ETV Bharat / state

ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଟାକ୍ଷ, ଲକ୍ଷ୍ମୀ କାର୍ଯ୍ୟକାରିତାରେ NH-55 ବାଧକ - BJD slams Dharmendra Pradhan

author img

By ETV Bharat Odisha Team

Published : Apr 19, 2024, 9:55 PM IST

Sasmit Patra Pressmeet: NH-55 ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । କହିଲେ କେନ୍ଦ୍ରମନ୍ତ୍ରୀଙ୍କ ଉଦାସୀନତା ପାଇଁ ମା ଭଉଣୀ, ଦିବ୍ୟାଙ୍ଗ ମାନେ ହଇରାଣ ହେଉଛନ୍ତି । ଅଧିକ ପଢନ୍ତୁ

Sasmit Patra
Sasmit Patra

Sasmit Patra

ଭୁବନେଶ୍ୱର: ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ପାଇଁ ଜାତୀୟ ରାଜପଥର ଅବସ୍ଥା ଏମିତି ବୋଲି ସେ ଅଭିଯୋଗ କରିଛନ୍ତି । ଜାତୀୟ ରାଜପଥ ୫୫ ପାଇଁ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ଲକ୍ଷ୍ମୀ କାର୍ଯ୍ୟକାରିତାରେ ବାଧକ ସାଜୁଥିବା ସେ କହିଛନ୍ତି ।

ପ୍ରେସମିଟ କରି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଲକ୍ଷ୍ମୀ ଭାରତବର୍ଷର ଏକମାତ୍ର ଯୋଜନା ଯାହା ଗାଁକୁ ଗାଁ ସଂଯୋଗ କରୁଛି । ଗାଁରୁ ବ୍ଲକକୁ ସଂଯୋଗ କରୁଛି । ସେହିପରି ବ୍ଲକକୁ ଜିଲ୍ଲା ସଂଯୋଗୀକରଣ ହେଉଛି । ବର୍ତ୍ତମାନ ଦେଶର ସବୁଠାରୁ ଭଲ ଯୋଜନା ଭାବେ ଲକ୍ଷ୍ମୀ ପରିଚିତ । ଲକ୍ଷ୍ମୀ ଯୋଜନା ଭାରତ ବର୍ଷରେ ସଂଯୋଗ ଯୋଜନାରେ ସବୁଠୁ ବଡ଼ ଯୋଜନା । ରାଜ୍ୟର ୧୦୦% ଜିଲ୍ଲା ସଂଯୋଗ ହୋଇଛି । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୬୦୦ ବସ ଚାଲିଛି । ୧୨୨ ଟି ଜଗନ୍ନାଥ ଏକ୍ସପ୍ରେସ ଓ ଲକ୍ଷ୍ମୀ ଏକ୍ସପ୍ରେସ ବି ଚାଲିଛି । ଲକ୍ଷ୍ମୀ ବସର ପ୍ରଭାବ ଯୋଗୁଁ ୬୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଯୋଡ଼ି ହୋଇପାରିଛନ୍ତି । ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଲକ୍ଷ୍ମୀ ବସ ଯୋଜନା ମାଧ୍ୟମରେ ଯିବା ଆସିବା କରୁଛନ୍ତି । ସେମାନଙ୍କ ସ୍ୱପ୍ନ ସାକାର ହୋଇପାରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଷ୍ମୀ ଯୋଜନା ଦ୍ୱାରା ରାଜ୍ୟରେ ୩୨ ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇଛି । ରାଜ୍ୟରେ ୯ ହଜାର ବସ ସେଲ୍ଟର କରାଯାଇଛି । ଯାହା ଫଳରେ ବରିଷ୍ଠ, ମହିଳା, ଛାତ୍ରଛାତ୍ରୀ, ଯାତ୍ରୀମାନେ ଶାନ୍ତିରେ ବିଶ୍ରାମ ନେଉଛନ୍ତି । ମା' ଭଉଣୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କେବଳ ୫ ଟଙ୍କାରେ ଯାତାୟାତ କରୁଛନ୍ତି । ଜଗନ୍ନାଥ ଏକ୍ସପ୍ରେସ ଓ ଲକ୍ଷ୍ମୀ ଏକ୍ସପ୍ରେସରେ ମହିଳାମାନଙ୍କ ପାଇଁ ବସ ଭଡ଼ା ଆହୁରି ୫୦ ପ୍ରତିଶତ କମିଛି । ଓଡିଶାର ଏହି ଯୋଜନା ଦେଶରେ ପ୍ରଶଂସିତ ହେଉଛି । ଗାଁ'ରେ ଲକ୍ଷ୍ମୀ ଯୋଜନାକୁ ଲୋକେ ଭଲ ପାଉଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଆଜିଠୁ ସମ୍ବଲପୁରରେ ପ୍ରଚାର ଆରମ୍ଭ କଲେ ବବି, ପଚାରି ବୁଝିଲେ ଲୋକଙ୍କ ସମସ୍ୟା - Sambalpur Lok Sabha

ସସ୍ମିତ ପାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଟାର୍ଗେଟ କରି କହିଛନ୍ତି ଯେ, ସମ୍ବଲପୁର, ଅନୁଗୋଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ଗଲା ବେଳକୁ ଲକ୍ଷ୍ମୀ ଯୋଜନା ପାଣିଚିଆ ହେଇଯାଉଛି । କାରଣ ହେଲା NH ୫୫ ର ଅବସ୍ଥା ଭଲ ନାହିଁ । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଦୁରାବସ୍ଥା ଲାଗି ରହିଛି । ବସରେ ବସିଥିବା ମହିଳା, ଶିଶୁ, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗଙ୍କ ଅବସ୍ଥା ବେହାଲ ହୋଇଯାଉଛି । ଭୟ ଲାଗି ରହୁଛି ଯେ ଦୁର୍ଘଟଣା ହେଇ ଯିବନି ତ ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ପାଇଁ ଏହା ହେଉଛି ବୋଲି ଅଭିଯୋଗ କରିଛନ୍ତି ସସ୍ମିତ ପାତ୍ର ।

ସେ ଆଉମଧ୍ୟ କହିଛନ୍ତି, "୧୦ ବର୍ଷ ହେଲା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି କିନ୍ତୁ ସାମାନ୍ୟ ଜାତୀୟ ରାଜପଥ ୫୫ ଅବସ୍ଥା ସୁଧୁରୁନାହିଁ । ଅନୁତାପ ଓ ପରିତାପର ବିଷୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦାସୀନତା ପାଇଁ ମା ଭଉଣୀ, ଦିବ୍ୟାଙ୍ଗ ମାନେ ହଇରାଣ ହେଉଛନ୍ତି । ମନେହେଉଛି ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ରାଜପଥ ୫୫ ଦେଇ ଯିବା ଆସିବା କରୁ ନାହାନ୍ତି ବୋଧ ହୁଏ । ଅନ୍ୟ କୌଣସି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ସେଥିପାଇଁ ସେ କିଛି ବୁଝିପାରୁନାହାନ୍ତି କି ଜାଣିପାରୁନାହାନ୍ତି ।"

ଇଟିିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.