto

author img

By ETV Bharat Odisha Team

Published : May 11, 2024, 7:28 PM IST

BJD Election Manifesto: ବିଜେଡି ଆଣିଛି ୨୪ ଟି ନବୀନ ଗ୍ୟାରେଣ୍ଟି । ଏହି ମାନିଫେଷ୍ଟୋରେ କ'ଣ ସବୁ ରହିଛି ଜାଣନ୍ତୁ

BJD Election Manifesto
BJD Election Manifesto (ETV Bharat Odisha)

BJD Election Manifesto (ETV Bharat Odisha)

ଭୁବନେଶ୍ବର: ବିଜେଡିର ଐତିହାସିକ ଇସ୍ତାହାର । ବିଜେଡି ଆଣିଛି ୨୪ଟି ନବୀନ ଗ୍ୟାରେଣ୍ଟି । ଏନେଇ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, "ଓଡ଼ିଶାକୁ ୨୦୩୪ ସୁଦ୍ଧା ଭାରତର ଶ୍ରେଷ୍ଠ ରାଜ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଅଛି । ରାଜ୍ୟବାସୀଙ୍କ ମତକୁ ନେଇ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି । ଏହି ମାନିଫେଷ୍ଟୋରେ ୨୪ଟି ନବୀନ ଗ୍ୟାରେଣ୍ଟି ରହିଛି।"

BJD Election Manifesto
BJD Election Manifesto (ETV Bharat Odisha)

ବିଜେଡିର ଇସ୍ତାହାରରେ ଥିବା ଗ୍ୟାରେଣ୍ଟି ଗୁଡ଼ିକ ହେଲା:

ଯୁବ ଓଡ଼ିଶା ନବୀନ ଓଡ଼ିଶା- ପ୍ରଥମ ଥର ପାଇଁ ଭାରତରେ ଯୁବ ବଜେଟ। ୧୦ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରତି ବର୍ଷ ହଜାର କୋଟି ଖର୍ଚ୍ଚ ସହ ଯୁବକଙ୍କ ମତ ନେଇ ଖର୍ଚ୍ଚ କରାଯିବ । ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ । 'ନୂଆ ଓ' କାର୍ଯ୍ୟକ୍ରମ ସମ୍ପ୍ରସାରଣ ଓ ବୃତ୍ତି ରାଶି ବୃଦ୍ଧି ହେବ ।

ମାଗଣା ବିଦ୍ୟୁତ- ୧୦୦ ୟୁନିଟ ଯାଏଁ ମାଗଣା ବିଦ୍ୟୁତ ସେବା । ୧୫୦ ୟୁନିଟରେ ୫୦% ରିହାତି ଦିଆଯିବ । ୭୫% ଗାଁ ଲୋକ ଏଥିରେ ଉପକୃତ ହେବେ ।

ସଶକ୍ତ ମହିଳା- ସଶକ୍ତ ଓଡି଼ଶା, ମହିଳା ସଶକ୍ତିକରଣ । ଏହା ସ୍ଲୋଗାନ ନୁହେଁ, ମିଶନ ଶକ୍ତି ଆମ ଗର୍ବ। ୧୫ ଲକ୍ଷ ଋଣ, ୧୦ ଲକ୍ଷ ବିନା ସୁଧ ଋଣ, ଗାଁ ଓ ସହର ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ, ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟିର ବ୍ୟବସାୟ । ଗାଁ ପରି ସହର ମିଶନ ଶକ୍ତିକୁ ପ୍ରୋତ୍ସାହନ ଦିଆଯିବ । ୨୦୩୬ ସୁଦ୍ଧା ୨ ଲକ୍ଷ କୋଟିରୁ ଅଧିକ ବଜେଟ, ସ୍ୱତନ୍ତ୍ର କରପସ ଫଣ୍ଡ, ୫୦୦ ସୁଲଭ ଶିଶୁ ଯତ୍ନ ସେଣ୍ଟର, ୱାର୍କିଙ୍ଗ ମହିଳା ହଷ୍ଟେଲ, ସ୍କୁଲରେ AI ଶିକ୍ଷା, ୪୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଗାଁ ମିଶନ ଶକ୍ତି ମହିଳାଙ୍କ BSKY, ପେନସନ ଦିଆଯିବ।

ବରିଷ୍ଠ ନାଗରିକ ଗ୍ୟାରେଣ୍ଟି- ବୟସଗତ ରୋଗ ପାଇଁ ସ୍କ୍ରିନଂ, ବୃତ୍ତି ଆକାର ବଢିବ, ତୀର୍ଥ କ୍ଷେତ୍ରରେ ପୁରୀରେ ଆଧ୍ୟତ୍ମିକ ଅନୁଭୂତି, ସାରା ରାଜ୍ୟରେ ଘରୋଇ ସଂସ୍ଥା ସହଭାଗିତାରେ ଆକ୍ଟିଭ ସେଣ୍ଟର କରାଯିବ।

କୃଷକ ଓଡ଼ିଶା- କୃଷକଙ୍କ ପାଇଁ କୌଣସି ବିଦ୍ୟୁତ ଦେୟ ଦେବାକୁ ପଡିବ ନାହିଁ । ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା, BSKYରେ ସାମିଲ କରାଯିବ । ଅଧିକ ଭିତ୍ତିଭୂମି ବିକାଶ ଓ ମଣ୍ଡି ବିକାଶ ପାଇଁ ୫୦୦ କୋଟି । ଫସଲ ବୀମାରେ ୧.୫ ଲକ୍ଷ । ବିନା ସୁଧ ଋଣ ଦେଢ଼ ଲକ୍ଷ ଋଣ । ମତ୍ସ୍ୟଜୀବୀ ପ୍ରତି ବର୍ଷ ଗ୍ରାଣ୍ଟ ପାଇବେ କାରଣ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । କାଳିଆ ଯୋଜନା ଚାଲୁ ରହିବ । ଆଦିବାସୀ ସଶକ୍ତିକରଣ ବଢାଇ ଦିଆଯିବ ।

ଶ୍ରମିକ ଓଡ଼ିଶା- ନିର୍ମାଣ ଶ୍ରମିକ କଲ୍ୟାଣ ପାଇଁ ଅର୍ଥ ଦୁଇ ଗୁଣିତ ହେବ । ବୁଣାକାରମାନଙ୍କ ପାଇଁ ସହାୟତା ବଢିବ । ଛାତ୍ରବୃତ୍ତି ମଧ୍ୟ ସେମାନଙ୍କ ପିଲାଙ୍କୁ ଦିଆଯିବ ।

ମଧ୍ୟବିତ୍ତ ପରିବାର ପାଇଁ ଗ୍ୟାରେଣ୍ଟି- ସହରରେ ଗୃହ ନିର୍ମାଣ ପାଇଁ ୨୦ ଲକ୍ଷ ଋଣ, BSKY, ଛାତ୍ରବୃତ୍ତି ୧୦ ଲକ୍ଷ ଋଣ, ସର୍ବସାଧାରଣ ଟ୍ରାନ୍ସପୋର୍ଟ ବଢିବ, ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ ।

ଭିନ୍ନକ୍ଷମଙ୍କ ପାଇଁ ଗ୍ୟାରେଣ୍ଟି- କଲ୍ୟାଣ ଓ ବିକାଶ ପାଇଁ ଅନ୍ୟ ରାଜ୍ୟ ତୁଳନାରେ ବଜେଟ ବଢିବ ।


ଅର୍ଥନୈତିକ ବିକାଶ- ଓଡି଼ଶା ଯେପରି ଭାରତର GDP ଠାରୁ ଅଧିକ ଚାଲିଛି, ଅର୍ଥନୈତିକ ପରିଚାଳନା, AI, EV ଗାଡି଼, ସମବିକାଶ, ୧୦୦ଟି ସ୍ଥାନରେ ଇକୋ ପର୍ଯ୍ୟଟନ ବିକାଶ, ୧୦ ବର୍ଷରେ ଏକ ନମ୍ବର IT ହବ, MSME ପାଇଁ ୫୦୦ କୋଟିର କର୍ପସ ଫଣ୍ଡ, ଏଗ୍ରୋ ଇକୋନୋମିକ୍ସ ସେଣ୍ଟର ପାଇଁ ସମ୍ବଲପୁର ଓ ପୁରୀକୁ ପ୍ରାଧାନ୍ୟ, ବିଜୁ ଏକ୍ସପ୍ରେସୱେକୁ ଅର୍ଥନୀତି କରିଡର, ଗୁଣାତ୍ମକ ଶିକ୍ଷା ୮ ହଜାର ୬୮୮ ହାଇସ୍କୁଲ ରୁପାନ୍ତର ହୋଇଛି । ଯାହା ଆହୁରି ୧୦ ବର୍ଷ ଯାଏଁ ଚଳିବ । ବିଜ୍ଞାନ ଶିକ୍ଷାରେ ଓଡ଼ିଶାରେ ମେଧାବୀ ଅଧିକ ବୋଲି ଓଡ଼ିଶା ପିଲାଙ୍କୁ ଅଗ୍ରାଧିକାର, ୧୦୦ ବରପୁତ୍ର ନାଁର ସ୍କୁଲ ହେବ ହେରିଟେଜ ସ୍କୁଲ ।

ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି- BSKY ହେଲଥ ଫର ଅଲ, ଟିକାକରଣ, ଆମ ହସ୍ପିଟାଲ ପରିସର ବୃଦ୍ଧି, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ SCB ପରି ହେବ। ଡାକ୍ତର ବଳକା ରାଜ୍ୟ ହେବ ଓଡିଶା।ଦାରିଦ୍ୟ ହେବ ଦୂରୀକରଣ ।

ଭିତ୍ତିଭୂମି ଗ୍ୟାରେଣ୍ଟି- ବିଜୁ ଏକ୍ସପ୍ରେସୱେ ଦକ୍ଷିଣ ୫ ହଜାର କୋଟି ଟଙ୍କା । ଲକ୍ଷ୍ମୀ ବାସ, ଜଗନ୍ନାଥ ଏକ୍ସପ୍ରେସ ବଢିବ । ଏହାସହ ପୁରୀ ବିମାନବନ୍ଦର କାମ ସରିବ । ଭୁବନେଶ୍ୱର ଆଧ୍ୟାତ୍ମିକ, ଶିକ୍ଷା, IT ହବ ହେବ। ଗାଁ ଲୋକ ବି ସହରରେ ଭଲରେ ପହଞ୍ଚି ପାରିବ।

କ୍ରୀଡା ବିକାଶ- ବୃତ୍ତିଗତ କୋଚିଂ, 5T ଅଧୀନରେ ବିକାଶ, ଯୋଗ୍ୟତାଭିତ୍ତିରେ ଚୟନ, କ୍ରୀଡା ବିଜ୍ଞାନ, ବାରବାଟୀରେ ଅନ୍ତର୍ଜାତୀୟ ଷ୍ଟାଡିଅମ, ସାରା ରାଜ୍ୟରେ କ୍ରୀଡା କମ୍ପ୍ଲେକ୍ସ ।

ଗ୍ରାମୀଣ ବିକାଶ- ଗୁଣାତ୍ମକ ଶିକ୍ଷା, ମାଗଣା ବିଜୁଳି, ଆମ ବ୍ୟାଙ୍କ, ମୋବାଇଲ ଓ ବ୍ରଡ଼ବ୍ୟାଣ୍ଡ ସଂଯୋଗୀକରଣ, 10 ଲକ୍ଷ ଗୃହ, ସେତୁ, ଭଲ ରାସ୍ତା।

ସହର ବିକାଶ- ଅର୍ବାନ କ୍ଲଷ୍ଟର ସମ୍ବେଦନଶୀଳ ଢାଞ୍ଚାରେ ହେବ । ଏହାକୁ 10 ବର୍ଷରେ ବଢ଼ାଯିବ । ମେଟ୍ରୋ ପୁରୀ ଓ ଖୋର୍ଦ୍ଧାକୁ ନେଟୱର୍କ ଦିଆଯିବ । ପୁରୀରେ ମିଳିବ ଆଧ୍ୟାତ୍ମିକ ଅନୁଭୂତି ମିଳିବ, ଜାଗା ମିଶନ କାମ ଚାଲିଛି।

ଆଞ୍ଚଳିକ ବୈଷମ୍ୟ ଦୂର- ଓଡ଼ିଶାକୁ ଏକ ସୂତ୍ରରେ ବାନ୍ଧି ବିକାଶ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ, ବିଜୁ ଅର୍ଥନୀତି କରିଡର। ପାଣିପାଗ ପରିବର୍ତ୍ତନ ପାଇଁ ଆକ୍ସନ ପ୍ଲାନ ୨୦୩୬।

ଗୁଡ ଗଭର୍ଣ୍ଣାନ୍ସ- 5T କାର୍ଯ୍ୟକ୍ରମ ତ୍ୱରାନ୍ୱିତ, ମୋ ସରକାର, ସ୍ପିରୁଚୁଆଲ୍ ଗଭରାନାସ, ସ୍କୁଲ କଲେଜରେ ଯୋଗ ପରି ଶିକ୍ଷା।

ଓଡ଼ିଆ ଭାଷା- ଭାଷା ହିଁ ଭବିଷ୍ୟତ। ବିଶ୍ୱ ଓଡ଼ିଆ ସମ୍ମିଳନୀ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ୧୦୦ କୋଟି ବ୍ୟୟ ବରାଦ ହେବ, କଳାକାର ମହାସଂଘ ହେବ, କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ମିଳିବ, ଜଗନ୍ନାଥ ସଂସ୍କୃତି ପାଇଁ ଜଗନ୍ନାଥ ମନ୍ଦିର ଗୁଡିକର ବିକାଶ, ଅନ୍ୟ ମନ୍ଦିର ବି ବିକାଶରେ ସାମିଲ ହେବ, SDC ମାଧ୍ୟମରେ ଉନ୍ନତି । ସତ୍ୟବାଦୀ ବିଶ୍ୱବିଦ୍ୟାଳୟ ୨୦୨୪ ସୁଦ୍ଧା ଏକ ନମ୍ବର ଭାଷା ବିଶ୍ୱବିଦ୍ୟାଳୟ ହେବ। ପଶ୍ଚିମ ଓଡ଼ିଶାର ଭାଷା ଓ ସଂସ୍କୃତିକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୨୫ କୋଟି କରପସ ଫଣ୍ଡରେ ଉତ୍କର୍ଷ କେନ୍ଦ୍ର ହେବ।

ଖାଦ୍ୟ ନିରାପତ୍ତା ଗ୍ୟାରେଣ୍ଟି- ଯୋଗ୍ୟତା ଭିତ୍ତିକ ରାସନ କାର୍ଡରେ ସାମିଲ । ଆଦିବାସୀ ବିକାଶ ପାଇଁ SDC ଫଣ୍ଡ ଦୁଇଗୁଣିତ, ଏକ ଲକ୍ଷ ଯାଏଁ ଗ୍ରାଣ୍ଟ, ଲାଭ ଯୋଜନା SCଙ୍କ ପାଇଁ ବୃତ୍ତି, ୧୦ ଲକ୍ଷ ବିନା ସୁଧ ଋଣ, ସରକାରୀ ଚାକିରି।

OBC ଗ୍ୟାରେଣ୍ଟି- ୧୦ ଲକ୍ଷ ବିନା ସୁଧ ଋଣ, SEBC ଓ OBC କନସିଅସ ପାଇଁ କେନ୍ଦ୍ରକୁ କୁହାଯିବ। ସଂଖ୍ୟାଲଘୁ ବିକାଶ କରାଯିବ। ଆଗାମୀ 10 ବର୍ଷରେ ସମୃଦ୍ଧ, କୁଶଳ ଓ ସଶକ୍ତ ଓଡ଼ିଶା ହେବ।

ଏହା ବି ପଢନ୍ତୁ...ବିଜେପିର ମିଛ ଇସ୍ତାହାର; ଧର୍ମେନ୍ଦ୍ରଙ୍କ ଗ୍ୟାରେଣ୍ଟି, ନା କାମ କରିବି ନା କରେଇ ଦେବି: ବିଜେଡି - BJD On BJP Manifesto

ଏହି ସବୁ ଗ୍ୟାରେଣ୍ଟି ବିଷୟରେ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଆଶା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.