ETV Bharat / politics

ଆଜିଠୁ ସମ୍ବଲପୁରରେ ପ୍ରଚାର ଆରମ୍ଭ କଲେ ବବି, ପଚାରି ବୁଝିଲେ ଲୋକଙ୍କ ସମସ୍ୟା - sambalpur lok sabha

author img

By ETV Bharat Odisha Team

Published : Apr 19, 2024, 8:01 PM IST

ଆଜିଠୁ ସଆଜିଠୁ ସମ୍ବଲପୁରରେ ପ୍ରଚାର ଆରମ୍ଭ କଲେ ବବି , ପଚାରି ବୁଝିଲେ ଲୋକଙ୍କ ସମସ୍ୟା
ଆଜିଠୁ ସମ୍ବଲପୁରରେ ପ୍ରଚାର ଆରମ୍ଭ କଲେ ବବି , ପଚାରି ବୁଝିଲେ ଲୋକଙ୍କ ସମସ୍ୟା

SAMBALPUR LOK SABHA: ସମ୍ବଲପୁର ଲୋକସଭା ଆସନରେ ମୁକୁଙ୍କୁ ହରାଇବା ପାଇଁ ବବିଙ୍କ ଜୋରଦାର କସରତ । ତାଲବ ଗାଁର ମା' ସମଲେଶ୍ୱରୀଙ୍କ ଦର୍ଶନ ପରେ ଆରମ୍ଭ କଲେ ପ୍ରଚାର । ଅଧିକ ପଢନ୍ତୁ

ଆଜିଠୁ ସମ୍ବଲପୁରରେ ପ୍ରଚାର ଆରମ୍ଭ କଲେ ବବି , ପଚାରି ବୁଝିଲେ ଲୋକଙ୍କ ସମସ୍ୟା

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଆସି ରେଙ୍ଗାଲି ବିଧାନସଭା ଅଞ୍ଚଳରେ ପ୍ରଚାର ଆରମ୍ଭ କରିଛନ୍ତି । ଆଜି ସେ ସକାଳ 8 ଟାରେ ତାଲବ ଗାଁର ସମଲେଶ୍ୱରୀ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିବା ପରେ ନିଜର ପ୍ରଚାର ଆରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଓଡିଶା ତଥା ସମ୍ବଲପୁରବାସୀ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି । ଆଜି ଲୋକଙ୍କ ପକ୍ଷରୁ ମିଳିଥିବା ସ୍ନେହ ଏହା ପ୍ରମାଣିତ କରୁଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତିକୁ ସ୍ଥାନୀୟ ଲୋକ ବେଶ ସମ୍ମାନ ଦେଇଛନ୍ତି ।

ଆଜିର ପ୍ରଚାର ସମୟରେ ସେ ତାଳବ ଗାଁ କିଛି ସ୍ଥାନୀୟ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ଚାଷୀମାନଙ୍କୁ କାଳିଆ ଯୋଜନାର ଟଙ୍କା ମିଳୁନଥିବା, ଧାନ କ୍ରୟ ସମୟରେ ଉପୁଜୁଥିବା ଟୋକନ୍ ସମସ୍ୟା ତଥା ଜିଲ୍ଲାସ୍ତରରେ ହେଉଥିବା DLPC କମିଟିକୁ କ୍ଷମତା ପ୍ରଦାନ କରିବାକୁ ଦାବି କରିଥିଲେ ଚାଷୀ । ଏହା ସହ ବିଦ୍ୟୁତ ବିତରଣ କମ୍ପାନୀ TPWODLର ମନମାନୀ କାର୍ଯ୍ୟକାଳପ ନେଇ ଅଭିଯୋଗ କରିଥିଲେ ଚାଷୀ l ତେବେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ପ୍ରଣବ ପ୍ରତିଶ୍ରୁତି ଦେଇଥିବା ଚାଷୀ କହିଛନ୍ତି ।

ଏହା ପରେ ପ୍ରଣବ ପ୍ରକାଶ ଦାସ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ଗାଁକୁ ଯାଇଥିଲେ ଓ ସେଠାର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସେ ସୁରେନ୍ଦ୍ର ସାଏଙ୍କ ଦାୟାଦ ପରିବାର ଲୋକଙ୍କୁ ଭେଟି କଥାବାର୍ତ୍ତା ହୋଇଥିଲା । ଏହା ପରେ ସେ ରେଙ୍ଗାଲିକୁ ଆସି ସେଠାରେ ମାରାୱାଡି ସାମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଥିଲେ । ଏଠାରେ ରେଙ୍ଗାଲିର ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲ ଓ ଅନ୍ୟ ବିଜେଡି ନେତାଙ୍କ ଉପସ୍ଥିତରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ .....ବିଜେଡିକୁ ଫେରିଲେ ବିଜୁ ଅନୁଗତ ବିଜୟ କେତନ ସ୍ୱାଇଁ - VIJAY JOINS BJD


ଏହି କାର୍ଯ୍ୟକ୍ରମ କଂଗ୍ରେସର କେତେକ କାର୍ଯ୍ୟକର୍ତ୍ତା ବିଜେଡିରେ ସାମିଲ ହୋଇଥିଲା । ପରବର୍ତ୍ତୀ ସମୟରେ ଗୁମଲୋଇ ଠାରେ ଓ ଠେମରା ଠାରେ କର୍ମୀ ସମ୍ମିଳନୀରେ ଯୋଗଦାନ କରିଥିଲେ ପ୍ରଣବ ପ୍ରକାଶ । ଏଠାରେ ସେ କର୍ମୀମାନଙ୍କୁ ସିଧାସଳକ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବାକୁ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.